ବର୍ତ୍ତମାନ କରୋନା ପରେ ଆଉ ଏକ ରୋଗର ଭୟ, ଓଡ଼ିଶାରେ ଚିହ୍ନଟ ହେଲେ ପ୍ରଥମ ରୋଗୀ

ବର୍ତ୍ତମାନ ରାଜ୍ୟରେ କରୋନାର କାୟା ବଢ଼ି ଚାଲିଥିବା ସମୟରେ ଆଉ ଏକ ରୋଗ ଦେଖାଯାଇଛି। ଏହି ରୋଗର ନାମ ହେଉଛି ବ୍ଲାକ ଫଙ୍ଗସ।

ଓଡ଼ିଶାରେ ପ୍ରଥମ କରି ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଜଣେ ବ୍ୟକ୍ତି ଚିହ୍ନଟ ହୋଇଥିବାର ସୂଚନା ମିଳିଛି। ଚିହ୍ନଟ ହୋଇଥିବା ରୋଗୀଙ୍କର ବୟସ ୭୧ବର୍ଷ ଅଟେ ଓ ସେ ଉଚ୍ଚ ମଧୁମେହ ରୋଗରେ ପୀଡ଼ିତ ଅଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛିକି, ରୋଗୀଙ୍କ ଶରୀରରେ ବିଭିନ୍ନ ବ୍ଲାକ ଫଙ୍ଗସ ଲକ୍ଷଣ ଦେଖାଦେଇଛି।

ରୋଗୀ ଜଣକ ବର୍ତ୍ତମାନ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି। ପ୍ରଥମତଃ ଏହା ରୋଗୀଙ୍କ ଘରେ ଥିବା କୁଲରରୁ ସଂକ୍ରମିତ ହୋଇଥିବାର ଜଣାପଡିଛି। କୁଲରର ପାଣି ବହୁତ ଦିନରୁ ପରିବର୍ତ୍ତନ କରାଯାଇନଥିଲା ବୋଲି କୁହାଯାଉଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *