ଭେଙ୍କଟେସ ପ୍ରସାଦ କଲେ ବଡ଼ ଖୁଲାସା : ବିରାଟ କୋହଲି ଓ ସଚିନ ତେନ୍ଦୁଲକରଙ୍କ ମଧ୍ୟରେ କଣ ରହିଛି ପାର୍ଥକ୍ୟ

ଭାରତୀୟ ପୂର୍ବ କ୍ରିକେଟର ସଚିନ ରମେଶ ତେନ୍ଦୁଲକର ଓ ବର୍ତ୍ତମାନ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଉଭୟ ରେକର୍ଡ଼ର ବାଦଶାହ ଅଟନ୍ତି । ସଚିନ ନିଜ ସମୟରେ ନିଜକୁ ପ୍ରତିଷ୍ଠା କରିଥିଲେ । ଆଜି ବିରାଟ ମଧ୍ୟ ତିନୋଟି ଫର୍ମାଟରେ ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଅଟନ୍ତି । ସାଧାରଣତଃ ଉଭୟଙ୍କ ମଧ୍ୟରେ ତୁଳନା କରାଯାଇଥାଏ କିନ୍ତୁ ବର୍ତ୍ତମାନ ପୂର୍ବ ଭାରତୀୟ କ୍ରିକେଟର ଭେଙ୍କଟେସ ପ୍ରସାଦ କୋହଲି ଓ ତେନ୍ଦୁଲକର ଙ୍କ ମଧ୍ୟରେ ପାର୍ଥକ୍ୟ ବତାଇଛନ୍ତି ।

ଭେଙ୍କଟେସ ପ୍ରସାଦ ବତାଇଲେ ସବୁଠାରୁ ବଡ଼ ଅନ୍ତର :-

ଏହି ସମୟରେ ଅଧିନାୟକ ବିରାଟ କୋହଲି ବହୁତ ଆକ୍ରମକ ଅଟନ୍ତି । ତାଙ୍କର ଉପସ୍ଥିତ ମୈଦାନରେ ବହୁତ ଡୋମିନେଟିଙ୍ଗ ରହିଛି । ସେହିପରି ସଚିନ ବହୁତ ସରଳ ଅନ୍ଦାଜର ଥିଲେ ମୈଦାନରେ କେବଳ ତାଙ୍କର ବ୍ୟାଟ ହିଁ ଚାଲିଥାଏ । ଏବେ ଦୁଇ ଗ୍ରେଟ କ୍ରିକେଟର ପୋଡ଼କାଷ୍ଟରେ କଥାବାର୍ତ୍ତା କରି ଭେଙ୍କଟେସ ପ୍ରସାଦ କହିଥିଲେ, ସତକଥା କହିବାକୁ ଗଲେ, ଉଭୟ ଏକ ଭଲ ଖେଳାଳି ଅଟନ୍ତି । ଗୋଟିଏ ପଟରେ ସଚିନ ତେନ୍ଦୁଲକର ବହୁତ ଶାନ୍ତ ଅଟନ୍ତି ଓ ବିରାଟ ବହୁତ ଆକ୍ରମକ । କୋହଲି ପ୍ରତ୍ୟେକ ମ୍ୟାଚ ଜିତିବାକୁ ଚାହାଁନ୍ତି ଓ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରନ୍ତି ।

ବିରାଟ କୋହଲି ନିଜକୁ ଅଭିବ୍ୟକ୍ତ କରିବାରେ ତାଙ୍କୁ ପସନ୍ଦ ଆସେ :-

ଭେଙ୍କଟେସ ପ୍ରସାଦ କହିଥିଲେ, ସଚିନ ତେନ୍ଦୁଲକରଙ୍କ ସ୍ଵଭାବ ସବୁବେଳେ ସମାନ ଅଟେ । ସଚିନ ଶତକ ମାରିଲେ ଯେମିତି ରୁହନ୍ତି, ଶୂନ୍ୟରେ ଆଉଟ ହେଲେ ମଧ୍ୟ ସେମିତି ରୁହନ୍ତି । ସେହିପରି ଅନ୍ୟପଟରେ ଦେଖିଲେ, ବିରାଟ କୋହଲିଙ୍କୁ ପ୍ରତିଟି ବଲରେ ଅଭିବ୍ୟକ୍ତ କରିବାକୁ ବହୁତ ଭଲ ଲାଗିଥାଏ । ଏହି ପୂର୍ବ ବୋଲର କହିଲେ, ସଚିନଙ୍କ ଭାବନା ଆମେ ସର୍ବଦା ଦେଖିବାକୁ ପାଇନଥାଉ ସେ ଶତକ ମାରିଲେ ଯେମିତି ରୁହନ୍ତି ଶୂନ୍ୟରେ ଆଉଟ ହେବାପରେ ମଧ୍ୟ ସେମିତି ରହିଥାନ୍ତି । ଅନ୍ୟପଟରେ ବିରାଟ କୋହଲି ନିଜର ଭାବନାକୁ ପ୍ରତି ବଲରେ ଏକ୍ସପ୍ରେସ କରିଥାନ୍ତି । ଯାହାଙ୍କୁ ନିଜକୁ ଭଲ ଭାବରେ ଅଭିବ୍ୟକ୍ତ କରିବାକୁ ଭଲ ଲାଗିଥାଏ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *