ଏହି ବ୍ୟକ୍ତି ପାଣି ଭିତରେ କାହିଁକି କଲେ ୱାର୍କଆଉଟ ? ଦେଖନ୍ତୁ…

କରୋନା ମହାମାରୀ ଜଣେଇ ଦେଇଛି ଯେ ଫିଟ ରହିବା କେତେ ଜରୁରୀ ଅଟେ | ଏହାକୁ ନେଇ ଜଣେ ବ୍ୟକ୍ତି ଅଜବ ଷ୍ଟାଇଲରେ ଲୋକଙ୍କୁ ଫିଟନେସ ପ୍ରତି

ସଚେତନ କରିଛନ୍ତି | ମାମଲାଟି ପୁଡୁଚେରୀର ଅଟେ, ଯେଉଁଠାରେ ବ୍ୟକ୍ତିଜଣକ ପାଣି ଭିତରେ ଥାଇ ୱାର୍କଆଉଟ କରିଛନ୍ତି | ଇଣ୍ଡିଆ ଟୁଡ଼େର ରିପୋର୍ଟ ଅନୁଯାୟୀ, ଅରବିନ୍ଦ ଜଣେ ତାଲିମପ୍ରାପ୍ତ ଡାଇଭର ଅଟନ୍ତି, ଯିଏକି ଗତ ୨୦ ବର୍ଷ ଧରି ଚେନ୍ନାଇ ଏବଂ ପୁଡୁଚେରୀରେ ଡାଇଭିଙ୍ଗକୁ ନେଇ ଅଭିଯାନ ଚଳାଉଛନ୍ତି | ବର୍ତ୍ତମାନ ଟ୍ୱିଟରରେ ତାଙ୍କ ଭିଡିଓ ଆଲୋଚନାର ବିଷୟ ପାଲଟିଛି, ଯେଉଁଥିରେ ସେ ପାଣି ଭିତରେ ଏକ୍ସରସାଇଜ କରୁଥିବାର ଦେଖାଯାଉଛନ୍ତି |

ପ୍ରଥମେ ଦେଖନ୍ତୁ ଭିଡିଓ :-

ଏହି ଭିଡିଓ ଟ୍ୱିଟର ୟୁଜର @PramodMadhav6 ସେୟାର କରିଛନ୍ତି | ସେ କ୍ୟାପ୍ସନରେ ଲେଖିଛନ୍ତି, ” ପୁଡୁଚେରୀରେ ଏହି ବ୍ୟକ୍ତି ପାଣିର ୧୪ ମିଟର ତଳେ ଏକ୍ସରସାଇଜ କରିଛନ୍ତି, ଯେପରିକି ଲୋକମାନେ ମହାମାରୀର ଏହି ସମୟରେ ବ୍ୟାୟାମର ମହତ୍ୱ ବୁଝିପାରିବେ |”

କ’ଣ ରହିଛି ଭିଡିଓରେ ?

ଆପଣ ଏହି କ୍ଲିପରେ ଦେଖିପାରିବେ ଯେ ଅରବିନ୍ଦ ପ୍ରୋଟେକ୍ଟିଭ ଗ୍ଲାସ ପିନ୍ଧି ୧୪ ମିଟର ତଳେ ପାଣି ଭିତରେ ୱାର୍କଆଉଟ କରୁଛନ୍ତି | ଆପଣ ତାଙ୍କୁ ଡମ୍ବଲ କର୍ଲ,ବାରବେଲ କର୍ଲ ଏବଂ ପୁଷଅପ୍ସ କରୁଥିବାର ଦେଖିପାରିବେ | ସେ କହିଛନ୍ତି ଯେ ଲୋକମାନେ ପ୍ରତିଦିନ ୪୫ ମିନିଟ ୱାର୍କଆଉଟ ଏବଂ ବ୍ରିଥିଙ୍ଗ ଏକ୍ସରସାଇଜ କରିବା ଉଚିତ | ଯେପରିକି ଆପଣଙ୍କ ଶରୀର ଏବଂ ଫୁସଫୁସ ମଜବୁତ ହୋଇପାରିବ | ଏପରି କଲେ ଇମ୍ୟୁନ ସିଷ୍ଟମ ମଧ୍ୟ ମଜବୁତ ହେବ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *