ଜାଣନ୍ତୁ କେଉଁ ବୟସରେ ମାଆ ହେବା ସବୁଠାରୁ କ୍ଷତିକାରକ ହୋଇଥାଏ,ଏହିସବୁ କ୍ଷତି ହେବାର ଆଶଙ୍କା ଥାଏ

ପୂର୍ବରୁ ଝିଅମାନେ ନିଜର କ୍ୟାରିଅର, ସ୍ୱପ୍ନ ଓ ଲକ୍ଷ୍ୟକୁ ନେଇ ଏତେ ଭାବିନଥାଆନ୍ତି । ପରିବାରରେ ଝିଅ ମାନଙ୍କର ବିବାହ ଜଲଦି କରିଦିଆଯାଏ । ଯେତେବେଳେ ଝିଅ ମାନଙ୍କର ବିବାହ ଜଲଦି ହୋଇଥାଏ, ସେ ମାଆ ବହୁତ ଜଲଦି ବନିଯାନ୍ତି। କିନ୍ତୁ ଆଜିର ଦୁନିଆରେ ପ୍ରତ୍ୟେକ ଝିଅ ନିଜ ଗୋଡ଼ରେ ଛିଡା ହେବାକୁ ଚାହୁଁଛି ଓ ନିଜର କ୍ୟାରିଅର କରିବାକୁ ଚାହୁଁଛି।

କ୍ୟାରିଅର ସହିତ ନିଜର ଗୃହସ୍ତ ଜୀବନକୁ ମଧ୍ୟ ସନ୍ତୁଳନରେ ରଖିଥାଏ । ଏହି ଚେଷ୍ଟା ଭିତରେ ଫ୍ୟାମିଲି ପ୍ଲାନିଂ ମଧ୍ୟ ବହୁତ ବିଳମ୍ବରେ ହୋଇଥାଏ। ଆଜିର ମହିଳାଙ୍କୁ ଠିକ ସମୟରେ ପିଲା ଜନ୍ମଦେବା ମଧ୍ୟ ବହୁତ ସମସ୍ୟା ହୋଇଥାଏ । ଯଦି ସଠିକ ବୟସରେ ଗର୍ଭଧାରଣ ହୋଇଥାଏ ତାହେଲେ ମାଆ ଓ ପିଲା ସଠିକ ରହିଥାନ୍ତି ।

ଏମିତି ବହୁତ କାରଣ ରହିଛି ଯାହାଦ୍ୱାରା ଆପଣଙ୍କୁ 30 ବର୍ଷ ବୟସ ପରେ ଗର୍ଭଧାରଣର ଫଇସଲା ନେବାକୁ ପଡିଥାଏ । କାରଣ ଆପଣ ନିଜ କ୍ୟାରିଅର ଆଗକୁ ନେବାକୁ ଚାହାଁନ୍ତି ଓ ସେ ସ୍ଥାନରେ ପହଞ୍ଚିବା ପରେ ଏକ ଭଲ ଜୀବନସାଥି ଚାହାଁନ୍ତି ଯାହାସହ ଆପଣ ବିବାହ କରି ଘର ବସାଇବାକୁ ଚାହାଁନ୍ତି ।

Google

ଆଜି ଆମେ ଆଲୋଚନା କରିବା 30 ବର୍ଷ ପରେ ଗର୍ଭଧାରଣ କଲେ ଝିଅଟିକୁ କଣ ଅସୁବିଧା ସବୁ ସାମ୍ନା କରିବାକୁ ପଡିବ । 30 ବର୍ଷ ବୟସ ପରେ ପିଲା ଜନ୍ମ ଦେଉଥିଲେ ଆପଣଙ୍କୁ ବହୁତ ସାରା ସମସ୍ୟାର ସମ୍ମୁଖିନ ହେବାକୁ ପଡିଥାଏ । ଆମେ ସର୍ବଦା ଆମର ପରିବାର ପରିଜନଙ୍କ ଠୁ ଶୁଣିଥାନ୍ତି କି, ଠିକ ସମୟରେ ପିଲା ଜନ୍ମହେଲେ ଭଲ ନଚେତ ପରବର୍ତ୍ତୀ ସମୟରେ ବହୁତ ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ ।

ନର୍ମାଲ ଡିଲିଭରୀରେ ଆଶଙ୍କା ବହୁତ କମ :-

30 ବର୍ଷ ପରେ ମାଆ ହେବାର ଅବସ୍ଥାରେ ନର୍ମାଲ ଡିଲିଭରୀ ବହୁତ କମ ହୋଇଥାଏ । ଯଦି ଆପଣଙ୍କ ବୟସ 35 ବର୍ଷ ପରେ ଗର୍ଭଧାରଣ କରନ୍ତି ତାହେଲେ ଆପଣଙ୍କ ଭ୍ରୁଣ ସଠିକ ଭାବରେ କାର୍ଯ୍ୟ କରିନଥାଏ ଓ ସମସ୍ୟା ମଧ୍ୟ ହୋଇଥାଏ ।

ନିଜର ଲୋକଙ୍କୁ ଦାୟିତ୍ୱବାନ କରାଇବାରେ ଚେଷ୍ଟା :-

ଆପଣ ସାଧାରଣତଃ ଦେଖିଥାନ୍ତି କି, କେତେକ ଦମ୍ପତ୍ତି ନିଜର ପିଲାଙ୍କୁ ଜନ୍ମ ଦେବାପାଇଁ ପ୍ରଥମରୁ କେତେ ପ୍ରକାର ବିଚାର କରିଥାନ୍ତି । ସେ ଚାହାନ୍ତି ପିଲା ସେତେବେଳେ ଜନ୍ମଦେବା ଆବଶ୍ୟକ ଯେତେବେଳେ ସେ ତାଙ୍କ ଲାଳନ ପାଳନ କରିବାକୁ ସମୟ ପାଇବେ ଓ ଛୁଆକୁ ଏକ ଭଲ ଜୀବନ ଦେଇପାରିବେ ଓ ଏହିଠାରେ ଦମ୍ପତ୍ତି ନିଜର ଲକ୍ଷ୍ୟକୁ ପୁରା କରିବାଲାଗି ଫ୍ୟାମିଲି ପ୍ଲାନିଂକୁ ଆଗକୁ ବଢାଇଥାନ୍ତି ।

ଗର୍ଭପାତ ର ଆଶଙ୍କା :

35 ବର୍ଷ ବୟସ ପରେ ଗର୍ଭଧାରଣ କଲେ, ସେହି ସମୟରେ ମହିଳାଙ୍କ ହାଇ ବ୍ଲଡ଼ ପ୍ରେସର ରହିଥାଏ ଓ ଏହା ମାଆ ପାଇଁ ଭଲ ହୋଇଥାଏ ନାକି ଛୁଆ ପାଇଁ । 30 ବର୍ଷ ପରେ ମଧ୍ୟ ଡାଇବେଟିସର ସମସ୍ୟା ଦେଖାଦେଇଥାଏ । 35 ବର୍ଷରେ ଗର୍ଭଧାରଣ କରିବାଦ୍ୱାରା ଗର୍ଭପାତର ସମସ୍ୟା ମାନ ଦେଖାଦେଇଥାଏ ।

Google

ଡାଇବେଟିସ ଓ ହାଇ ବ୍ଲଡ଼ ପ୍ରେସରରେ ସମସ୍ୟା ଦେଖାଦିଏ :-

30 ରୁ 40 ବର୍ଷ ସମୟରେ ଗର୍ଭଧାରଣ କରିବା ସମସ୍ୟା ରହିନଥାଏ କିନ୍ତୁ ଆପଣଙ୍କୁ ଯେତେ ଅଧିକ ବୟସ ହେବ ସେତେ ଆପଣଙ୍କ ଠାରେ ମଧୁମେହ ଭଳି ସମସ୍ୟା ଅଧିକ ରହିଥାଏ । ସାଧାରଣତଃ ଦେଖାଯାଏ ଗର୍ଭପାତ ବହୁତ ଅଧିକ ବୟସର ମହିଳାଙ୍କ ଠାରେ ଦେଖାଯାଏ ।

ମାନସିକ ରୂପରେ ନିଜକୁ ପ୍ରସ୍ତୁତ କରନ୍ତୁ :-

ଏହିସବୁ ପାଇଁ ନିଜକୁ ମାନସିକ ରୂପରେ ସୁଦୃଢ଼ କରନ୍ତୁ । ଯଦି ଆପଣ 25 ବର୍ଷ ମାଆ ହେବାପାଇଁ ଚାହୁଁନାହାନ୍ତି ଓ ଆପଣଙ୍କୁ ଯଦି ବା କିଏ କହୁଛି ଆପଣ ତାହାକୁ ମାନି ପରିବେନାହିଁ । ଆଜିର ସମୟରେ ବିବାହ ପରେ ଆପଣଙ୍କୁ ମାହୋଲ ଅନୁସାରେ ଖାପ ଖୁଆଇବା ପରେ ହିଁ ନିଷ୍ପତ୍ତି ନେବାକୁ ପଡିଥାଏ।

ଏହା ହେଉଛି ପିଲାକୁ ଜନ୍ମ ଦେବାର ଉଚିତ ବୟସ ସୀମା :-

ଯଦି ଆପଣଙ୍କ ବିବାହ 25 ବର୍ଷ ବୟସରେ ହେଉଛି ତାହେଲେ ଆପଣ ଗର୍ଭଧାରଣ କରିବାପାଇଁ ନିଷ୍ପତ୍ତି ନେଇପାରନ୍ତି । ଏହି ବୟସରେ ବିବାହ କରିବା ପୁରୁଷ ପାଇଁ ମଧ୍ୟ ସଠିକ ହୋଇଥାଏ କାରଣ 25 ବର୍ଷ ବୟସରେ ସ୍ପର୍ମ ସବୁଠାରୁ ବେଷ୍ଟ ରହିଥାଏ । ଏହି ବୟସରେ ସ୍ପର୍ମ ସବୁଠାରୁ ଅଧିକ ମ୍ୟାଚୋର ହୋଇଥାଏ ।

Google

ମାଆ ହେବାପାଇଁ ବୟସର କୌଣସି ସୀମା ନଥାଏ । ଟେକନିକ ଓ ଆଜିର ଯୁଗରେ ବିଳମ୍ବରେ ମଧ୍ୟ ପିଲା ଜାତ ସମ୍ଭବ ହୋଇପାରୁଛି । ଏହି କାରଣ ପାଇଁ। ମହିଳାମାନେ 30 ରୁ 34 ବର୍ଷ ବୟସରେ ସୁସ୍ଥ ପିଲାଙ୍କୁ ଜନ୍ମ ଦେଉଛନ୍ତି ।

Leave a Reply

Your email address will not be published. Required fields are marked *