ଆଇପିଏଲ ୨୦୨୨ : ଦୁଇଟି ନୂଆ ଟିମ ଖେଳିବା ନେଇ ବିସିସିଆଇ କଲା ବଡ଼ ଖୁଲାସା

ଆଇପିଏଲ 2021 ଅଧାରୁ ସ୍ଥଗିତ ହୋଇଗଲା । ଏମିତିରେ କୁହାଯାଉଛି ଏହାର ବାକି ମ୍ୟାଚ t-20 ବିଶ୍ୱକପ ପୂର୍ବରୁ ସେପ୍ଟେମ୍ବର ମାସରେ କିମ୍ବା ବିଶ୍ୱକପ ପରେ କରାଯିବ । ବର୍ତ୍ତମାନ ଏହିକଥା ଚର୍ଚ୍ଚା ହେବାକୁ ଲାଗିଛି ଯେ, କଣ 2022 ଆଇପିଏଲ ଦୁଇଟି ନୂଆ ଟିମ ଦେଖିବାକୁ ମିଳିବ । ଏହାର ଘୋଷଣା ପୂର୍ବରୁ ବିସିସିଆଇ ଦ୍ୱାରା କରାଯାଇଥିଲା ଓ କୁହାଯାଇଥିଲା ଆଇପିଏଲ 2022 ରେ ଦୁଇଟି ନୂଆ ଟିମ ସହ ମୋଟ ଦଶଟି ଦଳ ଅଂଶ ଗ୍ରହଣ କରିବେ । କିନ୍ତୁ ବର୍ତ୍ତମାନ ଏହି ମାମଲା ଉପରୁ ନଜର ହଟିଯାଇଛି ।

ବିସିସିଆଇ ଘୋଷଣା କରିଥିଲା ଆଇପିଏଲ 2022 ରେ ଦୁଇଟି ନୂଆ ଟିମ ଆସିବ କିନ୍ତୁ ଏହା ସ୍ପଷ୍ଟ ହୋଇନଥିଲା ଯେ, ଏଥିରେ କେଉଁ ଦୁଇଟି ଦଳ ଖେଳିବେ । ଆଇପିଏଲର ଦୁଇଟି ଟିମକୁ ନେଇ ଟେଣ୍ଡର ବାହାର କରିବାର ସମୟ ଆସିଯାଇଛି। କିନ୍ତୁ ଏହି ସମୟରେ ବିସିସିଆଇ ନିଜର ମନ ବଦଳାଇ ଦେଇଛନ୍ତି । ବିସିସିଆଇ ଇଂସାଇଡ଼ ସ୍ପୋର୍ଟସକୁ କହିଥିଲେ, ବର୍ତ୍ତମାନ ସମୟରେ ଆଇପିଏଲର ନୂଆ ଟିମ ବିଷୟରେ କଥା ହେବାର ସଠିକ ସମୟ ଏହା ନୁହେଁ । ଅଧିକାରୀଙ୍କ ମୁତାବିକ, ଏହି ସମୟରେ ଆଇପିଏଲର ବାକି ମ୍ୟାଚକୁ ସମ୍ପାଦନ କରିବା ଆବଶ୍ୟକ । ଏହାପରେ ଯାଇ ନୂଆ ଟିମର ନିର୍ଣ୍ଣୟ ନିଆଯିବ। ଜୁଲାଇ ମାସ ପୂର୍ବରୁ ଏହାଉପରେ କିଛି ନିର୍ଣ୍ଣୟ ନିଆଯିବ ନାହିଁ।

ଆଇପିଏଲ 2021 ଯଦି ସଠିକ ଭାବରେ ସମ୍ପାଦନ ହେବ ଓ ଭାରତରେ କରୋନା ସଂକ୍ରମଣର ମାମଲା କମିବାକୁ ଲାଗିବ ତାହେଲେ ଯାଇ ନୂଆ ଟିମ ବିଷୟରେ ଆଲୋଚନା କରାଯିବ। କିନ୍ତୁ ବର୍ତ୍ତମାନ ପରିସ୍ଥିତି ଏପଟ ସେପଟ ହୋଇଯାଇଛି । ଏବେ ବିସିସିଆଇ ଆଇପିଏଲର ବାକି ମ୍ୟାଚ ଗୁଡିକ କରାଇବାକୁ ଚାହୁଁଛି । ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କହିଥିଲେ କି, ଏହାର ସମ୍ଭାବନା କମ ଯେ, ବାକି ଆଇପିଏଲ ମ୍ୟାଚ ଭାରତରେ ହେବ । ବିସିସିଆଇ କହିସାରିଛି ଆଇପିଏଲର ଦ୍ଵିତୀୟ ଭେନ୍ୟୁ ୟୁଏଇ ରେ ହେବ । ସେହିପରି ଇଂଲଣ୍ଡର କାଉଣ୍ଟି ଟିମ ତରଫରୁ ଆଇପିଏଲର ବଳକା ମ୍ୟାଚ କରାଇବାକୁ ପ୍ରସ୍ତାବ ମିଳିଥିଲା । ଏବେ ପ୍ରଶ୍ନ ଏହାକି ଯେ, ଯଦି ଆଇପିଏଲ ହେଉଛି ତାହେଲେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ଖେଳାଳି ଉପସ୍ଥିତ ରହିବେ ନା ନାହିଁ ?

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *