ବିରାଟ କୋହଲିଙ୍କ ଶରୀରରେ ତିଆରି ହୋଇଥିବା ପ୍ରତ୍ୟେକ ଟାଟୁର ରହସ୍ୟ ସମ୍ବନ୍ଧରେ ଆପଣ ଜାଣିଛନ୍ତି କି ? ତା ହେଲେ ଏବେ ଜାଣି ନିଅନ୍ତୁ …

ଭାରତରେ କ୍ରିକେଟର ଏକ ଅଲଗା ଅନ୍ଦାଜ ରହିଛି । ଏଠାରେ କ୍ରିକେଟକୁ ନେଇ ଲୋକଙ୍କ ମଧ୍ୟରେ ଏକ ଅଲଗା ପ୍ରକାରର କ୍ରେଜ ଦେଖିବାକୁ ମିଳିଥାଏ । ଭାରତରେ କ୍ରିକେଟକୁ ଧର୍ମ ରୂପରେ ମାନାଯାଇଥାଏ । ଏଠାରେ କ୍ରିକେଟ ଏତେ ଲୋକପ୍ରିୟ ଯେ, ପ୍ରତ୍ୟେକ ଘରେ ଜନ୍ମ ହେଉଥିବା ଛୋଟ ଛୁଆ ଟିକେ ବଡ଼ ହେବାପରେ କ୍ରିକେଟର ହେବାକୁ ଚାହିଁଥାଏ । ଏତିକି ମଧ୍ୟ ନୁହେଁ ଭାରତରେ ମଧ୍ୟ ସବୁଠାରୁ ବଡ଼ କ୍ରିକେଟ ବୋର୍ଡ ବିସିସିଆଇ ରହିଛି ଓ ବିସିସିଆଇ ଭାରତରେ ସବୁଠାରୁ ମହଙ୍ଗା ଟୁର୍ଣ୍ଣାମେଣ୍ଟ ମଧ୍ୟ ଆୟୋଜିତ କରିଥାଏ ।

ଆଜି ଆମେ ଭାରତୀୟ ଖେଳାଳି ବିରାଟ କୋହଲିଙ୍କ ସମ୍ପର୍କରେ ଆଲୋଚନା କରିବା । ବିରାଟ କୋହଲି ବର୍ତ୍ତମାନ ଭାରତୀୟ କ୍ରିକେଟ ଟିମର ଅଧିନାୟକ ହେବା ସତ୍ତ୍ୱେ ମଧ୍ୟ ସାରା ଦେଶରେ ଫେମସ ଅଟନ୍ତି । ତାଙ୍କର ବ୍ୟାଟିଂ, ଫର୍ମ, ଫିଟନେସରେ ସମସ୍ତେ ଫ୍ୟାନ ଅଟନ୍ତି । ଯେତେବେଳେ ସେ ବ୍ୟାଟିଂ କରିବାକୁ ଆସିଥାନ୍ତି ସେତେବେଳେ ଚାରିଆଡ଼େ ତାଙ୍କ ନାମ ଶୁଣାଯାଇଥାଏ । ବିରାଟ କୋହଲି ନିଜ ଶରୀରରେ ବହୁତ ଟାଟୁ ବନାଇଛନ୍ତି । ଆପଣ ଜାଣିଛନ୍ତି କି, ତାଙ୍କ ପ୍ରତ୍ୟେକ ଟାଟୁ ର ଏକ କାରଣ ରହିଛି ।

ବିରାଟ କୋହଲି ତାଙ୍କର କ୍ରିକେଟ କ୍ୟାରିଅରରେ ଏବେପର୍ଯ୍ୟନ୍ତ ତାଙ୍କ ଶରୀରରେ 11ଟି ଟାଟୁ କରିଛନ୍ତି । ସେ ପ୍ରତ୍ୟେକ ଟାଟୁକୁ ଏକ ଖାଆସ କାରଣ ପାଇଁ ବନାଇଛନ୍ତି । ଆସନ୍ତୁ ଜାଣିବା ଏହାର ରହସ୍ୟ ବିଷୟରେ । ସର୍ବପ୍ରଥମେ ଆସିଥାଏ ମାଆଙ୍କ ନାମର ଟାଟୁ । ସେ ପ୍ରଥମେ ନିଜ ମାଆ ସରୋଜ ଙ୍କ ନାମରେ ଏକ ଟାଟୁ ନିଜ ବମହାତ ଉପରେ ବନାଇଛନ୍ତି ।

ଏହାପରେ ଦ୍ଵିତୀୟ ଟାଟୁ ତାଙ୍କ ବାପା ପ୍ରେମ କୋହଲିଙ୍କ ନାମରେ ରହିଛି ଯାହାକୁ ସେ ନିଜ ବାମ ହାତର ପଛରେ ଲେଖିଛନ୍ତି । ଏହାପରେ ସେ ଭଗବାନଙ୍କ ଟାଟୁ ମଧ୍ୟ ବନାଇଛନ୍ତି। କୋହଲୁ ଭଗବାନ ଶିବଙ୍କର ବହୁତ ବଡ଼ ଭକ୍ତ ଅଟନ୍ତି । ଏଥିପାଇଁ ତାଙ୍କ ବାମ ହାତରେ ଭଗବାନ ଶିବଙ୍କ ଟାଟୁ ରହିଛି । ଏଠାରେ କୈଳାଶ ପର୍ବତ ଓ ଭଗବାନ ଶିବ ଧ୍ୟାନ କରୁଥିବାର ଟାଟୁ ସେ ଆଙ୍କିଛନ୍ତି । 2008 ମସିହାରେ କୋହଲି ଦିନିକିଆ କ୍ରିକେଟରେ ଡେବ୍ୟୁ କରିଥିଲେ । କୋହଲି ଭାରତ ପାଇଁ ଇଣ୍ଟରନାଶନାଲ କ୍ରିକେଟରେ ଡେବ୍ୟୁ କରିବାରେ 175 ତମ ଖେଳାଳି ଅଟନ୍ତି । ସେଥିପାଇଁ ସେ 175 ନମ୍ବର୍ ର ଟାଟୁ ମଧ୍ୟ କରିଛନ୍ତି ।

ଏହାପରେ ସେ 269 ନମ୍ବର୍ ଟାଟୁ କରିଛନ୍ତି କାରଣ 2011 ମସହାରେ ସେ କିଙ୍ଗଷ୍ଟନରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟରେ ପାଦ ଥାପିଥିଲେ ଓ 269 ତମ ଖେଳାଳି ହୋଇଯାଇଥିଲେ । ଏହି ଖେଳାଳି ବାମ ହାତ ବାହୁରେ ଜାପାନୀ ସାମୁରାଇ ଯୋଦ୍ଧାଙ୍କ ଟାଟୁ ଆଙ୍କିଥିଲେ । ଆପଣଙ୍କୁ ଜଣାଇଦେଉଛୁ କି, ବିରାଟ ଏହି ଟାଟୁ କୁ ନିଜର ଗୁଡ଼ଲକ ମାନିଥାନ୍ତି ।

ବିରାଟ ଓଁ ଟାଟୁ ମଧ୍ୟ ନିଜ ଶରୀରରେ ବନାଇଛନ୍ତି । କୋହଲିଙ୍କ ଜନ୍ମ 5 ନଭେମ୍ବର 1988 ରେ ହୋଇଥିଲା । କୋହଲିଙ୍କ ରାଶି ବିଛା ହୋଇଥିବାରୁ ସେ ଡାହାଣ ହାତରେ ଏହାର ଟାଟୁ ବନାଇଛନ୍ତି । ଏହାସହ ଟ୍ରାଇବଲ ଟାଟୁ ମଧ୍ୟ ନିଜ ହାତରେ ବନାଇଛନ୍ତି । ଏହା ତାଙ୍କର ରାଜନୀତିକ ରୂପ ଓ ଖେଳରେ ଲଢେଇର ଭାବନାକୁ ଦର୍ଶାଇଛି ।

Leave a Reply

Your email address will not be published. Required fields are marked *