ଡାଇବେଟିସ ରୋଗୀଙ୍କ ପାଇଁ ଖତରନାକ ଅଟେ କରୋନା,ଜାଣି ନିଅନ୍ତୁ ଏହି ୫ଟି ଲକ୍ଷଣ,ନହେଲେ ….

ସାରା ଦେଶରେ ବର୍ତ୍ତମାନ କରୋନା ଭାଇରସ ତାଣ୍ଡବ ରଚୁଛି। ଏହାର ଦ୍ଵିତୀୟ ଲହରୀ ଆହୁରି ଖତରନାକ ସାବ୍ୟସ୍ତ ହୋଇଯାଇଛି । ରିପୋର୍ଟସ ଅନୁସାରେ, ଯେଉଁ ଲୋକଙ୍କ ଠାରେ ଡାଇବେଟିସ ଅଭିଯୋଗ ରହିଛି ସେମାନଙ୍କ ପାଇଁ କରୋନା ବହୁତ ମାରାତ୍ମକ । ଏମିତିରେ ଡାଇବେଟିସ ରୋଗୀଙ୍କ ପାଇଁ ମାର୍ଟିଲିଟି ରେଟ ମଧ୍ୟ ଅଧିକ ହୋଇଥାଏ । ଏଥିରେ କୁହାଯାଇପାରିବ କରୋନା ଡାଇବେଟିସ ରୋଗୀଙ୍କ ପାଇଁ ଅଧିକ ଖତରନାକ ଅଟେ ।

ଡାଇବେଟିସ ଏକ ଏମିତି ରୋଗ ଯେଉଁଥିରେ ଇନ୍ସୁଲିନ ମାତ୍ରା କମିଯାଏ ଓ ରକ୍ତରେ ସୁଗାରର ମାତ୍ରା ମଧ୍ୟ ବଢିଯାଇଥାଏ। ଶରୀରରେ ଇମ୍ୟୁନିଟି ମଧ୍ୟ କମିବାକୁ ଲାଗିଥାଏ । ଏଥିରେ ବ୍ୟକ୍ତିର ସଂକ୍ରମଣ ହେବାର ସମ୍ଭାବନା ବଢିଯାଇଥାଏ। ଏମିତିରେ ଡାଇବେଟିସ ରୋଗୀଙ୍କ ପାଇଁ କରୋନାରୁ ବଞ୍ଚିବାକୁ ସମସ୍ୟା ହୋଇପାରେ ।

Google

ଏହାବ୍ୟତୀତ ଏହି ବ୍ୟକ୍ତି ମାନଙ୍କୁ ଅନ୍ୟ ରୋଗ ମଧ୍ୟ ଜଲଦି ସଂକ୍ରମଣ କରିଥାଏ । ଡ଼କ୍ଟରଙ୍କ ମୁତାବିକ, ଏହିପରି ବ୍ୟକ୍ତିଙ୍କୁ ବ୍ୟାସ୍କୁଲର ସମସ୍ୟା ମଧ୍ୟ ହୋଇଥାଏ । ଯେମିତିକି କାର୍ଡିୟୋ ବ୍ୟାସ୍କୁଲର କ୍ରୋନିକ ଲଙ୍ଗସ ଡିଜିଜ, ଡ଼ିକ୍ଳାଇନ ଇତ୍ୟାଦି। ଏହାବ୍ୟତୀତ କୋଭିଡ଼-19 ର ଲକ୍ଷଣ ଅଲଗା ମଧ୍ୟ ହୋଇପାରେ ଯେଉଁଥିରେ ଡାଇବେଟିସ ରୋଗୀଙ୍କୁ ସାବଧାନ ରହିବା ଉଚିତ।

କରୋନା ଭାଇରସର ଦ୍ବିତୀୟ ଲହରୀରେ ଲୋକଙ୍କୁ ବିଭିନ୍ନ ଲକ୍ଷଣ ଦେଖାଯାଉଛି ଯେମିତିକି କୁଣ୍ଡେଇ ହେବା, ଆଙ୍ଗୁଠିରେ ଫଳିଯିବା, ଚମଡ଼ା ଲାଲ ପଡ଼ିଯିବା, ଜଳାପୋଡା ହେବା ଇତ୍ୟାଦି । ଡାଇବେଟିସରେ ରକ୍ତରେ ସୁଗାର ମାତ୍ରା ଅଧିକ ହୋଇଯିବାରୁ ଶରୀର ଶୁଷ୍କ ପଡ଼ିଯାଏ, ଯାହାଦ୍ୱାରା ଶରୀର ରେ ଇଂଫେକ୍ସନ, କୁଣ୍ଡେଇ ହେବା, ଲାଲ ପଡିଯିବା ଲକ୍ଷଣ ମାନ ଦେଖାଦେଇଥାଏ । ଏଥିପାଇଁ ଡାଇବେଟିସ ରୋଗୀ କରୋନାରୁ ସୁରକ୍ଷିତ ରହିବାକୁ ହେଲେ ଏହି ଲକ୍ଷଣକୁ ଧ୍ୟାନରେ ରଖି ଚିକିତ୍ସା କରନ୍ତୁ ।

Google

ନିମୋନିଆ କୋଭିଡ଼ ରୋଗୀଙ୍କ ପାଇଁ ଯେତେ ଖତରନାକ ସେତିକି ମଧ୍ୟ ବ୍ଲଡ଼ ସୁଗାର ରୋଗୀଙ୍କ ପାଇଁ ଖତରନାକ ଅଟେ । ଶରୀରରେ ବ୍ଲଡ଼ ସୁଗାର ବଢିବା ଦ୍ୱାରା କେତେକ ପ୍ରଭାବ ମାନ ଦେଖାଦେଇଥାଏ । ଏହାର ପ୍ରଭାବରେ ଶରୀରକୁ କ୍ଷତି ପହଞ୍ଚିପାରେ । ଏକ୍ସପର୍ଟଙ୍କ ମୁତାବିକ, ଶରୀରରେ ସୁଗାର ମାତ୍ରା ବଢିବା କାରଣରୁ ଭାଇରସ ଶରୀରରେ ବହୁତ କ୍ଷତି କରିପାରେ । ଏହି ଆଶଙ୍କା ଟାଇପ-1 ଓ ଟାଇପ-2 ଉଭୟ ଡାଇବେଟିସ ରୋଗୀଙ୍କ ପାଇଁ ପ୍ରଯୁଜ୍ୟ । ଏହି ସମୟରେ ଫୁସଫୁସ ନଷ୍ଟ ହେବାର ସମ୍ଭାବନା ମଧ୍ୟ ବହୁତ ରହିଥାଏ । ଯାହାକି କରୋନାରେ ଦେଖାଯାଇଛି ।

କୋଭିଡ଼-19 ରେ ପୀଡିତ ଥିବା ରୋଗୀଙ୍କ ପାଇଁ ଅକ୍ସିଜେନ କମିବାର ଲକ୍ଷଣ ବହୁତ ବଡ଼ ସମସ୍ୟା ଅଟେ । ଡାଇବେଟିସରେ ଶରୀରର ଇମ୍ୟୁନିଟି ଦୁର୍ବଳ ହୋଇଯାଇଥାଏ। କେତେକ ଅଧ୍ୟୟନ ବର୍ତ୍ତମାନ ଏହା ପ୍ରମାଣିତ କରିଦେଇଛି କି, ଡାଇବେଟିସ ଥିବା ଲୋକଙ୍କ ଠାରେ ଅକ୍ସିଜେନ ଅଭାବ, ଶ୍ଵାସ ଫୁଲିବା, ଛାତିରେ ଯନ୍ତ୍ରଣା ଅଧିକ ହୋଇଥାଏ । ହାଇପୋକ୍ସିଆ ଏମିତି ଲକ୍ଷଣ ହୋଇଥାଏ ଯାହାକି ଅଜାଣତରେ ଅକ୍ସିଜେନ ଲେଭେଲ ବହୁତ କମ ହୋଇଯାଇଥାଏ ।

Google

ଗୋଟିଏ ପଟେ ଯେତେବେଳେ ଦେଶ କରୋନା କାଳରୁ ଠିକ ହୋଇନାହିଁ । ସେହିପରି ବର୍ତ୍ତମାନ ବ୍ଲାକ ଫଙ୍ଗସ ସଂକ୍ରମଣ ବହୁତ ଜୋରରେ ଭାଇରାଲ ହେଉଛି । କୁହାଯାଉଛି, ବ୍ଲାକ ଫଙ୍ଗସ ଲୋକଙ୍କୁ ବହୁତ କ୍ଷତି ପହଞ୍ଚାଉଛି । ଏହି ରହସ୍ୟମୟୀ ଫଙ୍ଗସ ଅନିୟନ୍ତ୍ରିତ ଡାଇବେଟିସ, ଷ୍ଟେରଏଡ଼ କାରଣରୁ ଦୁର୍ବଳ ଇମ୍ୟୁନିଟି ଓ ଅନ୍ୟ ରୋଗରେ ପୀଡିତ ଥିବାରୁ ଶିକାର ବନାଉଛି । ମୁଖ୍ୟ ରୂପରେ ଆଖିରେ ଲାଲ ପଡିବା, ମୁଣ୍ଡବିନ୍ଧା, ଜ୍ୱର, ଶ୍ଵାସକ୍ରିୟାରେ ସମସ୍ୟା ସାମିଲ ରହିଛି । ଡ଼କ୍ଟରଙ୍କ ମୁତାବିକ, ଡାଇବେଟିସ ଇମ୍ୟୁନିଟିକୁ କମ କରି ଶଙ୍କା ବଢ଼ାଇଥାଏ । ହାଇ ବ୍ଲଡ଼ ପ୍ରେସର ଲେଭେଲ ଭାଇରସ ଓ ବ୍ଲାକ ଫଙ୍ଗସ ସଂକ୍ରମଣକୁ ବଢାଇଥାଏ । ଏହାବ୍ୟତୀତ ଷ୍ଟେରଏଡ଼ କାରଣରୁ ହେଉଥିବା ଦୁର୍ବଳ ଇମ୍ୟୁନିଟି ମଧ୍ୟ ଭାଇରସ ସଂକ୍ରମଣକୁ ବଢ଼ାଇ ଦେଇଥାଏ ।

Leave a Reply

Your email address will not be published. Required fields are marked *