EPFO : ଖାତାଧାରକଙ୍କ ପାଇଁ ଆଉ ଏକ ଫାଇଦା, ଏହି ସ୍କିମରେ ବର୍ତ୍ତମାନ ମାଗଣାରେ ମିଳିବ ୭ ଲକ୍ଷ ଟଙ୍କାର କଭର,ଜାଣନ୍ତୁ ସମ୍ପୂର୍ଣ୍ଣ ସୂଚନା

The Employees’ Provident Fund Organisation (EPFO) କରୋନା ମହାମାରୀଙ୍କୁ ଦୃଷ୍ଟିରେ ରଖି ନିଜର EDLI ସବସକ୍ରାଇବର୍ସଙ୍କ ପାଇଁ ଡେଥ ଇନ୍ସୁରାନ୍ସ କଭରକୁ ଆହୁରି ବଢ଼ାଇ ଦେଇଛି | EPFO ନ୍ୟୁନତମ ଡେଥ ଇନ୍ସୁରାନ୍ସ ୨.୫ ଲକ୍ଷ ଟଙ୍କା ଏବଂ ଅଧିକତମ ୭ ଲକ୍ଷ ଟଙ୍କା କରିଦେଇଛି | ଯାହା କି ପୂର୍ବରୁ ୨ ଲକ୍ଷରୁ ୬ ଲକ୍ଷ ଟଙ୍କା ଥିଲା | ପିଏଫ ଖାତାଧାରକଙ୍କଠାରୁ ଏହି ଇନ୍ସୁରାନ୍ସ ପାଇଁ କୌଣସି ପ୍ରିମିୟମ ନିଆଯାଏ ନାହିଁ |

EDLI ସବସକ୍ରାଇବର୍ସଙ୍କ ପାଇଁ ବଢ଼ିଲା ଇନ୍ସୁରାନ୍ସ କଭର :-

ଏହି ଇନ୍ସୁରାନ୍ସ କଭର EDLI ଅର୍ଥାତ Employees’ Deposit-Linked Insurance ସ୍କିମ ସବସକ୍ରାଇବରଙ୍କ ପରିବାରକୁ ଦିଆଯାଇଥାଏ | ଯଦି ସବସକ୍ରାଇବରଙ୍କ ମୃତ୍ୟୁ ଡ୍ୟୁଟି ସମୟରେ ହୁଏ, ତେବେ ବୀମା ରାଶି ଟଙ୍କା ପରିବାରକୁ ଦିଆଯାଇଥାଏ | ଏହି ସ୍କିମ ଅନୁଯାୟୀ ଯେତେବେଳେ କର୍ମଚାରୀଙ୍କ ମୃତ୍ୟୁ ହୁଏ ସେତେବେଳେ ତାଙ୍କର କ୍ଲେମ କର୍ମଚାରୀଙ୍କ ନୋମିନି ତରଫରୁ କରାଯାଇପାରେ |

ବର୍ତ୍ତମାନ ଏହି କଭର ସେହି କର୍ମଚାରୀଙ୍କ ପୀଡିତ ପରିବାରକୁ ମଧ୍ୟ ମିଳିଥାଏ | ଯିଏ ମୃତ୍ୟୁର ଠିକ ପୂର୍ବ ୧୨ ମାସ ଭିତରେ ଗୋଟିଏରୁ ଅଧିକ କମ୍ପାନୀରେ ଚାକିରୀ କରିଥିବେ | ଏଥିରେ ନୋମିନିଙ୍କୁ ପେମେଣ୍ଟ ଦିଆଯାଇଥାଏ | ଯଦି ସ୍କିମ ଅନୁଯାୟୀ କେହି ନୋମିନି ନଥିବେ ତେବେ କ୍ଲେମ କର୍ମଚାରୀଙ୍କ ଜୀବନସାଥୀ କିମ୍ବା ଟଙ୍କା ପୁଅ ଝିଅ ମଧ୍ୟ କରିପାରିବେ | ଯଦି କରୋନା ମହାମାରୀରେ EPFo ସବସକ୍ରାଇବରଙ୍କ ମୃତ୍ୟୁ ହୋଇଯାଏ ତେବେ ନୋମିନି ଇନ୍ସୁରାନ୍ସ କ୍ଲେମ କରିପାରିବେ |

କଣ ରହିଛି EDLI ର ନିୟମ :-

EPFO ର ସମସ୍ତ ସବସକ୍ରାଇବର କର୍ମଚାରୀ ଡିପୋଜିଟ ଲିଙ୍କ୍ ଇନ୍ସୁରାନ୍ସ ସ୍କିମ 1976 (EDLI) ଅଧୀନରେ କଭର ହୋଇଥାନ୍ତି | ଶ୍ରମ ମନ୍ତ୍ରୀ ସାନ୍ତୋଶ ଗାଙ୍ଗୱାରଙ୍କ ନେତୃତ୍ୱରେ ଇପିଏଫଓର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ସେପ୍ଟେମ୍ବର ୯, ୨୦୨୦ ରେ ନିଷ୍ପତ୍ତି ନେଇଥିଲା ଯେ EDLI ଯୋଜନା ଅନୁଯାୟୀ ନିଶ୍ଚିତ ହୋଇଥିବା ସର୍ବାଧିକ ରାଶି ୭ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବ, EDLI ଯୋଜନା ଅନୁଯାୟୀ ପ୍ରିମିୟମ କର୍ମଚାରୀ ଦେଇନଥାଏ |

ଆପଣ ଜାଣିଛନ୍ତି ଯେ ଅର୍ଗାନାଇଜଡ଼ ସେକ୍ଟରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ବେସିକ ସ୍ୟାଲେରୀ+DA ର ୧୨ ପରସେଣ୍ଟ କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ (ଇପିଏଫ) ରେ ଯାଇଥାଏ | ୧୨ ପରସେଣ୍ଟ କମ୍ପାନୀରୁ ତରଫରୁ ଯାଇଥାଏ, ଯେଉଁଥିରୁ ୮.୩୩ ପରସେଣ୍ଟ କର୍ମଚାରୀ ପେନ୍ସନ୍ ସ୍କିମ୍ ଇପିଏସ ଏବଂ ବାକି ଇପିଏଫକୁ ଯାଇଥାଏ | କର୍ମଚାରୀଙ୍କ ପାଇଁ EDLI ସ୍କିମ କେବଳ ନିଯୁକ୍ତିଦାତାଙ୍କଠାରୁ ପ୍ରିମିୟମ ଜମା ହୋଇଥାଏ, ଯାହା କର୍ମଚାରୀଙ୍କ ବେସିକ ସ୍ୟାଲେରୀ ଏବଂ ମହଙ୍ଗା ଭତ୍ତାର ୦.୫୦ ପରସେଣ୍ଟ ହୋଇଥାଏ | ଏଥିରେ ସର୍ବାଧିକ ବେସିକ ସ୍ୟାଲେରୀ ୧୫,୦୦୦ ଟଙ୍କା ହିଁ ମାନାଯାଏ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *