ଏହି ଅଭିନେତା କରୋନା ମହାମାରୀରୁ ବଞ୍ଚିବାପାଇଁ ଭଗବାନଙ୍କୁ କଲେ ଫୋନ, ଭିଡିଓ ଦେଖିଲେ ଜାଣିପାରିବେ ମଣିଷର କଣ ରହିଛି ଭୁଲ

କରୋନା ଭାଇରସର ଦ୍ୱିତୀୟ ଲହର ଭାରତରେ ହଇଚଇ ସୃଷ୍ଟି କରିଛି | ପ୍ରତିଦିନ ଦେଶରେ କରୋନା ସଂକ୍ରମଣ କାରଣରୁ ଅବସ୍ଥା ଭୟାନକ ହୋଇଚାଲିଛି | କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟରେ ଲକଡାଉନ କରାଯାଇଛି | ଯେଉଁ କାରଣରୁ ଅନେକ ଲୋକ କାମ କରିପାରୁନାହାନ୍ତି | ସେହିପରି ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନେ ଏହି କାରଣରୁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି | ଏପରି ପରିସ୍ଥିତିରେ ଅଭିନେତା ଏବଂ ପ୍ରସିଦ୍ଧ କମେଡିଆନ ବୀର ଦାସ ଭଗବାନଙ୍କୁ ଫୋନ କରି ତାଙ୍କଠାରେ ଏହି ଖରାପ ସମୟରେ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି |

ସୋସିଆଲ ମିଡିଆରେ ବୀର ଦାସଙ୍କ ଏକ ଭିଡିଓ ବହୁତ ଦ୍ରୁତ ଗତିରେ ଭାଇରଲ ହେଉଛି, ଯେଉଁଥିରେ ସେ ଭଗବାନଙ୍କ ସହିତ କଥା ହେବାପାଇଁ ଅନୁରୋଧ କରୁଛନ୍ତି | ବୀର ଦାସ ଭଗବାନଙ୍କୁ ପୃଥିବୀର ଲୋକଙ୍କ ଅସହାୟତାର କାହାଣୀ ବର୍ଣ୍ଣନା କରୁଛନ୍ତି | ବର୍ତ୍ତମାନ ତାଙ୍କର ଏହି ଭିଡିଓ ଇଣ୍ଟରନେଟ ଦୁନିଆରେ ଖୁବ ଦ୍ରୁତ ଗତିରେ ଭାଇରଲ ହେଉଛି | ବୀର ଦାସ କଲ କରି ଭଗବାନଙ୍କ ସହ କଥା ହେବାକୁ ଇଚ୍ଛା ପ୍ରକାଶ କରି କହିଛନ୍ତି ଯେ ଏହି ସମୟରେ ଭାରତ କେଉଁ ସଂକଟରେ ସଂଘର୍ଷ କରୁଛି |

ଷ୍ଟାଣ୍ଡ ଅପ କମେଡିଆନ ବୀର ଦାସ ଏହି ଭିଡିଓ ପୋଷ୍ଟ କରିବାମାତ୍ରେ ଲୋକମାନେ ନିଜର ପ୍ରତିକ୍ରିୟା କରିବାକୁ ଲାଗିଲେ | ଏହି କାରଣରୁ ଏହି ଭିଡିଓ ଲୋକମାନଙ୍କର କୌତୁହଳର କାରଣ ପାଲଟିଛି | ଏହି ଭିଡିଓ ଦେଖିବାପରେ ଜଣେ ୟୁଜର ଲେଖିଛନ୍ତି ଯେ ଭଗବାନଙ୍କୁ କରୋନା ସଙ୍କଟ ବିଷୟରେ ମନେ ପକାଇ ଦେଇଥିବାରୁ ଧନ୍ୟବାଦ | ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଯେ ମୁଁ ପ୍ରାର୍ଥନା କରୁଛି ଯେ ଉପରବାଲା ଆପଣଙ୍କ କଥାକୁ ଧ୍ୟାନ ଦିଅନ୍ତୁ |

କମେଡିଆନ ବୀର ଦାସ ଗତ କିଛି ଦିନ ପୂର୍ବେ ସୋନୁ ସୁଦଙ୍କ ପାଇଁ ବହୁତ ଖାସ କମେଣ୍ଟ କରିଥିଲେ | ଯାହା ତାଙ୍କ ଟ୍ୱିଟ ଭାଇରଲ ମଧ୍ୟ ହୋଇଯାଇଥିଲା | ବାସ୍ତବରେ, ଯେତେବେଳେ ବୀର ଦାସଙ୍କ ପାଇଁ ତାଙ୍କର ଜଣେ ଫ୍ୟାନ ଟ୍ୱିଟ କରିଥିଲେ ଯେ ତାଙ୍କୁ ୨୦୨୪ ୮ହର ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ କରାଯିବା ଉଚିତ, ସେତେବେଳେ ସେ ଟ୍ୱିଟ କରି ଲେଖିଥିଲେ, ” ଭୁଲ ନମ୍ବର, ସୋନୁ ସୁଦଙ୍କୁ ଡାଏଲ କରନ୍ତୁ ” | ବୀର ଦାସଙ୍କ ଏହି ବିଚାରକୁ ପ୍ରଶଂସା କରି ଅନେକ ଫ୍ୟାନ୍ସ ସୋନୁ ସୁଦଙ୍କୁ ପିଏମ କରିବାର କଥାକୁ ସମର୍ଥନ କରିଥିଲେ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *