ଯଦି ଆଇପିଏଲ ବିନା ବିଦେଶୀ ଖେଳାଳିରେ ଖେଳାଯିବ,ତାହେଲେ ଏହିପରି ହେବ ମୁମ୍ବାଇ ଇଣ୍ଡିଆନ୍ସର ପ୍ଲେଇଂ ଇଲେଭେନ,ଦେଖନ୍ତୁ କେଉଁ କେଉଁ ଖେଳାଳୀ ଖେଳିବେ

କୋଚିଡ଼-19 କାରଣରୁ ଭାରତରେ ଆଇପିଏଲ 14 କୁ ବିସିଆଇ ସସପେଣ୍ଡ କରିଦେଇଛନ୍ତି । ଯେବେଠାରୁ ଏହି ଲିଗ ସ୍ଥଗିତ ହୋଇଛି ବିସିସିଆଇ ଏହାକୁ କରାଇବା ପାଇଁ ଉଇଣ୍ଡୋ ଖୋଜିଚାଲିଛି । ଯେଉଁଠାରେ ବିସିଆଇ ଏହି ସିଜିନର ବଳକା 31 ମ୍ୟାଚ କରାଇପାରିବ । ଏହିକଥା ମଧ୍ୟ ସାମ୍ନାକୁ ଆସିଛି କି, ଯଦି ଆଇପିଏଲ ସେପ୍ଟେମ୍ବର ମାସରେ ଉଦ୍ଘାଟିତ ହେବ ତାହେଲେ ହୁଏତ ବିଦେଶୀ ଖେଳାଳି ଉପସ୍ଥିତ ରହିବେନାହିଁ ।

ସେପ୍ଟେମ୍ବର ମାସରେ 6 ଦେଶର ଖେଳାଳି ଭାଗ ନେଇପାରିବେ ନାହିଁ :-

ଆଇପିଏଲ କରୋନା ଭାଇରସ କାରଣରୁ ବନ୍ଦ ହୋଇଗଲା । ଏହାର 29ଟି ମ୍ୟାଚ ସଫଳତାର ସହିତ ଶେଷ ହୋଇଥିଲା ଓ ବାକି 31 ମ୍ୟାଚ ବିସିସିଆଇ ସେପ୍ଟେମ୍ବର ମାସରେ କରାଇବାକୁ ଚାହୁଁଛି । ମ୍ୟାଚର ଭେନ୍ୟୁକୁ ନେଇ ସୌରଭ ଗାଙ୍ଗୁଲି ସଫା ସଫା କହିଛନ୍ତି କି, ମ୍ୟାଚ ଭାରତରେ ହେବନାହିଁ ।

ସେପଟେ ଶ୍ରୀଲଙ୍କା କ୍ରିକେଟ ବୋର୍ଡ, ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ୟୁଏଇ ନିଜ ଦେଶରେ ଆଇପିଏଲର ବାକି ମ୍ୟାଚ ଆୟୋଜିତ କରାଇବାକୁ କହିଛନ୍ତି । ବର୍ତ୍ତମାନ ସୁଦ୍ଧା ଏପର୍ଯ୍ୟନ୍ତ କୋୖଣସି ଭେନ୍ୟୁ ଓ ତାରିଖ ଫାଇନାଲ୍ କରାଯାଇ ନାହିଁ । ଏହି ସମୟରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ଖେଳାଳିଙ୍କୁ ତାଙ୍କ ବୋର୍ଡ ଆଇପିଏଲ ଖେଳିବାକୁ ଏନଓସି ପ୍ରଦାନ କରିବନାହିଁ । ସେପ୍ଟେମ୍ବର ମାସରେ ଯଦି ଆଇପିଏଲ ଆରମ୍ଭ ହେବ ତାହେଲେ 6 ଦେଶର ଖେଳାଳି ଖେଳିବେନାହିଁ ।

ବିନା ବିଦେଶୀ ଖେଳାଳିରେ ଏହା ହୋଇପାରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ଲେଇଂ ଇଲେଭେନ :-

ମୁମ୍ବାଇ ଟିମ ତିନୋଟି କ୍ଷେତ୍ରରେ ବହୁତ ମଜବୁତ ଟିମ ଅଟେ । ଏହି ଦଳ ପାଖରେ ବହୁତ ଦମଦାର ମ୍ୟାଚ ବିଜୟୀ ବିଦେଶୀ ଖେଳାଳି ରହିଛନ୍ତି । ଯଦି ଆଇପିଏଲର ବାକି 31 ମ୍ୟାଚରେ ବିଦେଶୀ ଖେଳାଳି ଭାଗ ନନିଅନ୍ତି ତାହେଲେ ସମସ୍ତ ଫ୍ରାଞ୍ଚାଇଜକୁ ଧକା ଲାଗିବ । ଏହାବ୍ୟତୀତ ମଧ୍ୟ ରୋହିତ ଶର୍ମାଙ୍କ ଅଧିନାୟକ ଦଳ ମୁମ୍ବାଇ ଏକ ଭଲ ଟିମ ତିଆରି କରିପାରିବ ଓ ମ୍ୟାଚ ମଧ୍ୟ ଜିତିପାରିବ ।

ଏହିପରି ହେବ MI ର ପ୍ଲେଇଂ ଇଲେଭେନ :-

ରୋହିତ ଶର୍ମା ( ଅଧିନାୟକ), ଇଶାନ କିଷାନ, ସୂର୍ଯ୍ୟକୁମାର ଯାଦବ, ସୌରଭ ତିୱାରୀ, କ୍ରୁନାଲ ପାଣ୍ଡ୍ୟା, ହାର୍ଦିକ ପାଣ୍ଡ୍ୟା, ଅନୁକୁଳ ରୟ, ରାହୁଲ ଚହର, ଯଶପ୍ରୀତ ବୁମରା, କୁଳକରଣୀ, ଅର୍ଜୁନ ତେନ୍ଦୁଲକର ।

 

Leave a Reply

Your email address will not be published. Required fields are marked *