ମଙ୍ଗଳରେ ପହଞ୍ଚିଲା ଚାଇନାର ରୋଭର, ଆମେରିକା ପରେ ଏମିତି କରିବାରେ ଦ୍ଵିତୀୟ ଦେଶ ହେଲା ଚାଇନା,ଜାଣନ୍ତୁ ପୁରା ଘଟଣା

ଚୀନ୍ ସଫଳତାର ସହ ମଙ୍ଗଳ ଗ୍ରହରେ ଅବତରଣ କରିଛି। ଏହାସହିତ ଚାଇନା ଆମେରିକା ପରେ ଏହି ରେକର୍ଡ ସୃଷ୍ଟି କରିବାରେ ଦ୍ୱିତୀୟ ଦେଶ ହୋଇସାରିଛି। ଚୀନ ଜୁଲାଇ ୨୦୨୦ ମସିହାରେ ତିୟାନବେନ-୧ ମଙ୍ଗଳ ଗ୍ରହକୁ ମିଶନ ପଠାଇଥିଲା। ଯାହାକି ୧୫ ମେ ୨୦୨୧ ମସିହାର ସକାଳ ପ୍ରାୟ ୫ଟା ସମୟରେ ମଙ୍ଗଳ ପୃଷ୍ଠରେ ଅବତରଣ କରିଛି। ଏହା ନୁହେଁଯେ, ଚୀନର ଏହି ରୋଭର ପୃଥିବୀରୁ ଉଡିଲା ଏବଂ ସିଧାସଳଖ ମଙ୍ଗଳ ଗ୍ରହରେ ଅବତରଣ କଲା। ଲାଲ ଗ୍ରହ ପୃଷ୍ଠରେ ଅବତରଣ କରିବା ପୂର୍ବରୁ ତିୟାନବେନ-୧ ତିନିମାସ ଧରି ମଙ୍ଗଳ ଗ୍ରହର ଚାରିପାଖେ ଘୁରିଥିଲା।

ଏହାପରେ, ତିୟାନବେନ-୧ ଲ୍ୟାଣ୍ଡର ତା ସହିତ ଜୁରୋଙ୍ଗ ରୋଭରକୁ ନେଇ ଭୂପୃଷ୍ଠ ଆଡକୁ ଗଲା। ଦୁହେଁ ନିଜ କକ୍ଷପଥରୁ ଅଲଗା ହୋଇଗଲେ। ମଙ୍ଗଳ ଗ୍ରହର ବାୟୁମଣ୍ଡଳକୁ ଆସିବା ମାତ୍ରେ … ସେମାନଙ୍କର ମଧ୍ୟ ‘୭ ମିନିଟର ଭୟ’ ଆରମ୍ଭ ହୋଇଥିଲା। କିନ୍ତୁ ଚୀନର ଭୟ ସମୟ ୯ ମିନିଟର ଥିଲା। ଏହାପରେ, ଜୁରୋଙ୍ଗ ମଙ୍ଗଳ ଗ୍ରହର ୟୁଟୋପିଆ ପ୍ଲାନସିଆ ଅଞ୍ଚଳରେ ଅବତରଣ କରିଛି। ଏହା ମଙ୍ଗଳ ଗ୍ରହର ଉତ୍ତର ଗୋଲାର୍ଦ୍ଧରେ ଏକ ମେଟେରାଇଟ ଧକ୍କା ଦେଇ ଗଠିତ ଏକ ଉପତ୍ୟକାରେ ଅବସ୍ଥିତ।

ତିୟାନବେନ-୧ ଅବତରଣ କରିବା ପୂର୍ବରୁ ଏହାର ଛୋଟ ଅବତରଣ ରକେଟକୁ ଅନ କରାଯାଇଥିଲା। ଏହି କାରଣରୁ, ତୀୟାନବେନର ଗତି କମିଗଲା ଏବଂ କିଛି ସେକେଣ୍ଡରେ ସେ ଧୀରେ ଧୀରେ ଲାଲ ଗ୍ରହ ପୃଷ୍ଠରେ ଅବତରଣ କରିଲା। ଚାଇନା ନ୍ୟାସନାଲ ସ୍ପେସ ଆଡମିନିଷ୍ଟ୍ରେସନ (ସିଏନଏସଏ) ପ୍ରାରମ୍ଭରେ ଏହାର ଅବତରଣର ସଫଳତା ବିଷୟରେ ଆନୁଷ୍ଠାନିକ ଭାବେ ରିପୋର୍ଟ କରିନଥିଲେ। ଏହାର ସୂଚନା ଚୀନର ସରକାରୀ ଗଣମାଧ୍ୟମ ସିଜିଟିଏନ ଦେଇଛନ୍ତି। ଏହା ବ୍ୟତୀତ ମକାଉ ୟୁନିଭରସିଟି ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଚାଇନା ଏହି ସୂଚନା ଦେଇଛି।

ଚାଇନା ଜୁରୋଙ୍ଗ ନିଜର ନାମ ଅଗ୍ନିର ଦେବତାଙ୍କ ନାମରେ ନାମିତ କରିଛନ୍ତି। ତିୟାନବେନ ଲ୍ୟାଣ୍ଡର ଉପରେ ଏକ ରେମ୍ପ ନିର୍ମାଣ କରାଯାଇଛି, ଯାହା ମାଧ୍ୟମରେ ରୋଭର ତଳକୁ ଓହ୍ଲାଇବ। ଏହା ବିଶ୍ୱାସ କରାଯାଏଯେ, ମଙ୍ଗଳ ଗ୍ରହରେ ରୋଭରକୁ ୯୦ ଦିନ ବିତାଇବାକୁ ପଡିବ ବୋଲି। ଯାହା ପୃଥିବୀର ୯୩ ଦିନ ସହିତ ସମାନ ଅଟେ। ମଙ୍ଗଳ ଗ୍ରହର ଦିନ ପୃଥିବୀର ଦିନଠାରୁ ୪୦ ମିନିଟ ଲମ୍ବା ଅଟେ।

ମଙ୍ଗଳ ଗ୍ରହରେ ଅବତରଣ କରିବା ପୂର୍ବରୁ, ତିୟାନବେନଙ୍କ ଆର୍ବିଷ୍ଟର ଲାଲ ଗ୍ରହର ମାଟିର ମିଶ୍ରଣ ଏବଂ ବରଫର ଆବିଷ୍କାର ଅଟେ। ବିଶ୍ୱାସ କରାଯାଏଯେ, ୟୁଟୋପିଆ ପ୍ଲାନେସିଆରେ ବରଫ ଜଳର ପରିମାଣ ବହୁତ ଅଧିକ। କାରଣ ଏଠାରେ ମାଟି ତଳେ ବରଫର ସିଟ ହୋଇପାରିବ। ନାସାର ଭାଇକିଙ୍ଗ-୨ ମଧ୍ୟ ୧୯୭୬ ମସିହାରେ ଏହି ସ୍ଥାନରେ ଅବତରଣ କରିଥିଲା। ​

ଝୁରୋଙ୍ଗ ଏକ ଛଅଟି ଚକ ଥିବା ରୋବଟ ଅଟେ। ଏହା ନାସାର ମାର୍ସ ରୋବର ସ୍ପିରିଟ ଓ ଓପ୍ଚ୍ୟୁନିଟିର ବରାବର ଅଟେ। ଏଥିରେ ଛଅଟି ସାଇଣ୍ଟିଫିକ ଇନ୍ସଟ୍ରୁମେନ୍ଟ ଗୋଡ ଅଛି। ଯେଉଁଥିରେ ଦୁଇଟି ପେନୋରେମିକ କ୍ୟାମେରା, ଗ୍ରାଉଣ୍ଡ ପେନେଟ୍ରୋଟିଙ୍ଗ ରାଡ଼ାର ଓ ମ୍ୟାଗ୍ନେଟିକ ଫିଲ୍ଡ ଡିଟେକ୍ତର ଅଟେ। ଏଥିରେ ଏକ ଲେଜର ମଧ୍ୟ ଅଚଚି ଯାହାକି ପଥରକୁ କାଟିପାରେ, ଯାହାଦ୍ୱାରା ତାଙ୍କର କମ୍ପୋଜିସନର ଅଧ୍ୟୟନ କରାଯାଇପାରିବ।

ଝୁରୋଙ୍ଗ ଲାଲ ଗ୍ରହରେ ଜମିରେ ଅଧ୍ୟୟନ କରିବ। ଆର୍ବିଷ୍ଟର ଏହାର ଚାରିଆଡେ ଚକ୍କର ଲଗାଏ। ଆର୍ବିଷ୍ଟରକୁ ୬୮୭ଦିନର ଚକ୍କର ଲଗାଇବା ପାଇଁ ମିଶନ ଦିଆଯାଇଛି। ଯେତେବେଳେକି ଲ୍ୟାଣ୍ଡର ଝୁରୋଙ୍ଗ ଓ ଆର୍ବିଷ୍ଟର ସହିତ ମଝିରେ ସମ୍ପର୍କ ସ୍ଥାପିତ କରିବ। ଆର୍ବିଷ୍ଟର ଜରିଆରେ ପୃଥିବୀରେ ସମ୍ପର୍କ ସିଧାସଳଖ କରାଯିବ।

ତିୟାନବେନ-୧ ଚୀନର ପ୍ରଥମ ମଙ୍ଗଳ ଗ୍ରହରେ ଅବତରଣ କରିବା ହେଉଛି ପ୍ରଥମ ମିଶନ। ୨୦୧୧ରେ ଚୀନ ଏହାର ପ୍ରଥମ ମଙ୍ଗଳ ମିଶନ ଆରମ୍ଭ କରିଥିଲା। ଏହାର ନାମ ୟିଙ୍ଗହୁ-୧, ଏହା ଫୋବୋସ ଗ୍ରଣ୍ଟ ମଙ୍ଗଳ ନମୁନା ରିଟର୍ନ ମିଶନ ସହିତ ରୁଷିଆକୁ ପଠାଯାଇଥିଲା। କିନ୍ତୁ ଏହା ବିଫଳ ହୋଇଥିଲା। ଏହା ସିଧାସଳଖ ପ୍ରଶାନ୍ତ ମହାସାଗରରେ ଖସି ଯାଇଥିଲା। ଏଥିରେ ମହାକାଶଯାନ ସମାପ୍ତ ହୋଇଯାଇଥିଲା।

ଚୀନ ଓ ଆମେରିକା ବ୍ଯତୀତ ସେବିୟତ ୟୁନିୟନ ହେଉଛି ଏମିତି ଦେଶ ଯିଏକି ମାର୍ସକୁ ଲ୍ୟାଣ୍ଡର ପଠାଯାଇଥିଲା। କିନ୍ତୁ ସେ ଅସଫଳ ଥିଲେ। ଲ୍ୟାଣ୍ଡିଂର କିଛି ମିନିଟ ପୂର୍ବରୁ ମହାକାଶଯାନ ବିଫଳ ହୋଇଯାଇଥିଲା। ୟୁରୋପୀୟନ ସ୍ପେସ ଏଜେନ୍ସି ମଙ୍ଗଳ ଗ୍ରହରେ ଦୁଇଥର ଲ୍ୟାଣ୍ଡିଂର ପ୍ରୟାସ କରିଥିଲେ। କିନ୍ତୁ ଦୁଇଟି ଯାକ ମହକାଶଯାନ ମଙ୍ଗଳ ଗ୍ରହରେ କ୍ରାଶ ହୋଇଯାଇଥିଲା।

Leave a Reply

Your email address will not be published. Required fields are marked *