ଚୀନ ପାଇଲା କର୍ମଫଳ: ଯେଉଁ ରକେଟକୁ ନେଇ ଭାରତକୁ ତାଚ୍ଛଲ୍ୟ କରିଥିଲା ଚାଇନା, ସେହି ରକେଟ ହୋଇଗଲା ଧ୍ବଂସ,ଜାଣନ୍ତୁ ପୁରା ଖବର

ରବିବାର ଦିନ ଚୀନର ରକେଟ ଲଙ୍ଗ ମାର୍ଚ୍ଚ ୫ବିର ଧ୍ବଂସାବଶେଷ ଭାରତ ମହାସାଗରରେ ପଡ଼ିଥିଲା, ଯାହାପରେ ସୋସିଆଲ ମିଡିଆରେ ଏ ନେଇ ଚର୍ଚ୍ଚା ଥମୁନାହିଁ। ଏହି ରକେଟ ଧ୍ବଂସ ହେବା ଚୀନର ଅହଂକାର ଉପରେ ଏକ ପ୍ରକାର ପ୍ରହାର ବୋଲି ଅନେକ ଲୋକ ମତ ଦେଉଛନ୍ତି

କଥା ହେଉଛିକି, କିଛିଦିନ ପୂର୍ବେ ଏହି ରକେଟର ସଫଳ ଉତକ୍ଷେପଣ ପରେ ଚୀନର କମ୍ୟୁନିଷ୍ଟ ପାର୍ଟି ଭାରତ ବିଷୟରେ ତାଚ୍ଛଲ୍ୟ କରିଥିଲା। ଚୀନ ସୋସିଆଲ ମିଡିଆ ଓ୍ବେଇବୋରେ କମ୍ୟୁନିଷ୍ଟ ଦଳ ତରଫରୁ ଏକ ଫଟୋ ପୋଷ୍ଟ କରାଯ଼ାଇଥିଲା। ଗୋଟିଏ ପଟେ ଏହି ରକେଟ ଉତକ୍ଷେପଣ ହେଉଥିବାବେଳେ ଫୋଟ ଥିବା ବେଳେ ଅନ୍ୟପଟେ ଭାରତର ଏକ ଶ୍ମଶାନରେ କୋଭିଡ ମୃତକଙ୍କ ଚିତାଗ୍ନିର ଫଟୋ ଥିଲା। ଏହି ଫଟୋ ସହ ଲେଖାଯ଼ାଇଥିଲାକି ‘ଚୀନ କେଉଁଠାରେ ନିଆଁ ଲଗାଉଛି ଓ ଭାରତ କେଉଁଠାରେ ନିଆଁ’ ଲଗାଉଛି ।

Google

ଏହି ପୋଷ୍ଟକୁ ନେଇ ସବୁଆଡ଼େ ବିରୋଧ ପ୍ରକାଶ ପାଇବା ପରେ ଚୀନରେ ମଧ୍ୟ ଏହାକୁ ହଟାଇଦିଆଯ଼ାଇଥିଲା। ଲୋକମାନେ ଗୋଟିଏ ଦେଶର ଦୁର୍ଦ୍ଦଶାକୁ ଏପରି ଭାବରେ ତାଚ୍ଛଲ୍ୟ କରିବାକୁ ପସନ୍ଦ କରିନଥିଲେ। ଭାରତରେ ମଧ୍ୟ ଏହାକୁ ନେଇ ତୀବ୍ର ଭାବରେ ବିରୋଧ ପ୍ରକାଶ କରାଯାଇଥିଲା।

ବର୍ତ୍ତମାନ ମାତ୍ର କିଛି ଦିନ ପରେ ସେହି ରକେଟକୁ ଧ୍ବଂସ ହୋଇ ସମୁଦ୍ରରେ ଖସିପଡ଼ିବା ପରେ, ଅନେକ ଏହାକୁ ଚୀନର କର୍ମର ଫଳ ବୋଲି କହୁଛନ୍ତି। ଚୀନ ଯ଼େଉଁ ରକେଟକୁ ତୁଳନାକରି ଭାରତାୟ ଲୋକଙ୍କର ଦୁର୍ଦ୍ଦଶାକୁ ନେଇ ତାଚ୍ଛଲ୍ୟ କରୁଥିଲା, ସେହି ରକେଟ ବର୍ତ୍ତମାନ ସମଗ୍ର ବିଶ୍ବରେ ଚୀନର ମୁଣ୍ଡକୁ ତଳକୁ କରିଦେଇଛି।

Leave a Reply

Your email address will not be published. Required fields are marked *