ବଙ୍ଗୋପାସାଗରରେ ମେ ୨୩ ତାରିଖ ବେଳକୁ ଏକ ବାତ୍ୟା ସୃଷ୍ଟି ହେବାକୁ ନେଇ ପ୍ରାକ ସଙ୍କେତ

ଚଳିତ ସପ୍ତାହର ଶେଷ ବେଳକୁ ବଙ୍ଗୋପାସାଗରରେ ଏକ ବାତ୍ୟା ସୃଷ୍ଟି ହେବାର ଏକ ସଙ୍କେତ ମିଳୁଛି। ଏ ସମ୍ବନ୍ଧରେ ଭୂବିଜ୍ଞାନ ମନ୍ତ୍ରାଳୟର ସଚିବ ମାଧବନ ରାଜୀବନ ଆଜି ଟୁଇଟ କରି ଏହି ବିଷୟରେ ସୂଚନା ଦେଇଛନ୍ତି। ଆସନ୍ତା ମେ ମାସ ୨୩ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ବାତ୍ୟା ହେବାର ପ୍ରାକ ସଙ୍କେତ ମିଳୁଛି ବୋଲି ସେ ଟୁଇଟ କରି ସୂଚନା ଦେଇଛନ୍ତି।

Google

ଆରବସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ତାଉତେର ସଠିକ ପୂର୍ବାନୁମାନ, ଟ୍ରାକ ଓ ଲ୍ୟାଣ୍ଡଫଲର ସ୍ଥାନ ପାଇଁ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗକୁ ମାଧବନ ରାଜୀବନ ଧନ୍ୟବାଦ ଜଣାଇଛନ୍ତି। ଏଥିପାଇଁ ଆଇଏମଡିକୁ ସହଯୋଗ କରିଥିବା ଅନ୍ୟ ୩ଟି ସଂସ୍ଥା ପାଇଁ ସେ ଗର୍ବିତ ଅଛନ୍ତି ବୋଲି କହିଛନ୍ତି।

ସେପଟେ ଆଇଏମଡିର ସାଇକ୍ଲୋନ ଓ୍ୱାର୍ଣ୍ଣିଂ ସେଣ୍ଟରର ଇନଚାର୍ଜ ରାଜେନ୍ଦ୍ର କୁମାର ଜେନାମଣି ମଧ୍ୟ ବଙ୍ଗୋପସାଗରରେ ଏକ ସିଷ୍ଟମ ସୃଷ୍ଟି ହେବ ବୋଲି ସୂଚନା ଦେଇଛନ୍ତି। ସେ କହିଛନ୍ତିକି, ଆସନ୍ତା ୨୪ ତାରିଖ କିମ୍ବା ୨୫ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ସିଷ୍ଟମ ସୃଷ୍ଟି ହେବ ବୋଲି ପୂର୍ବାନୁମାନ କରାଯାଉଛି। ତେବେ ଏ ବିଷୟରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। କିନ୍ତୁ ଏକ ସିଷ୍ଟମ ସୃଷ୍ଟି ହେବାର ଆଶଙ୍କା କରାଯାଉଛି। ତେବେ ସେ କହିଛନ୍ତିକି ଆସନ୍ତାକାଲି ସୁଦ୍ଧା ଏ ବିଷୟରେ ସ୍ଥିତି ସ୍ପଷ୍ଟ ହୋଇଯିବ।

Google

ଗୁଜରାଟରେ ଲ୍ୟାଣ୍ଡଫଲ କରିବା ପରେ କ୍ରମଶଃ ଦୁର୍ବଳ ହେଇଯାଉଛି ବାତ୍ୟା ‘ତାଉତେ’। ଏକ୍ସିଟ୍ରିମ ସିଭିୟର ସାଇକ୍ଲୋନରୁ ଧୀରେ ଧୀରେ ଦୁର୍ବଳ ହୋଇ ଭେରି ସିଭିୟର ସାଇକ୍ଲୋନରେ ପରିଣତ ହେଉଅଛି ତାଉତେ। ଗତକାଲି ରାତି ୮ଟା ୩୦ରେ ତାଉତେ ଲ୍ୟାଣ୍ଡଫଲ କରିବାବେଳେ ପବନର ବେଗ ୧୫୫ ରୁ ୧୬୫ କିଲୋମିଟର ଥିଲା। ଆଇଏମଡି କହିଛିକି କିଛି ସମୟ ପାଇଁ ପବନର ବେଗ ୧୯୦ କିଲୋମିଟର ମଧ୍ୟ ଛୁଇଁଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *