ହାତୀଙ୍କ ଝୁଣ୍ଡକୁ ଦେଖି ଜଙ୍ଗଲର ରାଜା ଭୟଭୀତ, ଭିଡିଓ ଦେଖିଲେ ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ

ଯଦି ଆପଣ ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବେ ତେବେ ଆପଣଙ୍କ ପାଖକୁ ଦୈନିକ କିଛି ନା କିଛି ମଜାଦାର ଭିଡିଓ ଆସୁଥିବ|ଖାସକରି ବନ୍ୟଜନ୍ତୁଙ୍କ ଭିଡିଓ ଯାହାକୁ ୟୁଜରମାନେ ବହୁତ ପସନ୍ଦ କରିଥାନ୍ତି|ଏବେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଦେଖିବାପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ|

ଏମିତି କୁହାଯାଏ ଯେ ଜଙ୍ଗଲର ରାଜା ସିଂହ ଅଟେ|ତାର ଏକ ଭୟଙ୍କର ଗର୍ଜନରେ ସାରା ଜଙ୍ଗଲ କମ୍ପି ଉଠେ|ଜଙ୍ଗଲସାରା ବୋଧହୁଏ ଏମିତି କୈାଣସି ଜୀଵ ଥିବ ଯିଏ ସିଂହ ସହ ଟକ୍କର ଦେବାକୁ ଚେଷ୍ଟା କରେ,କିନ୍ତୁ ଜଙ୍ଗଲରେ ହାତୀ ଏମିତି ଏକ ଜୀବ ଯାହାକୁ ଦେଖି ସିଂହ ମଧ୍ୟ ନିଜ ରାସ୍ତା ବଦଳାଇ ଦେଇଥାଏ|

ଭିଡିଓରେ ଆପଣ ଦେଖିପାରିବେ ଯେ ସିଂହର ଝୁଣ୍ଡ ଆରାମରେ ବସିଥାଏ,କିନ୍ତୁ ସେତେବେଳେ ହାତୀର ଝୁଣ୍ଡ ଆସେ ଓ ସିଂହ ଗୋଟିଏ ଗୋଟିଏ କରି ସେଠାରୁ ପଳାଇଯାଇଥାଏ|ଏହି ଭିଡିଓକୁ ଦେଖିବା ପରେ ଗୋଟିଏ କଥା ସ୍ପଷ୍ଟ ଯେ ଯଦିଓ ସିଂହ ଯେତେ ଶକ୍ତିଶାଳୀ ହେଉନା ହାତୀ ସାମ୍ନାରେ କାହାର ଚଳିବ ନାହିଁ|

ଏହି ମଜାଦାର ଭିଡିଓକୁ ଟୁଇଟର ୟୁଜର @ଏନ୍ସିଏସ୍ କୁମାର ସେୟାର କରିଛନ୍ତି|ଏହାସହ ସେ କ୍ୟାପ୍ସନରେ ଲେଖିଛନ୍ତି ଯେତେବେଳେ ହାତୀ ଓ ତାର ପରିବାର ଜଙ୍ଗଲରେ ଯାଉଥାଏ ସେତେବେଳେ ଜଙ୍ଗଲର ରାଜାକୁ ମଧ୍ୟ ପଛଘୁଞ୍ଚା ଦେବାକୁ ପଡେ|ସୋସିଆଲ ମିଡିଆରେ ଏହି ଭିଡିଓ ବହୁ ଯୋରରେ ଭାଇରାଲ ହେଉଛି|ଟୁଇଟର ସହ ଅନ୍ୟ ପ୍ଲାଟଫର୍ମରେ ମଧ୍ୟ ଏହି ଭିଡିଓ ସେୟାର କରାଯାଇଛି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *