ବୋଲର ଜଣକ କଲେ ଏମିତି ସ୍ୱିଙ୍ଗ ବୋଲିଂ,ପଛରୁ ଭିତରକୁ ପଶିଲା ବଲ, ଏହାଦେଖି ଆକାଶ ଚୋପ୍ରା ହୋଇଗଲେ ହଇରାଣ ଦେଖନ୍ତୁ ଭିଡ଼ିଓ

ସୋସିଆଲ ମିଡିଆରେ କ୍ରିକେଟର ଏମିତି ଏକ ଭିଡ଼ିଓ ବହୁତ ଜୋରରେ ଭାଇରାଲ ହେଉଛି । ଯାହାକୁ ଦେଖି ଆପଣ ମଧ୍ୟ ହଇରାଣ ହୋଇଯିବେ । ବୋଲର ଜଣକ ରହସ୍ୟମୟୀ ଭାବରେ ସ୍ପିନ ବୋଲିଂ କଲେ । ବଲଟି ସିଧା ପଛ ପଟରୁ ଭିତରକୁ ଯାଇ ବାଜିଥିଲା । ଏହି ଭିଡ଼ିଓକୁ ଫେସବୁକରେ ଆକାଶ ଚୋପ୍ରା ଶେୟର କରିଥିଲେ । ସେ ଏହାକୁ ବଲ ଅଫ ଦ ସେଞ୍ଚୁରୀର ଚମତ୍କାର ବଲ କହିଥିଲେ ।

ଭିଡ଼ିଓରେ ଦେଖିବାକୁ ମିଳୁଛି ଲୋକାଲ କ୍ରିକେଟ ଚାଲୁଛି । ବୋଲର ଲେଗ ସାଇଡ଼ରେ ବୋଲିଂ କଲେ ଓ ବ୍ୟାଟ୍ସମ୍ୟାନ ଏହାକୁ ଛାଡି ଦେଲେ । ବଲ ଟି ପଛରୁ ଭିତରକୁ ପ୍ରବେଶ କରି ଷ୍ଟମ୍ପରେ ଲାଗୁଛି ଓ ବ୍ୟାଟ୍ସମ୍ୟାନ ମଧ୍ୟ ଏଥିରେ ହାଇରାଣ ହୋଇଯାଉଛି । ଆକାଶ ଚୋପ୍ରା କହୁଛନ୍ତି, ଆରେ ବାଃ ଲେଗ ଷ୍ଟମ୍ପ ବାହାରେ ଥିଲା ଏହି ବଲ ଶେଷରେ ଯାଇ ମିଡ଼ିଲ ଷ୍ଟମ୍ପରେ ଲାଗିଥିଲା । ଏହା ବଲ ଅଫ ଦ ସେଞ୍ଚୁରୀ ବୋଲି ଆକାଶ ଚୋପ୍ରା ଏହାକୁ କହିଥିଲେ ।

ଏହି ଭିଡ଼ିଓକୁ ସେ ସୋସିଆଲ ମିଡ଼ିଆରେ ବିଗତ ବର୍ଷ ମେ 19 ତାରିଖରେ ଶେୟର କରିଥିଲେ । କିନ୍ତୁ ଫେସବୁକରେ ଏହି ଭିଡ଼ିଓ ପୁଣିଥରେ ଶେୟର ହେଉଛି । ଏହି ଭିଡ଼ିଓକୁ ଏପର୍ଯ୍ୟନ୍ତ 10 ମିଲିୟନ ଭିୟୁ ହୋଇସାରିଛି । ଏହାସହ 68 ହଜାରରୁ ଅଧିକ ଲାଇକ୍ସ ଓ 800 ରୁ ଅଧିକ କମେଣ୍ଟସ ମଧ୍ୟ ମିଳିସାରିଛି।

ଲୋକମାନଙ୍କୁ ଏହି ଭିଡ଼ିଓ ବହୁତ ପସନ୍ଦ ଆସୁଛି । ଜଣେ ୟୁଜର୍ସ ଲେଖିଥିଲେ, ପେସର ସେନ ୱର୍ଣ୍ଣ, ଆଉଜଣେ ଲେଖିଥିଲେ, ସାମ କରନଙ୍କ ମନେ ପଡିଗଲା । ଏହାପରେ ଆଣ୍ଡ୍ରେ ରସେଲଙ୍କୁ ବୋଲଡ଼ କରାଯାଇଥିଲା । ତୃତୀୟ ୟୁଜର୍ସ ଲେଖିଥିଲେ, ଏହି ଭିଡ଼ିଓକୁ ଦେଖି ମଜା ଆସିଗଲା ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *