କରୋନା ଛଡାଇନେଲା ପୁରା ପରିବାରକୁ, ମା-ବାପାଙ୍କ ସହିତ ଜେଜେ ବାପା-ଜେଜେ ମାଙ୍କର ମଧ୍ୟ ମୃ-ତ୍ୟୁ, କେବଳ ରହିଗଲେ ୨ ଛୁଆ

ସମଗ୍ର ଦେଶରେ କରୋନାର ବିପର୍ଯ୍ୟୟ ମଧ୍ୟରେ ଉତ୍ତରପ୍ରଦେଶର ଗାଜିଆବାଦର ଏକ ସୋସାଇଟିରୁ ଏକ ଯନ୍ତ୍ରଣାଦାୟକ ମାମଲା ସାମ୍ନାକୁ ଆସିଛି। ଏଠାରେ, ଏକ ଫ୍ଲାଟରେ ରହୁଥିବା ପରିବାର ୬ଜଣ ସଦସ୍ୟଙ୍କ ମଧ୍ୟରୁ ସମସ୍ତ ବଡ ୪ଜଣ ସଦସ୍ୟଙ୍କର କରୋନାରେ ମୃ-ତ୍ୟୁ ଘଟିଛି। ଯେତେବେଳେକି, ପରିବାରର କେବଳ ଜଣେ ୮ବର୍ଷ ଏବଂ ଗୋଟିଏ ୬ ବର୍ଷର ଦୁଇ ଝିଅ ବାକି ଅଛନ୍ତି।

ଏହି ମାମଲା ଗାଜିଆବାଦର କ୍ରସିଂ ରିପବ୍ଲିକ ଅଞ୍ଚଳର ଏକ ସୋସାଇଟିର ଅଟେ। ମାତ୍ର ୧୧ ଦିନ ମଧ୍ୟରେ ଗୋଟିଏ ପରେ ଗୋଟିଏ ପରିବାରର ୪ ଜଣ ସଦସ୍ୟ ମୃ-ତ୍ୟୁ ବରଣ କରିଛନ୍ତି। ଏହି ଘଟଣା ପରେ ସୋସାଇଟିର ଲୋକମାନେ ମଧ୍ୟ ଭୟଭୀତ ହୋଇପଡିଛନ୍ତି।

ଗାଜିଆବାଦର କ୍ରସିଂ ରିପବ୍ଲିକ ଅଞ୍ଚଳର ପଞ୍ଚଶିଲ ୱିଲିଙ୍ଗଟନ ସୋସାଇଟିରେ ରହୁଥିବା ୬୭ବର୍ଷିୟ ଦୁର୍ଗେଶ ପ୍ରସାଦ, ମୂଳ ରୂପରେ ଜମ୍ମୁର ବାସିନ୍ଦା ଥିଲେ ଏବଂ ଜଣେ ଅବସରପ୍ରାପ୍ତ ଶିକ୍ଷକ ଥିଲେ, କରୋନା ସଂକ୍ରମିତ ହୋଇ ସେ ଘରେ ନିଜର ଚିକିତ୍ସା କରୁଥିଲେ।

ଏଭଳି ପରିସ୍ଥିତିରେ ୨୭ ଏପ୍ରିଲରେ ଦୁର୍ଗେଶ ପ୍ରସାଦଙ୍କର ଘରେ ହିଁ ମୃତ୍ୟୁ ଘଟିଥିଲା। ଯାହାପରେ ଦୁର୍ଗେଶଙ୍କ ପୁଅ ଏବଂ ବୋହୂ କରୋନାରେ ସଂକ୍ରମିତ ହୋଇଥିଲେ। ଉଭୟଙ୍କୁ ଗ୍ରେଟର ନୋଏଡାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ପତ୍ନୀ ସନ୍ତୋଶ କୁମାରୀ ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ। ଯିଏକି ଘରେ ଚିକିତ୍ସିତ ହେଉଥିଲେ। ଏଥିସହିତ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ୪ ମଇରେ ଦୁର୍ଗେଶଙ୍କ ପୁଅ ଅଶ୍ଵନୀଙ୍କ ମୃ-ତ୍ୟୁ ହୋଇଥିଲା।

ଏହାପରେ ୫ ମଇରେ ଦୁର୍ଗେଶ ପ୍ରସାଦଙ୍କ ପତ୍ନୀ ସନ୍ତୋଷ କୁମାରୀ ମଧ୍ୟ ତାଙ୍କ ଘରେ ମୃ-ତ୍ୟୁ ବରଣ କରିଥିଲେ। କେବଳ ଏତିକି ନୁହେଁ, ଏହାପରେ ଦୁର୍ଗେଶଙ୍କ ବୋହୂ ନିର୍ମଳାଙ୍କର ମୃ-ତ୍ୟୁ ୭ମେ ରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ହୋଇଥିଲା। ଏହି ସମଗ୍ର ପରିବାରରେ କେବଳ ଅଶ୍ୱନୀ ଏବଂ ନିର୍ମଳାଙ୍କର ଦୁଇ ନିରୀହ ଝିଅ ରହିଛନ୍ତି। ଏହି କାରଣରୁ ସମଗ୍ର ସୋସାଇଟିରେ ଶୋକର ଛାୟା ବ୍ୟାପିଯାଇଛି। ଏହା ସାଙ୍ଗରେ ଭୟର ବାତାବରଣ ମଧ୍ୟ ସୃଷ୍ଟି ହୋଇଛି। ଅଶ୍ୱନୀ ଏବଂ ନିର୍ମଳାଙ୍କର ଦୁଇଟି ଝିଅ ଅଛନ୍ତି ଯେଉଁମାନେ ୮ ଏବଂ ୬ ବର୍ଷର ଅଟନ୍ତି। ତାଙ୍କୁ ତାଙ୍କର ପିଇସିଙ୍କ ପାଖକୁ ବରେଲୀ ପଠାଇ ଦିଆଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *