ଇଂଲଣ୍ଡ ଗସ୍ତରେ ଟିମ ଇଣ୍ଡିଆର ସେଡ୍ୟୁଲ,ଜାଣନ୍ତୁ କେବେ ଓ କେଉଁଥିରେ ଆପଣ ଦେଖିପାରିବେ ମ୍ୟାଚ

ଭାରତୀୟ କ୍ରିକେଟ ଟିମ ଆଗାମୀ ମାସରେ ଇଂଲଣ୍ଡ ଯାତ୍ରା କରିବ । ଯେଉଁଠାରେ ପ୍ରଥମେ ଦଳ ନ୍ୟୁଜିଲାଣ୍ଡ ସହିତ ଆଇସିସି ଟେଷ୍ଟ ଚମ୍ପିୟାନସିପ ଫାଇନାଲ୍ ଖେଳିବ ଓ ଅପରପକ୍ଷରେ ଦଳ ଇଂଲଣ୍ଡ ସହିତ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ମଧ୍ୟ ଖେଳିବ । ଆସନ୍ତୁ ଜାଣିବା ଏହିସବୁ ରୋମାଞ୍ଚକ ସିରିଜ ବିଷୟରେ ।

ଜୁନ 2 ତାରିଖରେ ଇଂଲଣ୍ଡ ଗସ୍ତ କରିବ ଭାରତୀୟ ଦଳ :-

ଭାରତୀୟ କ୍ରିକେଟ ଦଳ ମେ 25 ତାରିଖରେ 8 ଦିନ ପର୍ଯ୍ୟନ୍ତ କ୍ଵରେଣ୍ଟାଇନରେ ରହିବାପରେ ଜୁନ 2 ତାରିଖରେ ଇଂଲଣ୍ଡ ଗସ୍ତ କରିବେ । ଇଂଲଣ୍ଡ ଗସ୍ତ ବହୁତ ଲମ୍ବା ଦିନ ପର୍ଯ୍ୟନ୍ତ ହେବାକୁ ଥିବାରୁ ଖେଳାଳି ମାନେ ତାଙ୍କର ପରିବାରକୁ ମଧ୍ୟ ସାଥିରେ ନେଇଯିବେ ।

ଭାରତୀୟ ଟିମ ଚାର୍ଟର ଫ୍ଲାଇଟରେ ଇଂଲଣ୍ଡ ପାଇଁ ଯାତ୍ରା କରିବ। ବାୟୋବବଲ ରୁ ବାହାରି ଦ୍ଵିତୀୟ ବାୟୋବବଲରେ ପ୍ରବେଶ କରିବାକୁ ହେବ । ଏଥିପାଇଁ ଟିମ ଯାଉ ଯାଉ ଇଂଲଣ୍ଡରେ ପ୍ରାକ୍ଟିସ ଆରମ୍ଭ କରିଦେବ । ବର୍ତ୍ତମାନ ସମସ୍ତଙ୍କୁ କୋଭିଡ଼ ଟେଷ୍ଟ ଦେଇ ଯିବାକୁ ହେବ ।

କେବେ ଓ କେଉଁଠି ଦେଖିପାରିବେ ମୁକାବିଲା :-

ଷ୍ଟାର ନେଟୱର୍କର ଷ୍ଟାର ସ୍ପୋର୍ଟସ 1, ଷ୍ଟାର ସ୍ପୋର୍ଟସ 2 , ଷ୍ଟାର ସ୍ପୋର୍ଟସ 1 HD, ଷ୍ଟାର ସ୍ପୋର୍ଟସ 2 HDରେ ଲାଇଭ ପ୍ରସାରିତ କରାଯିବ । ଏହି ସମସ୍ତ ମୁକାବିଲା ଦ୍ୱିପ୍ରହର 3.30 ମିନିଟରୁ ଖେଳାଯିବ ।

ଦେଖନ୍ତୁ ମ୍ୟାଚର ସେଡ୍ୟୁଲ :-

1- ପ୍ରଥମ ଟେଷ୍ଟ ନଟିଂହାମ, ଅଗଷ୍ଟ 4 ତାରିଖରୁ 8 ତାରିଖ ।

2- ଦ୍ଵିତୀୟ ଟେଷ୍ଟ ଲର୍ଡ଼ସ, ଲଣ୍ଡନ, ଅଗଷ୍ଟ 12 ତାରିଖରୁ ଅଗଷ୍ଟ 16 ତାରିଖ ।

3- ତୃତୀୟ ଟେଷ୍ଟ ଲିଡ଼ସ, ଅଗଷ୍ଟ 25 ତାରିଖରୁ ଅଗଷ୍ଟ 29 ତାରଖ ।

4-ଚତୁର୍ଥ ଟେଷ୍ଟ, ଲଣ୍ଡନ ଓଭାଲ, ସେପ୍ଟେମ୍ବର 2ରୁ ସେପ୍ଟେମ୍ବର 6 ତାରିଖ ।

5- ପଞ୍ଚମ ଟେଷ୍ଟ, ମଞ୍ଚେଷ୍ଟର, ସେପ୍ଟେମ୍ବର 10 ତାରିଖରୁ ସେପ୍ଟେମ୍ବର 14 ତାରିଖ ।

ଭାରତୀୟ ଦଳର ସଦସ୍ୟ :-

ରୋହିତ ଶର୍ମା, ଶୁଭମାନ ଗିଲ, ମୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି (ଅଧିନାୟକ), ଆଜିଙ୍କ୍ୟ ରାହାନେ (ଉପ-ଅଧିନାୟକ), ହନୁମା ବିହାରୀ, ଋଷଭ ପନ୍ତ (ୱିକେଟ୍ କିପର), ଆର ଅଶ୍ୱିନ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ୱାଶିଂଟନ୍ ସୁନ୍ଦର, ଜସପ୍ରୀତ ବୁମ୍ରା, ଇଶାନ୍ତ ଶର୍ମା, ମହମ୍ମଦ ଶାମି, ମହମ୍ମଦ ସିରାଜ, ଶାର୍ଦ୍ଦୁଲ ଠାକୁର, ଉମେଶ ଯାଦବ, କେ.ଏଲ୍ ରାହୁଲ (ଫିଟନେସ୍ କ୍ଲିୟରାନ୍ସ ପରେ), ରିଦ୍ଧିମାନ ସାହା (ୱିକେଟ୍ କିପର, ଫିଟନେସ୍ କ୍ଲିୟରାନ୍ସ ପରେ)।

ଷ୍ଟାଣ୍ଡବାଇ ଖେଳାଳି :-

ଅଭିମନ୍ୟୁ ଈଶ୍ୱରନ,ପ୍ରସିଦ୍ଧ କୃଷ୍ନା, ଆବେଶ ଖାନ, ଅର୍ଜନ ନାଗବାସବାଲା

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *