ଆସୁଅଛି ଆଉ ଏକ ବାତ୍ୟା ‘ୟଶ’,ସୁନ୍ଦରବନରେ ଲ୍ୟାଣ୍ଡଫଲ କରିପାରେ,ଜାଣନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ପୂର୍ବାନୁମାନ

ପୁଣି ଏକ ବାତ୍ୟାର ଭୟ। ଗୋଟିଏ ପଟେ ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ତାଉତେ ବ୍ୟାପକମାତ୍ରାରେ କ୍ଷ-ୟକ୍ଷ-ତି କରିଛି। ଖାସ ଭାବରେ ଗୁଜୁରାଟ, ମହାରାଷ୍ଟ୍ର, ଗୋଆ ଓ କର୍ଣ୍ଣାଟକରେ ଏହାର ଅଧିକ ପ୍ରଭାବ ଦେଖାଯାଇଛି। ଗୋଟିଏ ବାତ୍ୟାର କ୍ଷ-ୟକ୍ଷ-ତି ଆକଳନ ହୋଇନଥିବା ବେଳକୁ ବଙ୍ଗୋପସାଗରରେ ଆଉ ଏକ ବାତ୍ୟା ଆସିଲାଣି। ପାଣିପାଗର ଆକଳନ ଅନୁଯାୟୀ ସମ୍ଭାବ୍ୟ ବାତ୍ୟା ଓଡ଼ିଶା-ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ମୁହାଁଇପାରେ।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ଆକଳନ କରି କୁହାଯାଇଛିଯେ, ସୁପର ସାଇକ୍ଲୋନ ‘ୟଶ’ ପଶ୍ଚିମବଙ୍ଗ ସୁନ୍ଦରବନରେ ଲ୍ୟାଣ୍ଡଫଲ କରିପାରେ। ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ମେ ୨୩ ରୁ ୨୫ ତାରିଖ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବୋଲି ପୂର୍ବାନୁମାନ କରାଯାଇଛି

ଏହିଭଳି ଆକଳନକୁ ନେଇ ମେ’ ମାସରେ ପୁଣି ଥରେ ଏକ ବାତ୍ୟାର ଡର ଘାରିଲାଣି। ଅନ୍ୟପକ୍ଷରେ ବର୍ତ୍ତମାନ ଗ୍ରୀଷ୍ମର ପ୍ରକୋପରେ ସାରା ଓଡିଶା ଭାଜି ହେଉଛି। ମଙ୍ଗଳବାର ଦିନ ରାଜ୍ୟର ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ଥିଲା। ସେହିପରି ସୋନପୁର ସହରରେ ସର୍ବାଧିକ ତାପମାତ୍ରା ୪୨ ଡିଗ୍ରୀ ଥିବାବେଳେ ଆଉ ୪ଟି ସ୍ଥାନରେ ତାପମାତ୍ରା ୪୧ ଡିଗ୍ରୀ ଟପିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *