ପିଲାଙ୍କ ମଧ୍ୟରେ ଥାଏ କରୋନା ଭାଇରସର ଏହି ଲକ୍ଷଣ, ଘରେ କେମିତି କରିବେ ଦେଖାଶୁଣା,ଜାଣନ୍ତୁ ସମ୍ପୂର୍ଣ୍ଣ ସୂଚନା

ଭାରତରେ କରୋନା ଭାଇରସର ଦ୍ଵିତୀୟ ଲହର ତୀବ୍ର ଭାବରେ ବ୍ୟାପୁଅଛି। ଏଥିରେ କେବଳ ଯୁବ, ବୃଦ୍ଧ ନୁହେଁ ବରଂ ପିଲାମାନେ ମଧ୍ୟ ସଂକ୍ରମିତ ହେଉଛନ୍ତି। ଏହି ଭାଇରସ ପ୍ରତ୍ଯେକ ବର୍ଷର ପିଲାଙ୍କୁ ନିଜ କବଳରେ କରିନେଉଛି। ଡାକ୍ତରଙ୍କ ଅନୁସାରେ, ପିଲାଙ୍କ ଭିତରେ କରୋନା ଭାଇରସର ଲକ୍ଷଣ ବହୁତ କମ ଦେଖାଯାଉଛି ନଚେତ ଆଦୌ ଦେଖାଯାଉ ନାହିଁ। ଏମିତିରେ ଜରୁରୀ ହେଉଛିକି ପିଲାଙ୍କ ନିକଟରେ କରୋନା ଭାଇରସର ଲକ୍ଷଣକୁ ଚିହ୍ନି ଏହାର ସଠିକ ସମୟ ପୂର୍ବରୁ ଚିକିତ୍ସା କରାଯାଉ ଯାହାଦ୍ୱାରା ରୋଗ ଗମ୍ଭୀର ରୂପ ନେବ ନାହିଁ।

ଜେନ୍ଦ୍ର ସରକାର ଟୁଇଟର ହ୍ୟାଣ୍ଡେଲ MyGovIndiaରେ ଏକ ସୂଚନା ଦିଆଯାଇଛି। ସ୍ୱାସ୍ଥ୍ୟ ଏକ୍ସପୋର୍ଟଙ୍କ ମୁତାବିକ, ଅଧିକାଂଶ ପିଲା ଯେଉଁମାନେ କୋଭିଡ-୧୯ରେ ପ୍ରଭାବିତ ହେଉଛନ୍ତି, ସେମାନଙ୍କୁ ସାମାନ୍ୟ ରୂପରେ ହାଲ୍କା ଜ୍ଵର, କାସ, ଥଣ୍ଡା, ନିଃଶ୍ଵାସ ନେବାରେ ଅସୁବିଧା, ଥକା, ଗଲାରେ କିଛି ଲାଗିବା, ଖାଇବାର ସ୍ଵାଦ ବାରି ନ ପାରିବା, ସୁଙ୍ଘିବାର ଶକ୍ତି ହ୍ରାସ କରିବା, ମାଂସପେଶୀରେ ବଥା ହେବା ଓ ଲଗାତାର ନାକରୁ ବୋହିବା ପରି ଲକ୍ଷଣ ସାମିଲ ଅଛି। ଏହା ବ୍ଯତୀତ, କିଛି ପିଲାଙ୍କ କ୍ଷେତ୍ରରେ ପେଟ ଜନିତ ସମସ୍ଯା ସହିତ କିଛି ଅସମନ୍ୟା ଲକ୍ଷଣ ମଧ୍ୟ ଦେଖାଦେଉଛି।

Google

ଅନୁସନ୍ଧାନ ଅନୁଯାୟୀ, ମଲ୍ଟି ସିଷ୍ଟମ ଇନଫ୍ଲାମେଟୋରୀ ସିଣ୍ଡ୍ରୋମ ନାମକ ଏକ ନୂତନ ସିଣ୍ଡ୍ରୋମ ମଧ୍ୟ ପିଲାମାନଙ୍କଠାରେ ପରିଲକ୍ଷିତ ହୋଇଛି। ଏହା ଏକ ରୋଗ ନୁହେଁ ବରଂ ଲକ୍ଷଣ ଉପରେ ଆଧାରିତ ଏକ ସିଣ୍ଡ୍ରୋମ। କୁହାଯାଉଛିଯେ କୋଭିଡ-୧୯ ସଂକ୍ରମିତ ଅଧିକାଂଶ ପିଲାଙ୍କର ସାମାନ୍ୟ ଲକ୍ଷଣ, ସାମାନ୍ୟ ଜ୍ୱର, ଥଣ୍ଡା-ଥଣ୍ଡା, ଝାଡ଼ା ଇତ୍ୟାଦି ଲକ୍ଷଣ ଦେଖାଯାଏ। କିନ୍ତୁ ମଲ୍ଟି ସିଷ୍ଟମ ଇନଫ୍ଲାମେଟୋରୀ ସିଣ୍ଡ୍ରୋମରେ ପୀଡିତ ପିଲାମାନେ ହୃଦୟ, ଫୁସଫୁସ, ରକ୍ତବାହୀ, କିଡନୀ, ହଜମ ପ୍ରକ୍ରିୟା, ମସ୍ତିଷ୍କ, ଚର୍ମ କିମ୍ବା ଆଖିରେ ସଂକ୍ରମଣ ଏବଂ ଫୁଲିଯିବା ଆଦି ଦେଖାଯାଇଛି। ପିଲାମାନଙ୍କ ମଧ୍ୟରେ ମଲ୍ଟି ସିଷ୍ଟମ ଇନଫ୍ଲାମେଟୋରୀ ସିଣ୍ଡ୍ରୋମର ସାଧାରଣ ଲକ୍ଷଣ ଯେପରିକି କ୍ରମାଗତ ଜ୍ୱର, ବାନ୍ତି, ପେଟ ଯନ୍ତ୍ରଣା, ଚର୍ମ ଦାଗ, ଥକ୍କା, ଆଖି ଲାଲ ହୋଇଯିବା, ଓଠ ଫୁଲିଯିବା, ହାତ ଏବଂ ପାଦ ଫୁଲିଯିବା, ମୁଣ୍ଡବିନ୍ଧା ଆଦି ସାମିଲ ଅଛି।

ଯଦି ଘରେ କେହି କରୋନା ପଜିଟିବ ଜଣାପଡନ୍ତି ତେବେ ଏମିତିରେ ଆବଶ୍ୟକ ହେଉଛିକି ପିଲାଙ୍କ ନିକଟରେ ସଂକ୍ରମଣର ଲକ୍ଷଣ ଦେଖା ନଗଲେ ମଧ୍ୟ ତାଙ୍କର ସ୍କାନିଂ କରିବା ଦରକାର। ଏହାଦ୍ବାରା ସହଜରେ ପିଲା କରୋନାରେ ସଂକ୍ରମଣ ହୋଇଛି କି ନାହିଁ ଜଣାପଡିଯିବ। ପିଲାଙ୍କ ନିକଟରେ ସାମାନ୍ୟ ଲକ୍ଷଣ ଯେପରି ଗଳାରେ ଲାଗିବା, କାସ, ମାଂସପେଶୀରେ ବଥା କିମ୍ବା ପେଟ ସହିତ ଜଡିତ ସମସ୍ଯା ହେବା ଉପରେ ଯାଞ୍ଚର କୌଣସି ଆବଶ୍ୟକତା ନାହିଁ। ଏମିତିରେ ପିଲାକୁ ଆଇସୋଲେସନରେ ରଖି ତାର ଚିକିତ୍ସା କରାଯାଇପାରିବ।

ଏହା ବ୍ଯତୀତ ଫୁସଫୁସର ସମସ୍ଯା, ହାର୍ଟ ଡିଜିଜ, କ୍ରନିକ ଅର୍ଗାନ ଡିସଫଙ୍କସନ ଓ ମୋଟାପା ପରି ଅସୁବିଧା ମଧ୍ୟ ଘରେ ଠିକ କରିହେବ। ଡାକ୍ତରଙ୍କ ମୁତାବିକ ଜ୍ଵର ଆସିବା ମାତ୍ରେ ପ୍ରତ୍ଯେକ ୪ ରୁ ୬ ଘଣ୍ଟାରେ ପାରାସିଟାମୋଲ ୧୦-୧୫ ଏମଜି/କେଜି ର ଦୋଜ ନେବା ଉଚିତ। ଗଲାରେ ଖସ ଖସ କିମ୍ବା କଫ ଥିଲେ ପିଲା ଓ ଯୁବକ ଦୁଇଜଣ ଗରମ ପାଣିରେ ଅଳ୍ପ ଲୁଣ ମିଶାଇ ଗରାରେ କରିପାରିବେ। ପିଲାଙ୍କୁ ଓରଲ ରିହାଇଡ୍ରେସନ ସଲ୍ଯୁସନ ଓ ପୋଷକ ତତ୍ଵରେ ପରିପୂର୍ଣ ଡାଏଟ ଦେବା ଉଚିତ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *