ସପ୍ତମ ବେତନ କମିଶନ : କେନ୍ଦ୍ରୀୟ କର୍ମଚାରୀଙ୍କର DA ଦର ବଢ଼ାଇବାରେ ପୁଣି ହେଲା ବିଳମ୍ବ,ଏବେ ଜୁନରେ ଘୋଷଣା ହେବାର ରହିଛି ଆଶା

ଜାନୁଆରୀ 1, 2021 ରେ ମହଙ୍ଗାଇ ଭତ୍ତାରେ ବୃଦ୍ଧି ଘୋଷଣାରେ ଏବେ ଆହୁରି ବିଳମ୍ବ ହୋଇପାରେ । ନାଶନାଲ କାଉନ୍ସିଲ JCM ଷ୍ଟାଫ ସାଇଡ଼ ମୁତାବିକ, କେନ୍ଦ୍ର ସରକାର କେନ୍ଦ୍ରୀୟ କର୍ମଚାରୀଙ୍କର DA ବଢିବାର ଘୋଷଣା ଜୁନରେ କରିପାରନ୍ତି । JCM ଅଧିକାରୀଙ୍କ କହିବାକଥା ହେଲା, କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ DA ରେ ବୃଦ୍ଧି କମ ସେ କମ ବେସିକ ସାଲାରୀର 4 ପ୍ରତିଶତ ହେବ ।

DA ବୃଦ୍ଧିରେ ହେବ ବିଳମ୍ବ :-

1 ଜାନୁଆରୀ 2021 ର DA ଅଭିବୃଦ୍ଧିରେ ବିଳମ୍ବ ପଛର କାରଣ ବିଷୟରେ କହି ଷ୍ଟାଫ ସାଇଡ଼ର ସେକ୍ରେଟାରୀ ଶିବା ଗୋପାଳ ମିଶ୍ର କହିଥିଲେ କି, ଆମେ ବିତ୍ତ ମନ୍ତ୍ରାଳୟର ବ୍ୟୟ ବିଭାଗ ଓ ଡିପାର୍ଟମେଣ୍ଟ ଅଫ ପର୍ସନାଲ ଆଣ୍ଡ ଟ୍ରେନିଂରେ ଅଧିକାରୀ ମାନଙ୍କ ସହ ଲାଗାତର ସମ୍ପର୍କରେ ରହିଛନ୍ତି । ତାଙ୍କର କହିବାହେଲା, କରୋନା ଭାଇରସର ଦ୍ଵିତୀୟ ଲହରୀ କାରଣରୁ କେନ୍ଦ୍ର ସରକାରଙ୍କ ସାରା ପ୍ଲାନ ଗଡ଼ବଡ଼ ହୋଇଗଲା। ଏଥିପାଇଁ ଏହାସବୁ ଗୋଟିଏ ମାସ ପୂର୍ବକୁ ଚାଲିଗଲା । ଯେଉଁ DA ର ଅଭିବୃଦ୍ଧି ଏପ୍ରିଲ ଓ ମେ ମଧ୍ୟରେ ହେବାକୁ ଥିଲା ତାହା ଏବେ ଘୁଞ୍ଚିଯାଇଛି ।

ଜୁଲାଇ 1 ତାରିଖରୁ ଆରମ୍ଭ ହେବାକୁ ଯାଉଛୁ ଅଟକିଥିବା DA :-

ଶିବା ଗୋପାଳ ମିଶ୍ରଙ୍କ କହିବାକଥା ହେଲା, ଏଥିରେ କେନ୍ଦ୍ରୀୟ କର୍ମଚାରୀଙ୍କର 7th CPC ପେ ମେଟ୍ରିକରେ କୌଣସି ପ୍ରଭାବ ପଡ଼ିବନାହିଁ । କାରଣ କେନ୍ଦ୍ର ସରକାର କର୍ମଚାରୀଙ୍କ DA ଓ DR 2021 ପର୍ଯ୍ୟନ୍ତ ଫ୍ରିଜ କରି ରଖିଛନ୍ତି । ମାର୍ଚ୍ଚ 2021 ରେ ରାଜ୍ୟସଭାରେ ବିତ୍ତ ରାଜ୍ୟମନ୍ତ୍ରୀ ଅନୁରାଗ ଠାକୁର କହିଥିଲେ କି, DA, DR ବୃଦ୍ଧିକୁ ପୁଣିଥରେ ଜୁଲାଇ 1 ତାରିଖରୁ ଆରମ୍ଭ କରାଯିବ । ଏଥିପାଇଁ ଯଦି 1 ଜାନୁଆରୀ 2021 ର DAର ବୃଦ୍ଧି ଆଜି ଘୋଷଣା ହେଉଛି ତାହେଲେ ଜୁଲାଇ 1 ତାରିଖ 2021 ରେ ହେବ ।

କେତେ ବଢିବ DA :-

DA ରେ କେତେ ପ୍ରତିଶତ ବୃଦ୍ଧି ହେବ ଏହାର ପ୍ରଶ୍ନରେ ଶିବା ଗୋପାଳ ମିଶ୍ର କହିଛନ୍ତି କି, DA ବୃଦ୍ଧିର କାଲକୁଲେସନ ହିସାବରେ ଜୁଲାଇ ରୁ ଡିସେମ୍ବର 2020 ପାଇଁ ହାର ମହଙ୍ଗାଇ ପାଖାପାଖି 3.5 ପ୍ରତିଶତ ରହିବ । ଏହାର ଅର୍ଥ ହେଉଛି କେନ୍ଦ୍ରୀୟ କର୍ମଚାରୀଙ୍କ ମହାଙ୍ଗାଇ ଭତ୍ତା 4 ପ୍ରତିଶତ ପର୍ଯ୍ୟନ୍ତ ବଢିବ ।

ତିନୋଟି ପେଣ୍ଡିଂ DA ର କଣ ହେବ ?:-

ତିନୋଟି ପେଣ୍ଡିଂ DA ର କିସ୍ତିକୁ ନେଇ ଶିବା ଗୋପାଳ ମିଶ୍ରଙ୍କ କହିବାହେଲା, ଆମେ ଏହାକୁ ନେଇ କେନ୍ଦ୍ର ସରକାର ଅଧିକାରୀଙ୍କ ଯୋଗାଯୋଗ ରେ ରହିଛି । ଆମେ ଜଲଦି ଏହାର ସମାଧାନ ଦିଗରେ ରହିଛୁ । ଭଲ କଥା ହେଉଛି ସରକାର DA ଦେବାକୁ ମନା କରୁନାହାନ୍ତି । ଆମେ ସରକାରଙ୍କୁ ପ୍ରସ୍ତାବ ଦେଇଛୁ କି, ଯଦି ସେମାନେ DA ର ତିନୋଟି କିସ୍ତି ଦେଇପାରୁନାହାନ୍ତି ତ ଏହାକୁ କେତେକ ଭାଗରେ ଦେବାପାଇଁ ସାହାର୍ଯ୍ୟ କରନ୍ତୁ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *