WHO ର ଦ୍ବିତୀୟ ଚେତାବନୀ : କରୋନା ଚିକିତ୍ସା ସମୟରେ ଏହି ମେଡ଼ିସିନ ବ୍ୟବହାର କରନ୍ତୁ ନାହିଁ

ସାରା ଦୁନିଆରେ କରୋନାରେ ବଢୁଥିବା ମାମଲା ମଧ୍ୟରେ ବୈଜ୍ଞାନିକ ମାନେ ଭ୍ୟାକ୍ସିନ ପରେ ଏବେ କୋଭିଡ଼-19 ଦବେଇ ପଛରେ ଲାଗିଛନ୍ତି । ଏହି ଦିଗରେ ବୈଜ୍ଞାନିକ ମାନଙ୍କୁ ଏକ ବଡ଼ ସଫଳତା ମିଳିଥିଲା କିନ୍ତୁ ଏହା ଗଡ଼ବଡ଼ ହୋଇଯାଇଛି। ବିଗତ ଦିନ ଫ୍ରଣ୍ଟ ଲାଇନ କୋଭିଡ଼-19 କ୍ରିଟିକାଲ କେୟାର ଆଲଏନ୍ସ ର ନେତୃତ୍ୱରେ 3କ ଅଧ୍ୟୟନର ସମୀକ୍ଷା ମଧ୍ୟରେ ବୈଜ୍ଞାନିକମାନେ ଆଇବରମେକଟିମ ନାମକ ମେଡ଼ିସିନକୁ କୋଭିଡ଼-19 ସଂକ୍ରମଣ ବିଷୟରେ ବହୁତ ପ୍ରଭାବୀ କହିଥିଲେ। ଏତିକି ମଧ୍ୟ ନୁହେଁ ଏହି ଆଧାରରେ ଗୋଆ ସରକାର ସୋମବାର ଦିନ ରାଜ୍ୟରେ ଦବେଇର ବ୍ୟବହାରକୁ ମଞ୍ଜୁରୀ ମଧ୍ୟ ଦେଇଥିଲେ ।

ଏବେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏହି ମେଡ଼ିସିନର ବ୍ୟବହାରକୁ ନେଇ ଆଲର୍ଟ ଜାରି କରିଦେଇଛନ୍ତି । ଆସନ୍ତୁ ଜାଣିବା ବୈଜ୍ଞାନିକ ମାନେ ଯେଉଁ ମେଡ଼ିସିନକୁ ଏତେ ପ୍ରଭାବୀ ମାନୁଥିଲେ । ତାକୁ ନେଇ WHO ର ଏମିତି ନିୟମ କାହିଁକି ?

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଦେଲା ଚେତାବନୀ :-

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମଙ୍ଗଳବାର ଦିନ ଆଇବରମେକଟିନର ସାମାନ୍ୟ ଉପଯୋଗକୁ ନେଇ ଆଲର୍ଟ ଜାରି କରିଦେଇଛି । WHOର ପ୍ରମୁଖ ବୈଜ୍ଞାନିକ ଡ଼କ୍ଟର ସୌମ୍ୟା ସ୍ୱାମୀନାଥନ ଏକ ଟ୍ୱିଟ ମାଧ୍ୟମରେ କହିଥିଲେ କି, କୌଣସି ନୂଆ ମେଡ଼ିସିନ ନେବା ଆଗରୁ ତାହାର ସାଵଧାନୀ ଓ ପ୍ରଭାବକାରିତା ଉପରେ ଧ୍ୟାନ ରଖିବା ମହତ୍ୱପୂର୍ଣ୍ଣ ହୋଇଥାଏ । କ୍ଲିନିକାଲି ଟ୍ରାୟଲ ବ୍ୟତୀତ ଏହାକୁ ନେବା ସଠିକ ହେବନାହିଁ ।

କୋଭିଡ଼-19 ରେ ଆଇବରମେକଟିନ ବ୍ୟବହାରକୁ ନେଇ ବିଗତ ଦୁଇମାସର ଏହା WHOର ଦ୍ବିତୀୟ ଚେତାବନୀ ଅଟେ। ଏହାବ୍ୟତୀତ ମାର୍ଚ୍ଚ ମାସରେ ସ୍ୱାସ୍ଥ୍ୟ ସଙ୍ଗଠନ ଏକ ବୟାନ ମାଧ୍ୟମରେ କହିଥିଲା କି, ଏହା ପ୍ରମାଣ ହୋଇନାହିଁ ଯେ, ଆଇବରମେକଟିନ କୁ ବ୍ୟବହାର କଲେ ଏହା ମୃତ୍ୟୁକୁ କମାଇଦେଵ ।

ମେଡିସିନ ନିର୍ମାଣ କରୁଥିବା କମ୍ପାନୀ ମଧ୍ୟ କଲା ସଚେତନ :-

ଆଇବରମେକଟିନ ନିର୍ମାତା କମ୍ପାନୀ ମାର୍କ ମଧ୍ୟ କୋଭିଡ଼-19ରେ ଏହାକୁ ବ୍ୟବହାର କରିବାପାଇଁ ସଚେତନ କରିଛନ୍ତି । ସେମାନେ କହିଛନ୍ତି, କୋଭିଡ଼-19 କୁ ନେଇ ଆମର ବୈଜ୍ଞାନିକ ଏଥିରେ ଯାଞ୍ଚ କାର୍ଯ୍ୟ କରୁଛନ୍ତି । ଆମକୁ ଏବେପର୍ଯ୍ୟନ୍ତ କୋଭିଡ଼-19 ରୋଗୀ ମାନଙ୍କ କୌଣସି ସାର୍ଥକ ପ୍ରମାଣ ମିଳିନାହିଁ । କୋଭିଡ଼-19 ଏହି ମେଡ଼ିସିନର ପ୍ରଭାବକୁ ନେଇ ଏବେପର୍ଯ୍ୟନ୍ତ ଯେଉଁ ଅଧ୍ୟୟନ ହୋଇଛି ସେଥିରୁ ସୁରକ୍ଷାତ୍ମକ ଅଭାବର ନଜର ସାମ୍ନାକୁ ଆସିଛି । ଏଥିପାଇଁ ଏହାର ପ୍ରୟୋଗ କରିବା ଉଚିତ ନୁହେଁ ।

ଗୋଆ ସରକାର ଏହାକୁ ବ୍ୟବହାର କରିବାକୁ ମଞ୍ଜୁରୀ ଦେଇଥିଲେ :-

ଏହାପୂର୍ବରୁ ସୋମବାରକୁ ଗୋଆ ସରକାର ରାଜ୍ୟରେ ଆଇବରମେକଟିନ ବ୍ୟବହାର ପାଇଁ ମଞ୍ଜୁରୀ ଦେଇଥିଲେ । ଏହାପରେ WHOର ପ୍ରମୁଖ ବୈଜ୍ଞାନିକ ଡ଼କ୍ଟର ସୌମ୍ୟା ସ୍ୱାମୀନାଥନ ମଙ୍ଗଳବାର ଦିନ ଚେତାବନୀ ଜାରି କରିଥିଲେ । ସୋମବାର କୁ ଗୋଆ ସରକାର ନୂଆ କୋଭିଡ଼ ଟ୍ରିଟମେଣ୍ଟ ପ୍ରୋଟକଲ ଜାରି କରି କହିଥିଲେ କି, କୋଭିଡ଼ ସଂକ୍ରମିତ 18 ବର୍ଷୀୟ ରୋଗୀଙ୍କୁ ଚିକିତ୍ସା ପାଇଁ ଆଇବରମେକଟିନ ଦିଆଯାଇପାରେ । ସ୍ୱାସ୍ଥ୍ୟମନ୍ତ୍ରୀ ବିଶ୍ଵଜିତ ରାଣେ କହିଥିଲେ କି, କେତେକ ଦେଶରେ ଏହି ମେଡ଼ିସିନ ବ୍ୟବହାର କରିବାପରେ ରୋଗୀ ମାନଙ୍କ ଠିକ ହେବାରେ ବହୁତ କମ ସମୟ ଲାଗିଥିଲା। ଏମିତିରେ ରାଜ୍ୟରେ ଏହାର ବ୍ୟବହାର ମଧ୍ୟ ହୋଇପାରେ ।

କେତେକ ଅଧ୍ୟୟନରେ ଏହାକୁ ପ୍ରଭାବକାରୀ ମାନାଯାଇଥିଲା :-

ଫ୍ରଣ୍ଟ ଲାଇନ କୋଭିଡ଼-19 କ୍ରିଟିକାଲ କେୟାର ଆଲଏନ୍ସ ନେତୃତ୍ୱରେ ଏକ ଅଧ୍ୟୟନର ସମୀକ୍ଷା ମଧ୍ୟରେ ବୈଜ୍ଞାନିକ ମାନେ କହିଥିଲେ କି, ଦୁନିଆସାରା ବ୍ୟାପୁଥିବା କରୋନା ମହାମାରୀକୁ ଅଟକାଇବା ପାଇଁ ଆଇବରମେକଟିନ ମେଡ଼ିସିନ ବହୁତ ପ୍ରଭାବୀ ହୋଇପାରେ । ବୈଜ୍ଞାନିକ ମାନେ ମଧ୍ୟ ଏହାକୁ ଉପକାର ମାନି ଏହାର ବ୍ୟବହାର କରିବାକୁ ଜୋର ଦେଇଥିଲେ । କେତେକ ସ୍ଥାନରେ ହୋଇଥିବା ସମୀକ୍ଷା ଓ ଡାଟାର ଅଧ୍ୟୟନ ଆଧାରରେ ଆମେ କହିପାରିବା କି, ଆଇବରମେକଟିନ ର ଏହି ମେଡ଼ିସିନ କରୋନା ମହାମାରୀକୁ ସମାପ୍ତ କରିବାରେ ସହାୟକ ସାବ୍ୟସ୍ତ ହେବ ।

ଅନ୍ୟ ସଂକ୍ରମଣରେ ସଫଳତା ହାସଲ କରିଛି ଏହି ମେଡ଼ିସିନ :-

ବିଶେଷଜ୍ଞ ମାନେ ଏହାକୁ ଏନଫ୍ଲୁଏଞ୍ଜା, ଡେଙ୍ଗୁ, ଏଚଆଇଭି, ଜିକା ଭଳି ଭାଇରସ ମାନଙ୍କ ଠାରେ ଏହାକୁ ପ୍ରଭାବୀ ପାଇଛନ୍ତି। ଏହା ଏକ ଆଣ୍ଟି ପାରାସିଟିକ ମେଡ଼ିସିନ ଅଟେ ଯାହାକୁ ଭାରତର ଫୁଡ଼ ଆଣ୍ଡ ଡ୍ରଗ୍ସ ଆଡ଼ମିନିଷ୍ଟ୍ରେଟିଭ କେତେକ ସଂକ୍ରମଣ ବିପକ୍ଷରେ ଏହାକୁ ବ୍ୟବହାର କରିବାକୁ ମଞ୍ଜୁରୀ ଦେଇଛନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *