ପ୍ରେଗ୍ନେନ୍ସିର ଲକ୍ଷଣ ଥିବ କିନ୍ତୁ ପ୍ରେଗ୍ନେଣ୍ଟ ନଥିବେ, ଜାଣନ୍ତୁ ଏପରି କାହିଁକି ହୋଇଥାଏ ?

ପିରିୟଡ଼ ମିସ ହୋଇଗଲେ ଜଣେ ମହିଳାଙ୍କର ହାର୍ଟ ବିଟକୁ ବଢ଼ାଇ ଦେଇଥାଏ | ହୋଇପାରେ ସେ ଆଶା ନେଇ ଖୁସି ହୋଇପାରନ୍ତି କିମ୍ବା ତାଙ୍କ ମନରେ ଏକ ପ୍ରକାରର ଡର ସୃଷ୍ଟି ହେବାକୁ ଲାଗେ | ଏପରି ପରିସ୍ଥିତିରେ ପ୍ରେଗ୍ନେନ୍ସି ଟେଷ୍ଟ ହିଁ ଏହି ସମସ୍ୟାର ସମାଧାନ ଦେଇପାରେ | କିନ୍ତୁ ପ୍ରଶ୍ନ ଏହା ଯେ ଯଦି ଏପରି ହେବ ଯେ ପ୍ରେଗ୍ନେନ୍ସି ଟେଷ୍ଟ ମଧ୍ୟ ନେଗେଟିଭ ଆସିବ ଏବଂ ପ୍ରେଗ୍ନେଣ୍ଟ ଥିବା ଭଳି ଲାଗୁଥିବ, ସେତେବେଳେ କଣ କରିବେ ?

କୁହାଯାଉଛି ଯେ ପିରିୟ୍ଡ଼ସର ପୂର୍ବ ଲକ୍ଷଣ ଏବଂ ପ୍ରେଗ୍ନେନ୍ସିର ଆରମ୍ଭ ଲକ୍ଷଣ ଦୁଇଟିଯାକ ଏକାଭଳି ହୋଇଥାଏ | ଥକାପଣ, ପୀଡା, ଭୟ, ପେଟ ଫୁଲିବା,ମୁଡ୍ ସୁଇଙ୍ଗ୍,କ୍ରେବିଙ୍ଗ ଭଳି ସବୁ କଥା ଦୁଇଟିଯାକ ପରିସ୍ଥିତିରେ ଏକାଭଳି ସାମ୍ନାକୁ ଆସିଥାଏ | ପିରିୟଡ଼ ଯେତେ ଡେରିରେ ହୋଇଥାଏ, ଏସବୁ ସେତେ ଅଧିକ ଅନୁଭବ ହୁଏ ଏବଂ ଯଦି ଆପଣ ପ୍ରେଗ୍ନେଣ୍ଟ ହେବାକୁ ଚାହୁଁଛନ୍ତି ତେବେ ଏହି ଜିନିଷଗୁଡ଼ିକ ଉପରେ ଧ୍ୟାନ ଅଧିକ ଦିଆଯିବ |

ଅନେକଥର ଏପରି ମଧ୍ୟ ହୋଇଥାଏ ଯେ ଘରେ ପ୍ରେଗ୍ନେନ୍ସି ଟେଷ୍ଟର ପଜିଟିଭ ରେଜଲ୍ଟ ଆସିବାପରେ ମଧ୍ୟ କେମିକାଲ ପ୍ରେଗ୍ନେନ୍ସିର ଚାନ୍ସ ରହିଥାଏ | ଏଥିରେ, ୩୦% ଫର୍ଟିଲାଇଜଡ ଏଗ ଫ୍ୟାଲପିନ ଟ୍ୟୁବରୁ ଗର୍ଭାଶୟକୁ ଯାଇ ଯାଇ କିଛି ଦିନ ମଧ୍ୟରେ ନଷ୍ଟ ହୋଇଯାଏ | ଏହା ପ୍ରାରମ୍ଭିକ ପର୍ଯ୍ୟାୟରେ ତ ପଜିଟିଭ ରେଜଲ୍ଟ ଦେଖାଯାଏ କିନ୍ତୁ କିଛି ଦିନ ପରେ ପିରିୟଡ଼ ଆରମ୍ଭ ହୋଇଯାଏ |

ଏହି କାରଣରୁ ପିରିୟ୍ଡ଼ସ ମିସ ହେବାର ୧ ସପ୍ତାହ ପରେ ଟେଷ୍ଟ କରିବାର ପରାମର୍ଶ ଦିଆଯାଇଥାଏ | କିନ୍ତୁ ଯଦି ସେତେବେଳେ ମଧ୍ୟ ଟେଷ୍ଟ ନେଗେଟିଭ ଆସିବ କିନ୍ତୁ ପ୍ରେଗ୍ନେଣ୍ଟ ଥିବାଭଳି ଲାଗୁଥିବ | ଆସନ୍ତୁ ଜାଣିବା ଏପରି କାହିଁକି ହୋଇଥାଏ ? କଣ ରହିଛି ଏହା ପଛର କାରଣ ?

ଷ୍ଟ୍ରେସ :-

ଷ୍ଟ୍ରେସ ଆମ ବଡି ଉପରେ ବହୁତ ଅଧିକ ପ୍ରଭାବ ପକାଇଥାଏ | ଯଦି ଜୀବନରେ ବହୁତ ଅଧିକ ଶାରୀରିକ ଏବଂ ମାନସିକ ଚାପ ରହୁଛି, ଏତେବେଳେ ଏହି ଚିନ୍ତାକୁ ଆପଣାଉଛନ୍ତି ଯେ ବର୍ତ୍ତମାନ ପିଲା କରିବେନାହିଁ ଏବଂ ପରିଣାମସ୍ୱରୂପ ଅଵୁଲେଟ ହେଉନାହିଁ, ତେବେ ପିରିୟଡ଼ସ ମଧ୍ୟ ହୋଇନଥାଏ, କିନ୍ତୁ ପ୍ରେଗ୍ନେନ୍ସିର ଲକ୍ଷଣ ନିଶ୍ଚିତ ଭାବେ ଆରମ୍ଭ ହେବାକୁ ଲାଗେ |

ଔଷଧ :-

ଔଷଧଗୁଡ଼ିକର ମାସିକ ସାଇକିଲ ଉପରେ ବହୁତ ପ୍ରଭାବ ରହିଥାଏ | Steroid ଔଷଧ ବହୁତ ହାନିକାରକ ହୋଇଥାଏ | ଏହାଦ୍ୱାରା ପିରିୟଡ଼ ମିସ ହେବାର ବହୁତ ଚାନ୍ସ ରହିଥାଏ | ଥାଇରଏଡ କିମ୍ବା ଡାଇବେଟିସ ଔଷଧର ମଧ୍ୟ ପ୍ରଭାବ ରହିଥାଏ |

ପ୍ରି-ମେନୋପୋଜ :-

ପ୍ରାୟ ୫୨ ବର୍ଷ ବୟସର ପାଖାପାଖି ମେନୋପୋଜର ଅବସ୍ଥା ଆରମ୍ଭ ହେବାକୁ ଲାଗିଥାଏ | ଅନେକ ମହିଳାଙ୍କ କ୍ଷେତ୍ରରେ ଏହା ସେମାନଙ୍କ ୪୦ ବର୍ଷ ବୟସରେ ମଧ୍ୟ ଦେଖିବାକୁ ମିଳେ | ପ୍ରି-ମେନୋପୋଜରେ ପିରିୟ୍ଡ଼ସ ଠିକ୍ ସମୟରେ ନହେବା ଏକ ସାଧାରଣ କଥା ଅଟେ | ଏପରି ପରିସ୍ଥିତିରେ ହରମୋନ ବହୁତ ପରିବର୍ତ୍ତନ ହୁଏ ଏବଂ ବେଳେବେଳେ ପ୍ରେଗ୍ନେନ୍ସି ପରି ଲକ୍ଷଣ ଅନୁଭବ ହୋଇଥାଏ, ଯେପରି ମୁଡ଼ରେ ପରିବର୍ତ୍ତନ କିମ୍ବା ସ୍ତନ କୋମଳ ହେବା ଇତ୍ୟାଦି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *