ବୟଫ୍ରେଣ୍ଡ ଦେଉଥିଲା ଧୋକା, ମହିଳାଜଣକ ଫୋନର ଏହି ଖାସ ଫିଚର ଦ୍ୱାରା ଧରା ପକାଇଲେ,ଜାଣନ୍ତୁ ସେଇ ଫିଚର ବିଷୟରେ

ମୋବାଇଲ ଫୋନ ଟେକନିକ କେଉଁ ସ୍ତର ଉପରକୁ ଆଗକୁ ବଢ଼ିସାରିଛି, ଏହାର ଦୃଶ୍ୟ ସେତେବେଳେ ଦେଖିବାକୁ ମିଳିଲା ଯେତେବେଳେ ଜଣେ ମହିଳା ନିଜ ବୟଫ୍ରେଣ୍ଡଙ୍କୁ ନିଜ ଫୋନର ଖାସ ଫିଚର ଦ୍ୱାରା ଚିଟ କରି ଧରିପାରିଥିଲେ | ସୋସିଆଲ ମିଡିଆରେ ବହୁତ ଅଧିକ ଆକ୍ଟିଭ ରହୁଥିବା ସେରେନା କେରୀଗନ ଏହି ପୁରା ଘଟଣା ବିଷୟରେ ଟିକଟକ ଭିଡିଓରେ ସେୟାର କରିଛନ୍ତି ଏବଂ ତାଙ୍କର ଏହି ଭିଡିଓ ବହୁତ ଭାଇରଲ ମଧ୍ୟ ହେଉଛି |

ସେରେନା ଟିକଟକରେ ଗୋଟିଏ ଫଟୋ ସେୟାର କରିଛନ୍ତି, ଯାହାକୁ ତାଙ୍କ ବୟଫ୍ରେଣ୍ଡ ପଠାଇଥିଲେ | ବାସ୍ତବରେ ଏହି ମହିଳାଙ୍କ ବୟଫ୍ରେଣ୍ଡ ଏକ ହୋଟେଲକୁ କୌଣସି କାମରେ ଯାଇଥିଲା ଏବଂ ସେ ସେରେନାଙ୍କୁ କହିଥିଲେ ଯେ ସେ ତାଙ୍କୁ ବହୁତ ମିସ କରୁଛି | ତେବେ ସେରେନା ନିଜ ଆଇଫୋନର ଏକ ଫିଚର ବ୍ୟବହାର କରି ସତ ଜାଣିପାରିଲେ |ସେରେନାଙ୍କ ଅନୁଯାୟୀ, ଆଇଫୋନରେ ଏକ ଖାସ ଫିଚର ଥାଏ, ଯେଉଁ କାରଣରୁ ଏହି ଫୋନ କୌଣସି ଫଟୋ କ୍ଲିକ କରିବାର ଦେଢ଼ ସେକେଣ୍ଡ ପୂର୍ବରୁ ଏବଂ ପରେର ଗତିବିଧିକୁ ରେକର୍ଡ କରିନେଇଥାଏ | ଯେତେବେଳେ ସେରେନା ଏହି ଖାସ ଫିଚରର ବ୍ୟବହାର କଲେ , ସେତେବେଳେ ସେ ଦେଖିଲେ ଯେ ଯେଉଁ ଫଟୋ ତାଙ୍କ ବୟଫ୍ରେଣ୍ଡ ପଠାଇଥିଲେ, ସେଥିରେ ଏହି ଫିଚରର ବ୍ୟବହାର କରିବାପରେ ଜଣେ ମହିଳା ମଧ୍ୟ ଦେଖାଯାଉଥିଲେ

ସେରେନା ଦେଖିଲେ ଯେ ତାଙ୍କ ବୟଫ୍ରେଣ୍ଡ ଏକୁଟିଆ ହୋଟେଲ ରୁମରେ ନାହାନ୍ତି ଏବଂ ଏହି ଫିଚରର ବ୍ୟବହାର କରିବାପରେ ଏହି ଫଟୋରେ ଜଣେ ମହିଳା ବେଡ଼ରେ ଜମ୍ପ କରୁଥିବାର ଦେଖାଯାଉଥିଲେ | ଅର୍ଥାତ ଫଟୋ କ୍ଲିକ କରିବାର ଦେଢ଼ ସେକେଣ୍ଡ ପୂର୍ବରୁ କିମ୍ବା ପରେ ଏହି ମହିଳା ବେଡ଼ ଉପରେ ଜମ୍ପ କରୁଥିଲେ ଏବଂ ଆଇଫୋନର ଏହି ଫିଚର ସାହାଯ୍ୟରେ ଏହି ମହିଳାଙ୍କ ଫଟୋ ରେକର୍ଡ ହୋଇଗଲା |

ସେରେନା ଏହି ଫିଚରକୁ ବ୍ୟବହାର କରିବା ସହିତ ବହୁତ ଚକିତ ହୋଇଥିଲେ, କିନ୍ତୁ ସେ ଧର୍ଯ୍ୟର ସହିତ କାମ କଲେ ଏବଂ ବ୍ୟଙ୍ଗ କରି ଏହି ଫଟୋ ବିଷୟରେ ଲେଖିଲେ ଯେ ଯେତେବେଳେ ଆପଣଙ୍କ ବୟଫ୍ରେଣ୍ଡ ଫଟୋ ପଠାଇ ସେ କହିବ ଯେ ସେ ତୁମକୁ ବହୁତ ମିସ କରୁଛି, କିନ୍ତୁ ଟେକ୍ନୋଲୋଜି ସାହାଯ୍ୟରେ ତାର ପୋଲ ଖୋଲିଯିବ |

ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରଲ ହେଉଛି ଏବଂ ଟିକଟକ ପ୍ଲାଟଫର୍ମରେ ଏହି ଭିଡିଓକୁ ୧୦ ଲକ୍ଷରୁ ଅଧିକ ଲାଇକ କରାଯାଇଛି | ଅନେକ ଲୋକ ଏହି ମହିଳାଙ୍କୁ କହିଛନ୍ତି ଯେ ତାଙ୍କୁ ଏଫବିଆଇ ଜଏନ କରିନେବା ଉଚିତ, ସେହିପରି ଅନେକ ଲୋକ ଏପରି ମଧ୍ୟ ଥିଲେ, ଯେଉଁମାନେ କହୁଥିଲେ ଯେ ସେମାନଙ୍କୁ ଏହି ଫିଚର ବିଷୟରେ କୌଣସି ଧାରଣା ନଥିଲା ଏବଂ ସେମାନେ ଏହାକୁ ନେଇ ବର୍ତ୍ତମାନଠାରୁ ସତର୍କ ରହିବେ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *