ଉଡାଜାହାଜର ଟଏଲେଟର ମଇଳା କ’ଣ ଆକାଶରେ ଫିଙ୍ଗି ଦିଆଯାଏ, ? ଜାଣନ୍ତୁ କଣ ରହିଛି ସତ୍ୟତା

ଉଡାଜାହାଜ ଯାତ୍ରା ସବୁଠାରୁ ସୁରକ୍ଷିତ ମାନାଯାଏ|ଉଡାଜାହାଜର ଯାତ୍ରୀଙ୍କ ସୁରକ୍ଷା ସହ ଆରାମଦାୟକ ଓ ଶୀଘ୍ର ସେବା ଦିଆଯାଏ|ଭାରତରେ ଏବେ ବଡ ସହର ବ୍ୟତୀତ ଛୋଟ ସହର ମଧ୍ୟ ଆକାଶମାର୍ଗରେ ଯୋଡ଼ି ହେଉଛି|ପ୍ରଥମେ କେବଳ ବଡବଡ ଧନୀ ଶ୍ରେଣୀର ଲୋକମାନେ ଉଡାଜାହାଜରେ ଯାତ୍ରା କରୁଥିଲେ|କିନ୍ତୁ ଏବେ ଶସ୍ତା ସୁନ୍ଦର ସେବା ଫଳରେ ସାଧାରଣ ଲୋକ ବଡ ସଂଖ୍ୟାରେ ଯାତ୍ରା କରୁଛନ୍ତି|ଆପଣ ଉଡାଜାହାଜରେ ଯାତ୍ରା କରିଥାନ୍ତୁ ବା ନକରନ୍ତୁ ଏକ ସାଧାରଣ ପ୍ରଶ୍ନ ଆପଣଙ୍କ ମନରେ ପ୍ରଶ୍ନ ଉଠିଥିବ|ସାଧାରଣତଃ ପ୍ରଶ୍ନ ଉଠିଥିବ ଯେ ଉଡାଜାହାଜରେ ଲୋକମାନେ ସାଧାରଣତଃ ମଳତ୍ୟାଗ କରନ୍ତି କେଉଁଠି?ଆପଣଙ୍କ ମନରେ ପ୍ରଶ୍ନ ଉଠେ ଯେ ଯାତ୍ରୀଙ୍କ ମଳ ଟଏଲେଟରୁ ଵାହାରି ଆକାଶରେ ଉଡେ ନା ତଳେ ମାଟିରେ ପକାଯାଏ?ଆଜି ମୁଁ ଆପଣଙ୍କୁ ସମ୍ପୁର୍ଣ୍ଣ ଖବର କହିବି|

Google

ଏହି ପ୍ରଶ୍ନର ଉତ୍ତର ଦେବା ପୂର୍ବରୁ ଆପଣ ଜାଣିବା ଆବଶ୍ୟକ ଯେ ଉଡାଜାହାଜରେ ଯାତ୍ରା କରୁଥିବା ଯାତ୍ରୀଙ୍କ ମଳ ଟଏଲେଟରୁ ସିଧା ପଡେ ନାହି କାହିଁକି?ତାହା ଉଡାଜାହାଜରେ ଥିବା ଏକ ଟ୍ୟାଙ୍କରେ ଯାଇ ଏକତ୍ରିତ ହୁଏ|ସାଧାରଣତଃ ଏହି ସମୟରେ ସମସ୍ତ ଉଡାଜାହାଜରେ ଭାକ୍ୟୁମ ଟଏଲେଟ୍ ରହିଥାଏ|ଉଡାଜାହାଜ ଟଏଲେଟରେ ଯାତ୍ରୀଙ୍କୁ ଟଏଲେଟରେ ଫ୍ଲସର ଆବଶ୍ୟକ ପଡିନଥାଏ,ଏହା ଭାକ୍ୟୁମ ପ୍ରଣାଳୀ ଜରିଆରେ କମୋଡରୁ ସିଧା ଟ୍ୟାଙ୍କକୁ ଚାଲିଯାଏ|ପ୍ଲେନର ଭାକ୍ୟୁମ ଟଏଲେଟ୍ ପାଣି ଓ କଠିନ ମଳକୁ ଅଲଗା କରିଥାଏ|ସମସ୍ତ ଉଡାଜାହାଜ ପଛରେ ଏକପ୍ରକାର ଖାସ ଟ୍ୟାଙ୍କ ରହିଥାଏ ଯେଉଁଠାରେ ଯାତ୍ରୀଙ୍କ ମଳ ଏକାଠି ହୋଇଥାଏ|ଏହି ଟ୍ୟାଙ୍କର କ୍ୟାପାସିଟି ପାଖାପାଖି ୨୦୦ଲିଟର ହୋଇଥାଏ|

ଯାତ୍ରା ସମାପ୍ତ ହେବା ପରେ ଯେତେବେଳେ ଫ୍ଲାଇଟ ଏୟାରପୋର୍ଟରେ ପହଞ୍ଚିଥାଏ,ସେଠାରେ ମହଜୁଦ ଲୈବେଟୋରି ଷ୍ଟାଫ ଏକ ଖାସ ପ୍ରକାରର ଲାଭୋଟୋରୀ ଟ୍ୟାଙ୍କ ନେଇ ଉଡାଜାହାଜ ପାଖକୁ ଯାଇଥାନ୍ତି|ଷ୍ଟାଫ ଲାଭୋଟୋରୀ ଟ୍ୟାଙ୍କରେ ଲାଗିଥିବା ୩-୪ ଇଞ୍ଚ ଚଉଡା ହୋଜକୁ ଜାହାଜର ଟଏଲେଟ ଟ୍ୟାଙ୍କ ସହ କନେକ୍ଟ କରିଥାଏ ଓ ପୁଣି ଲିଭର ବୁଲେଇଥାଏ|ଲିଭର ବୁଲେଇବା ମାତ୍ରେ ଜାହାଜର ଟଏଲେଟ ଟ୍ୟାଙ୍କରେ ଏକତ୍ରିତ ହୋଇଥିବା ସମସ୍ତ ମଳ କିଛିକ୍ଷଣ ମଧ୍ୟରେ ଖାଲି ହୋଇଥାଏ,ଯାହା ଜାହାଜ ଟ୍ୟାଙ୍କରୁ ବାହାରି ଲେବୋଟେରୀ ଟ୍ଯାଙ୍କରେ ପହଞ୍ଚିଯାଏ|ଏହାପରେ ଏହି ଲାଭୋଟୋରୀ ଟ୍ୟାଙ୍କକୁ କୈାଣସି ଅଲଗା ଯାଗାନେଇ ଖାଲି କରାଯାଏ|ଏହିଭଳି ଭାବରେ ଉଡାଜାହାଜର ଟଏଲେଟ ଟ୍ୟାଙ୍କ ସଫା ହୋଇଥାଏ|ଏବେ ଆଶା କରାଯାଏ ଆପଣଙ୍କ ମନରେ ଥିବା ଏତେବଡ ପ୍ରଶ୍ନର ଉତ୍ତର ମିଳିସାରିଥିବ|

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *