ସାବଧାନ : ଆସୁଛି ଆଉ ଏକ ବାତ୍ୟା,ଜାଣନ୍ତୁ ବାତ୍ୟାର ନାମ ଓ କଣ ପୂର୍ବାନୁମାନ କରୁଛି ପାଣିପାଗ ବିଭାଗ

ମହାମାରୀ ସମୟରେ ପୁଣି ସ୍ଥଳ ଭାଗକୁ ମାଡ଼ି ଆସୁଛି କି ବାତ୍ୟା? ଚଳିତ ବର୍ଷରେ ପ୍ରଥମ ବାତ୍ୟାର ଦେଶବାସୀ ସମ୍ମୁଖୀନ ହୋଇପାରନ୍ତି। ଆରବ ସାଗରରେ ଆସନ୍ତା ୧୬ ତାରିଖରେ ବାତ୍ୟା ସୃଷ୍ଟି ହେବାର ଆଶଙ୍କା ଅଛି ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଯାହାକୁ ନେଇ ଚିନ୍ତା ବଢ଼ିଯାଇଛି। ପାଣିପାଗ ବିଭାଗର ପୂର୍ବ ଅନୁମାନ ଅନୁସାରେ, ଆସନ୍ତା ୧୪ ତାରିଖରେ ଦକ୍ଷିଣପୂର୍ବ ଆରବ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ଆଶଙ୍କା ରହିଥିଲା। ୧୪ ତାରିଖ ଦିନ ସକାଳେ ଲଘୁଚାପ ସୃଷ୍ଟି ହେବା ପରେ ଏହା ଅତ୍ୟଧିକ ଘନୀଭୂତ ହୋଇ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରିବ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି।

ଏହା ପରେ ଦକ୍ଷିଣପୂର୍ବ ଆରବ ସାଗର ଓ ଲାକ୍ଷାଦ୍ୱୀପ ସହ ସମାନ୍ତରାଳ ଭାବରେ ଏହି ବାତ୍ୟା ଗତି କରିବାର ସମ୍ଭାବନା ରହିଛି। ପରେ ଏହି ଲଘୁଚାପ ଧୀରେ ଧୀରେ ଘନୀଭୂତ ହୋଇ ୧୫ ତାରିଖ ବେଳକୁ ଅବପାତ କରିବ ଓ ପରେ ଏହା ଗଭୀର ଅବପାତର ରୂପ ନେବ। ଆଜି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛିକି, ୧୬ ତାରିଖ ଦିନ ସକାଳ ସୁଦ୍ଧା ଏହା ପୂର୍ବକେନ୍ଦ୍ରୀୟ ଆରବ ସାଗରରେ ବାତ୍ୟାର ରୂପ ନେବାର ଆଶଙ୍କା ରହିଛି। ଯଦି ଏହି ଲଘୁଚାପ ବାତ୍ୟାରେ ପରିଣତ ହୁଏ, ତେବେ ଏହାର ନାମ ତଉକତେ ରଖାଯିବ। ତେବେ ଆସିବାକୁ ଥିବା ଚଳିତ ବର୍ଷର ଏହି ବାତ୍ୟାର ନାମ ମିଆଁମାର ଦେଇଛି।

Google

ବିଭାଗର ସୂଚନା ଅନୁସାରେ, ବାତ୍ୟା ସୃଷ୍ଟି ହେବା ପରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗ ଦେଇ ଗତି କରିବ। ସମ୍ଭାବ୍ୟ ଲଘୁଚାପ ଓ ବାତ୍ୟାକୁ ଦୃଷ୍ଟିରେ ରଖି ଲକ୍ଷାଦ୍ୱୀପରେ ପ୍ରବଳ ମାତ୍ରାରେ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ମେ’ ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଏଠାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏହା ବ୍ୟତୀତ ଭାରତୀୟ ପାଣିପାଗ ବିଭାଗ କେରଳ, ତାମିଲନାଡୁ ଓ କର୍ଣ୍ଣାଟକର ବିଭିନ୍ନ ସ୍ଥାନରେ ୧୪ ଓ ୧୫ ତାରିଖରେ ପ୍ରବଳ ବର୍ଷା ସହ ପବନ ହେବାର ପୂର୍ବାନୁମାନ କରିଛି। ବର୍ଷାକୁ ଦୃଷ୍ଟିରେ ରଖି ମେ ମାସ ୧୩ ତାରିଖରେ ଲକ୍ଷାଦ୍ୱୀପ ପାଇଁ ୟେଲୋ ଆଲର୍ଟ ଓ ୧୪ ତାରିଖ ପାଇଁ ଅରେଞ୍ଜ ଆଲର୍ଟ ଜା-ରି କରାଯାଇଛି।

ତେବେ ପ୍ରଳୟଙ୍କରୀ ବାତ୍ୟା ଫୋନିକୁ ମଧ୍ୟ ୨ ବର୍ଷ ପୁରିଛି। ଫୋନି ବାତ୍ୟାରେ ଶହେରୁ ଅଧିକ ଲୋକଙ୍କର ପ୍ରାଣହାନୀ ଘଟିଥିବା ବେଳେ ସର୍ବାଧିକ ପୁରୀ ଜିଲ୍ଲାରେ ଏହା ତା-ଣ୍ଡ-ବ ରଚିଥିଲା। ପୁରୀ, ଖୋର୍ଦ୍ଧା, ଭୁବନେଶ୍ୱର, ଗଂଜାମ, ବାଲେଶ୍ୱର, ମୟୂରଭଂଜ, ଯାଜପୁର, କେନ୍ଦ୍ରାପଡ଼ା, ଗଜପତି ସହର ଗୁଡିକରେ ସବୁଠାରେ ପଡ଼ିଥିଲା ହାହାକାର। କିଏ ଜୀବନ ବଂଚାଇବାକୁ ଦୋକାନ ତଳେ ଆଶ୍ରୟ ନେଇ ଜୀବନ ହାରିଥିଲା ତ ଆଉ କେହି ଡଙ୍ଗା ଉ-ଦ୍ଧା-ର କରିବାକୁ ଯାଇ ଚିଲିକାକୁ ବୁଡ଼ି ମୃ-ତ୍ୟୁ ମୁଖରେ ପଡ଼ିଥିଲା। ଆଉ ପୁଣି ବର୍ତ୍ତମାନ ବାତ୍ୟାର ଖବର ଆସିବା ପରେ ଲୋକେ ମଧ୍ୟ ଆ-ତଙ୍କି-ତ ହେଉଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *