ହ୍ଵାଟ୍ସଆପରେ ଆସିଥିବା ବ୍ୟକ୍ତିଗତ ମେସେଜକୁ ଏହି ପରି ଭାବରେ ଅନ୍ୟମାନଙ୍କର ଠାରୁ ଲୁଚାଇ ରଖନ୍ତୁ, ହ୍ଵାଟ୍ସଆପରେ ହିଁ ରହିଛି ଏହି ଚମତ୍କାର ସେଟିଙ୍ଗ,ଜାଣନ୍ତୁ ସେଟିଂ ବିଷୟରେ

ଯଦି ଆପଣ ହ୍ଵାଟ୍ସଆପରେ ଆସିଥିବା ନିଜର ବ୍ୟକ୍ତିଗତ ମେସେଜକୁ ଅନ୍ୟମାନଙ୍କଠାରୁ ଲୁଚାଇବାକୁ ଚାହାଁନ୍ତି, କିନ୍ତୁ ଆପଣ ଏପର୍ଯ୍ୟନ୍ତ ଏହି ତ୍ରିକ ଜାଣି ପାରିନାହାନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ହିଁ ଅଟେ | ଇନଷ୍ଟାଣ୍ଟ ମେସେଜିଂ ଆପ ହ୍ଵାଟ୍ସଆପ ନିଜ ୟୁଜର୍ସଙ୍କୁ ଆପରେ ହିଁ ଏପରି ଫିଚର ଦେଇଥାଏ | ନିଜ ହ୍ଵାଟ୍ସଆପ ଚାଟକୁ ସୁରକ୍ଷିତ ରଖିବାପାଇଁ କୌଣସି ଥାର୍ଡ଼ ପାର୍ଟି ଆପ ଦରକାର ନାହିଁ | ଏପରି ପରିସ୍ଥିତିରେ, ଆଜି ଆମେ ଆପଣଙ୍କୁ ହ୍ଵାଟ୍ସଆପ ଆକାଉଣ୍ଟର ପ୍ରାଇଭେସି କିପରି ବଢ଼ାଇବେ ସେ ସମ୍ବନ୍ଧରେ ସୂଚନା ଦେବୁ | ଏଠାରେ ଆମେ ଆପଣଙ୍କୁ କହିବୁ ଯେ ଆପଣ ନିଜର ହ୍ଵାଟ୍ସଆପରେ ଫିଙ୍ଗର ପ୍ରିଣ୍ଟ ଲକ ରଖିପାରିବେ | ବିଶେଷ କଥା ହେଉଛି ଯେ ଏହି ଲକକୁ ସହଜରେ ଆକ୍ଟିଭ କରାଯାଇପାରେ | ଆପଣ ଏହାକୁ ସହଜରେ ବ୍ୟବହାର କରିପାରିବେ |

ଏହିପରି ସେଫ କରନ୍ତୁ ନିଜ ଚାଟ :-

– ସର୍ବପ୍ରଥମେ ଆପଣ ନିଜର ହ୍ଵାଟ୍ସଆପକୁ ଯାଆନ୍ତୁ | ହ୍ଵାଟ୍ସଆପର ହୋମ ପେଜରେ ଆପଣଙ୍କୁ ଡାହାଣ ପାର୍ଶ୍ୱରେ ସବୁଠାରୁ ଉପରେ ତିନୋଟି ବିନ୍ଦୁ ଦେଖାଯିବ, ଆପଣ ଏଠାରେ କ୍ଲିକ୍ କରନ୍ତୁ |

– ଏହା ପରେ ଆପଣଙ୍କୁ କିଛି ଅପ୍ସନ ଦେଖାଯିବ | ଯେଉଁଥିରେ ସେଟିଙ୍ଗ ମଧ୍ୟ ଥିବ, ଆପଣ ଏହି ବିକଳ୍ପ ଉପରେ କ୍ଲିକ କରନ୍ତୁ |

– ସେଟିଙ୍ଗରେ ଟାଇପ କରିବାମାତ୍ରେ ଆପଣଙ୍କ ସାମ୍ନାରେ Account ଆପ୍ସନ ଆସିଯିବ, ଯାହା ଉପରେ ଆପଣ କ୍ଲିକ କରିବେ |

– ଏହି ଆପ୍ସନ ଉପରେ କ୍ଲିକ କରିବାପରେ ଆପଣଙ୍କ ସାମ୍ନାରେ Privacy ର ଆପ୍ସନ ଦେଖାଯିବ | ବର୍ତ୍ତମାନ ଆପଣ ଏହା ଉପରେ ମଧ୍ୟ କ୍ଲିକ କରନ୍ତୁ |

– ପ୍ରାଇଭେସିରେ ଆପଣଙ୍କୁ ସବୁଠାରୁ ତଳେ Fingerprint Lock ଦେଖାଯିବ | ଯେଉଁଥିରେ Unlock with fingerprint ଉପରେ କ୍ଲିକ କରିବାକୁ ପଡିବ | ବର୍ତ୍ତମାନ ଆପଣଙ୍କୁ ଫିଙ୍ଗର ପ୍ରିଣ୍ଟ ରେଜିଷ୍ଟର କରିବାକୁ କୁହାଯିବ |

– ଆପଣ ଆପଣଙ୍କର ଫିଙ୍ଗର ପ୍ରିଣ୍ଟ ରେଜିଷ୍ଟର କରିବା ମାତ୍ରେ ଆପଣ ନିଜ ସୁବିଧା ଅନୁଯାୟୀ ଫିଙ୍ଗର ପ୍ରିଣ୍ଟ ଲକର ଟାଇମ ସେଟ କରିନେବେ |

– ଏଥିରେ ଆପଣଙ୍କୁ ତିନୋଟି ଆପ୍ସନ ମିଳିବ Immediately, After 1 minute, After 30 Minutes

– ଆପଣ ଏହି ବିକଳ୍ପଗୁଡ଼ିକ ମଧ୍ୟରୁ ଗୋଟିଏ ବାଛିପାରିବେ | ଯଦି ଆପଣ Immediately ବିକଳ୍ପ ବାଛିବେ, ତେବେ ଆପ ବନ୍ଦ ହେବା ମାତ୍ରେ ଏହି ଲକ ଆକ୍ଟିଭ ହୋଇଯିବ |

– ଦ୍ୱିତୀୟ ଏବଂ ତୃତୀୟ ବିକଳ୍ପକୁ ବାଛିବା ଦିଆଯାଇଥିବା ସମୟ ଅନୁଯାୟୀ ଲକ ହୋଇଯିବ

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *