ଏତେ ଉଚ୍ଚରୁ ତଳେ ଖସି ପଡିଲା ବିଲେଇ, ତାପରେ ଯାହା ହେଲା ….ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ପଶୁମାନଙ୍କର ମଜାଳିଆ ଭିଡିଓ ଭାଇରାଲ ହେଉଥାଏ। ଏଥିମଧ୍ୟରୁ କିଛି ଭିଡିଓକୁ ଦେଖିକରି ଆମକୁ ହସ ଆସିଯାଏ, ତୋ କିଛି ଭିଡିଓକୁ ଦେଖିକରି ଆଶ୍ଚର୍ଯ୍ୟ ମଧ୍ୟ ହେଇଥାଉ। ୟୁଜର୍ସ ଏହି ଭିଡିଓର ମଜା ନେଉଛନ୍ତି। ଏମ ଏମିତି ମଜାଳିଆ ଭିଡିଓ ବର୍ତ୍ତମାନ ସମୟରେ ଚର୍ଚ୍ଚାରେ ଅଛି, ଯେଉଁଥିରେ ଗୋଟିଏ ବିଲେଇ ବହୁତ ଉଚ୍ଚତୁ ତଳେ ପଡିଗଲା। ଆଶ୍ଚର୍ଯ୍ୟର କଥା ହେଉଛିକି ଏତେ ଉଚ୍ଚରୁ ପଡିବା ପରେ ମଧ୍ୟ ବିଲେଇକୁ କୌଣସି କ୍ଷତି ପହଞ୍ଚିନଥିଲା। ଲୋକଙ୍କୁ ଏହି ଭିଡିଓ ବହୁତ ପସନ୍ଦ ଆସୁଅଛି ଓ ଏହି ଭିଡିଓର ସମସ୍ତେ ମଜା ନେଉଛନ୍ତି।

ସାଧାରଣତଃ ମଣିଷକୁ ଏତେ ଉଚ୍ଚତାରୁ ଡ-ର ଲାଗେ। କିଛି ପଶୁ ମଧ୍ୟ ଉଚ୍ଚତାକୁ ଡରନ୍ତି। କିନ୍ତୁ ଏହି ଭିଡିଓରେ ଆପଣଙ୍କୁ କିଛି ଏମିତି ଦେଖିବାକୁ ମିଳିବ, ଯାହା ଉପରେ ବିଶ୍ବାସ କରିବା ସାମାନ୍ୟ କଷ୍ଟ ହୋଇପାରେ। କାରଣ ଏକ ବିଲଡିଙ୍ଗରେ ନିଆଁ ଲାଗିଯାଇଥିଲା। ବିଲଡିଙ୍ଗରେ କଳା ରଙ୍ଗର ଏକ ବିଲେଇ ଥିଲା। ଯେମିତି ବିଲଡିଙ୍ଗରେ ନିଆଁ ଲାଗେ, ବିଲେଇଟି ବିଲଡିଙ୍ଗରୁ ଡିଆଁ ମାରିଦିଏ। ପ୍ରଥମ ନଜରରେ ଏମିତି ଲାଗେକି ବିଲେଇକୁ ଆଘାତ ଲାଗିଥିବା। କିନ୍ତୁ ଆରମରେ ସେ ଉଠି ଚାଲିବାକୁ ଲାଗେ ଯେମିତି କିଛି ହୋଇନାହିଁ। ତେବେ ଆପଣ ସର୍ବପ୍ରଥମେ ଭିଡିଓକୁ ଦେଖନ୍ତୁ…

‘ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଲୋକ’:-

ଭିଡିଓ ଦେଖି ଆପଣଙ୍କୁ ମଧ୍ୟ ମଜା ଆସିଯିବ। ଟୁଇଟରରେ ଏହି ଭିଡିଓକୁ ‘Fred Schultz’ ନାମକ ଏକାଉଣ୍ଟରେ ସେୟାର କରାଯାଇଛି। ବର୍ତ୍ତମାନ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି। ଖବର ଲେଖାଗଲା ବେଳକୁ ଭିଡିଓକୁ ୨୧ହଜାରରୁ ଅଧିକ ଲୋକ ଦେଖିସାରିଥିଲେ। ଏହି ଭିଡିଓ ଉପରେ ଲୋକମାନେ ଲଗାତାର କମେଣ୍ଟ ମଧ୍ୟ କରୁଛନ୍ତି। ତେବେ ଆସନ୍ତୁ, ଦେଖିବା ଲୋକମାନେ କଣ କହୁଛନ୍ତି?

Leave a Reply

Your email address will not be published. Required fields are marked *