ଲକଡାଉନରେ ବାହାରେ ବୁଲୁଥିଲେ ଦୁଇଜଣ ଯୁବକ, ପୋ-ଲି-ସ ଦେଲା ଅଜବ ଦ-ଣ୍ଡ, ଦେଖନ୍ତୁ ଭିଡିଓ

କରୋନା ଭାଇରସ ବୃଦ୍ଧି ମାମଲା ମଧ୍ୟରେ ଅନେକ ରାଜ୍ୟରେ ଲକଡାଉନ କରାଯାଇଛି | ସରକାର ଲୋକମାନଙ୍କୁ ନିୟମଗୁଡିକୁ ପାଳନ କରିବାପାଇଁ ନିବେଦନ କରିଛନ୍ତି | ପୋଲିସ ମଧ୍ୟ କଠୋର ବ୍ୟବହାର କରିଚାଲିଛି | ଏପରି ଏକ ଭିଡିଓ ଭାଇରଲ ହେଉଛି, ଯେଉଁଠାରେ ପୋ-ଲି-ସ ଅଫିସର ଲକଡାଉନ ଭାଙ୍ଗୁଥିବା ଦୁଇଜଣ ଯୁବକଙ୍କୁ ଅଜବ ଦ-ଣ୍ଡ ଦେଇଛନ୍ତି | ସେମାନେ ଦୁଇଜଣ ଯୁବକଙ୍କଠାରୁ କପି ଉପରେ ‘ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ’ ଲେଖାଇଲେ | ସୋସିଆଲ ମିଡିଆରେ ଭିଡିଓ ଭାଇରଲ ହେଉଛି |

ମଧ୍ୟପ୍ରଦେଶର ସିଦ୍ଧିରେ ପୋ-ଲି-ସ ଅଫିସର ଭଗବାନ ପ୍ରସାଦ ପାଣ୍ଡେଙ୍କ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରଲ ହୋଇଥାଏ | ସେ ନିଜ ଷ୍ଟାଇଲରେ ନିୟମ ଭାଙ୍ଗୁଥିବା ଲୋକମାନଙ୍କୁ ଦ-ଣ୍ଡ ଦେଇଥାନ୍ତି | ଏଥର ସେ ଦୁଇଜଣ ଯୁବକଙ୍କଠାରୁ ପୁରା କପିରେ ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ ବୋଲି ଲେଖିବାପାଇଁ କହିଥିଲେ | ସେମାନେ ୪ ଘଣ୍ଟା ପର୍ଯ୍ୟନ୍ତ ୪୪ ପେଜରେ କପିରେ ଘରେ ରୁହନ୍ତୁ,ସୁରକ୍ଷିତ ରୁହନ୍ତୁ ବୋଲି ଲେଖିଲେ | କରୋନା କର୍ଫ୍ୟୁ ଭାଙ୍ଗିବାର ଦଣ୍ଡ ସେ ମଜାଳିଆ ଷ୍ଟାଇଲରେ ଦେଇଛନ୍ତି |

ଦେଖନ୍ତୁ ଭିଡିଓ :-

ଏହି ଭିଡିଓକୁ ସେ ଏପ୍ରିଲ ୩୦ ତାରିଖରେ ୟୁଟ୍ୟୁବରେ ସେୟାର କରିଥିଲେ, ଯାହାର ବର୍ତ୍ତମାନ ସୁଦ୍ଧା ୧ ଲକ୍ଷରୁ ଅଧିକ ଭ୍ୟୁ ହୋଇସାରିଛି | ଆଇପିଏସ ଅଫିସର ଦୀପାନସୂ କାବ୍ରା ମଧ୍ୟ ତାଙ୍କୁ ପ୍ରଶଂସା କରିଛନ୍ତି | ସେ ଲେଖିଛନ୍ତି, ” ବେକାରରେ ବାହାରେ ବୁଲିବାଠାରୁ ଭଲ ପଢାଲେଖା ଟିକେ ହେଇଯାଉ ” |

ଲୋକମାନଙ୍କୁ ଏହି ଭିଡିଓ ବହୁତ ଭଲ ଲାଗୁଛି | ଟ୍ୱିଟରରେ ମଧ୍ୟ ଏହି ଭିଡିଓ ଭାଇରଲ ହେଉଛି | ଜଣେ ୟୁଜର ଲେଖିଛନ୍ତି, ‘ଚମତ୍କାର ଷ୍ଟାଇଲ … ମାରପିଟଠାରୁ ଭଲ ସେମାନଙ୍କୁ ସ୍ନେହରେ ବୁଝାଇବା ଦରକାର ‘ | ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ‘ଯଦି ସ୍ନେହରେ କାମ ହୋଇଯାଉଛି, ତେବେ ଖଣ୍ଡା କାହିଁକି ଦରକାର |’

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *