ଶ୍ରୀଲଙ୍କାରେ ତିନୋଟି ଦିନିକିଆ ଓ ତିନୋଟି T-20 ମ୍ୟାଚ ଖେଳିବ ଭାରତ,ଜାଣନ୍ତୁ ସେଡ୍ୟୁଲ

ଟିମ ଇଣ୍ଡିଆ ନିଜର ଶୀର୍ଷ ଖେଳାଳିଙ୍କ ଅନୁପସ୍ଥିତିରେ ଜୁଲାଇ ମାସରେ ଶ୍ରୀଲଙ୍କା ଗସ୍ତ କରିବ । ଅଧିନାୟକ ବିରାଟ କୋହଲି ଓ ଉପଅଧିନାୟକ ରୋହିତ ଶର୍ମାଙ୍କ ଭଳି ଖେଳାଳି ଏହି ଦଳରେ ସାମିଲ ହେବେନାହିଁ । କାରଣ ସେ ଏହିସମୟରେ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ପ୍ରସ୍ତୁତି କରୁଛନ୍ତି ।

ଟିମ ଇଣ୍ଡିଆ ଶ୍ରୀଲଙ୍କାରେ ତିନୋଟି ଦିନିକିଆ ଓ ତିନୋଟି t-20 ସିରିଜ ଖେଳିବ । ଇଏସପିଏନ ମୁତାବିକ, ଏହି ସିରିଜ ଜୁଲାଇ 13 ତାରିଖରୁ ଆରମ୍ଭ ହୋଇଯିବ । ଦିନିକିଆର ପ୍ରଥମ ମ୍ୟାଚ ଏହିଦିନରେ ଖେଳାଯିବ । ଏହାପରେ ଜୁଲାଇ 16 ରେ ଦ୍ଵିତୀୟ ଓ ଜୁଲାଇ 19 ରେ ତୃତୀୟ ମ୍ୟାଚ ଖେଳାଯିବ । ସେହିପରି t-20 ସିରିଜ ଜୁଲାଇ 22, ଜୁଲାଇ 24 ଓ 27 ତାରିଖରେ ଖେଳାଯିବ ।

ଏହାପୂର୍ବରୁ ବିସିସିଆଇ ଉପଧ୍ୟକ୍ଷ ସୌରଭ ଗାଙ୍ଗୁଲି କହିଥିଲେ, ଆମେ ଜୁଲାଇ ମାସରେ ସିନିୟର ପୁରୁଷ ଦଳପାଇଁ ସୀମିତ ଓଭରର ସିରିଜ ଯୋଜନା ବନାଇଛୁ । ଯିଏକି ଶ୍ରୀଲଙ୍କାରେ t-20 ଇଣ୍ଟରନାଶନାଲ ଓ ଦିନିକିଆ ମ୍ୟାଚ ଖେଳିବେ । ସେ କହିଥିଲେ, ଏହି ଧଳା ବଲ ଟିମ ବିଶେଷଜ୍ଞଙ୍କ ଟିମ ହେବ । ଏହା ଇଂଲଣ୍ଡ ଗସ୍ତରେ ଯାଇଥିବା ଟିମ ଠାରୁ ଅଲଗା ହେବ ।

ସେ କହିଥିଲେ କି, ଜୁଲାଇ ମାସରେ ଭାରତୀୟ ଦଳର ଶୀର୍ଷ ଖେଳାଳିଙ୍କର ଇଂଲଣ୍ଡ ଆସିବା ସମ୍ଭବ ହେବନାହିଁ କାରଣ ସେଠାରେ କ୍ବାରେଣ୍ଟଇନ ନିୟମ ବହୁତ କଠୋର ଅଟେ । ଶ୍ରୀଲଙ୍କା ଯାଉଥିବା ଟିମରେ ସେହି ଖେଳାଳିଙ୍କୁ ମୌକା ମିଳିବ ଯେଉଁମାନେ ଘରୋଇ ଓ ଆଇପିଏଲରେ ଭଲ ପ୍ରଦର୍ଶନ କରିଆସୁଛନ୍ତି । ଏଥିରେ ଦେବଦତ ପାଡ଼ିକଲ, ପୃଥ୍ୱୀ ସ, ସୂର୍ଯ୍ୟକୁମାର ଯାଦବ, ହର୍ଷଲ ପଟେଲଙ୍କ ଭଳି ଖେଳାଳି ସାମିଲ ରହିବେ ।

ଧାୱନ କିମ୍ବା ଆୟର ହୋଇପାରନ୍ତି ଅଧିନାୟକ :-

ଏହା ପ୍ରଥମ ମ୍ୟାଚ ହେବ ଯେବେକି, ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ବିନା ଅନୁପସ୍ଥିତିରେ ଭାରତ କେତେକ ମ୍ୟାଚ ଖେଳିବ । ଯଦି କୌଣସି ମ୍ୟାଚରେ ବିରାଟ କୋହଲି ଖେଳୁନଥିଲେ ସେତେବେଳେ ରୋହିତ ଶର୍ମା ଦାୟିତ୍ୱ ସମ୍ଭାଳୁଥିଲେ କିନ୍ତୁ ଦଳରେ ଉଭୟ ନଖେଳିଲେ ଶିଖର ଧାୱନ କିମ୍ବା ଶ୍ରେୟାସ ଆୟରଙ୍କୁ ଦଳର ଭାର ସମ୍ଭାଳିବାକୁ ପଡିବ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *