ପିଲାଟିର ଚମତ୍କାର ବ୍ୟାଟିଂ ଦେଖି ଲୋକମାନେ ହେଲେ ଆଶ୍ଚର୍ଯ୍ୟ, ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି ଏହି ଭିଡିଓ,ଆପଣ ବି ଦେଖନ୍ତୁ

ଭାରତରେ କ୍ରିକେଟକୁ କେବଳ ଖେଳ ନୁହେଁ ବରଂ ଧର୍ମ ବୋଲି ମଧ୍ୟ ବୁଝନ୍ତି | ଏହାର ଅନୁମାନ ଏହି କଥାରୁ କରାଯାଇପାରିବ ଯେ ଦେଶର ଅଧିକାଂଶ ପିଲା ନିଜକୁ ଜଣେ ସଫଳ କ୍ରିକେଟର କରିବାପାଇଁ ପ୍ରତିଦିନ କଡା ପରିଶ୍ରମ କରିଥାନ୍ତି | ଏମିତିରେ ଦେଖିବାକୁ ଗଲେ ତ ଭାରତରେ କୌଣସି ପ୍ରତିଭାର ଅଭାବ ନାହିଁ | ଯେଉଁଠାରେ ଗୋଟେପଟେ ଭାରତରେ ଶୀର୍ଷ ସ୍ତରର କ୍ରିକେଟର ଲଗାତାର ଭଲ ପ୍ରଦର୍ଶନ କରୁଛନ୍ତି, ସେହିପରି ତଳ ସ୍ତରରେ ମଧ୍ୟ କିଛି ଖେଳାଳି ଅଛନ୍ତି, ଯେଉଁମାନଙ୍କର ଚର୍ଚ୍ଚା ସମୟ ପୂର୍ବରୁ ହେବାକୁ ଲାଗିଛି |

ସୋସିଆଲ ମିଡିଆରେ ଆଜିକାଲି କ୍ରିକେଟ ଖେଳୁଥିବା ପ୍ରତିଭାଶାଳୀ ଛୋଟ ପିଲାମାନଙ୍କର ଭିଡିଓ ସାମ୍ନାକୁ ଆସିଥାଏ, ଯାହାକୁ ଦେଖି ଦୁନିଆର ବଡ଼ ବଡ଼ ଖେଳାଳି ସେମାନଙ୍କ ପ୍ରତିଭାକୁ ସଲାମ କରିଥାନ୍ତି | ଏପରି ଏକ ଭିଡିଓ ଆଜିକାଲି ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି | ଏହି ଭିଡିଓରେ ଜଣେ ପ୍ରତିଭାଶାଳୀ ପିଲାକୁ ଷ୍ଟମ୍ପସରୁ ଚମତ୍କାର ବ୍ୟାଟିଂ କରୁଥିବାର ଦେଖାଯାଇପାରେ | ଭିଡିଓରେ ଦେଖାଯାଉଥିବା ପିଲାଟିର ପ୍ରତିଭାକୁ ଦେଖି ଆପଣ ମଧ୍ୟ ତାର ପ୍ରଶଂସା ନକରି ରହିପାରିବେ ନାହିଁ |

ଏଠାରେ ଦେଖନ୍ତୁ ଭିଡିଓ :-

ଜଣେ କ୍ରିକେଟ ଫ୍ୟାନ ରାଜୁ ଦେବେନ୍ଦ୍ରନ ଭିଡିଓରେ ଦେଖାଯାଉଥିବା ପିଲା ଏବଂ ତାର ପରିବାର ବିଷୟରେ ଜାଣିବାକୁ ପାଇଛନ୍ତି | ଦେବେନ୍ଦ୍ରନଙ୍କ ସୋସିଆଲ ମିଡ଼ିଆ ପୋଷ୍ଟ ଅନୁଯାୟୀ, ଏହି ପ୍ରତିଭାଶାଳୀ ପିଲାଟିର ନାମ ବିଘଞ୍ଚ ପ୍ରିଜିଥ ଅଟେ, ତାର ବୟସ ବର୍ତ୍ତମାନ ୯ ବର୍ଷ ଅଟେ | ପ୍ରିଜିଥ କେରଳର ତ୍ରିସୁରରେ ରୁହନ୍ତି | ଇଣ୍ଡିଆନ ପ୍ରିମିୟର ଲିଗର ୨୦୧୯ ର ସିଜିନ ଦେଖିବାପରେ ପ୍ରିଜିଥ କଠିନ ପରିଶ୍ରମ କରିବାକୁ ନିଷ୍ପତ୍ତି ନେଲେ ଏବଂ ବର୍ତ୍ତମାନ ସେ ନିଜକୁ ଭଲ ଖେଳାଳି କରିବାପାଇଁ ସକାଳୁ ଉଠି ତିନି ଘଣ୍ଟା ପ୍ରାକ୍ଟିସ କରନ୍ତି |

ପ୍ରିଜିଥଙ୍କ ବାପାଙ୍କ ଅନୁଯାୟୀ, ତାଙ୍କ ପୁଅ କେବଳ ଜଣେ ଟ୍ୟାଲେଣ୍ଟେଡ ବ୍ୟାଟ୍ସମ୍ୟାନ ନୁହେଁ ବରଂ ସେ ବଢିଆ ଲେଗ ସ୍ପିନ ମଧ୍ୟ କରନ୍ତି | ବର୍ତ୍ତମାନ ପିଲାଟିର ବାପା ତାଙ୍କ ପାଇଁ କୋଚ ଖୋଜୁଛନ୍ତି, ଯେପରିକି ପ୍ରିଜିଥଙ୍କ ଖେଳରେ ସାହାଯ୍ୟ ମିଳିପାରିବ ଏବଂ ଆଗକୁ ବଢ଼ିପାରିବେ | ଏତେ ଛୋଟ ବୟସରୁ ପ୍ରିଜିଥଙ୍କ ପ୍ରତିଭାକୁ ଦେଖି ଅନେକ ଲୋକ ଆଶ୍ଚର୍ଯ୍ୟ ମଧ୍ୟ ହୋଇଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *