ମାଆ-ବାପା ରଖିଲେ ପୁଅର ଏପରି କଷ୍ଟକର ନାମ, ୫୦ ହଜାର ଲୋକ ବର୍ତ୍ତମାନ ପର୍ଯ୍ୟନ୍ତ ନାମକୁ କହିବାରେ ହେଲେଣି ଫେଲ, କଣ ଆପଣ କହିପାରିବେ ?

ପ୍ରତ୍ୟେକ ବାପାମାଆ ନିଜ ପିଲାପାଇଁ କିଛି ସ୍ପେଶାଲ କରିବାକୁ ଚାହାଁନ୍ତି | ନିକଟରେ ଯେତେବେଳେ ଏଲୋନ ମସ୍କ ନିଜ ପୁଅର ୟୁନିକ ନାମ ରଖିଥିଲେ, ସେତେବେଳେ ଲୋକମାନେ ଏହାକୁ ବହୁତ ପରିହାସ କରିଥିଲେ | ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ନିଜ ପୁଅର ନାମ X Æ A-Xii ରଖିଥିଲେ | ଏହାକୁ କିପରି କୁହାଯିବ, ଏହା ସମସ୍ତଙ୍କୁ କନଫ୍ୟୁଜ କରିଦେଲା | ବର୍ତ୍ତମାନ ଫିଲିପାଇନ୍ସରେ ରହୁଥିବା ଏକ ଦମ୍ପତି ନିଜ ପୁଅର ବହୁତ ୟୁନିକ ନାମ ରଖିଛନ୍ତି | ଏହି ନାମକୁ ଉଚ୍ଚାରଣ ବା କହିବାକୁ ଚେଷ୍ଟା କରିଥିବା ବର୍ତ୍ତମାନ ପର୍ଯ୍ୟନ୍ତ ୫୦ ହଜାରରୁ ଅଧିକ ଲୋକ ଫେଲ ହୋଇ ସାରିଛନ୍ତି |

ଘରଲୋକେ ମଧ୍ୟ ଏହି ନାମକୁ କହିପାରୁ ନାହାନ୍ତି :-

ଏପ୍ରିଲ ୨୭ ରେ ଜନ୍ମ ହୋଇଥିବା ଏକ ଶିଶୁର ନାମ ତାର ବାପାମା Ghlynnyl Hylhyr Yzzyghyl Mampuan Buscato ରଖିଛନ୍ତି | ଏଥିରେ ଗୋଟିଏ ବି vowel ବ୍ୟବହାର କରାଯାଇ ନାହିଁ | ନାମକୁ ୟୁନିକ କରିବା ଚକ୍କରରେ ଏହା ବହୁତ ସମସ୍ୟା ଦେଖାଇଛି |ତେବେ ଶିଶୁର ପରିବାର ଲୋକେ ମଧ୍ୟ ତାଙ୍କ ନାମକୁ ଉଚ୍ଚାରଣ କରିପାରୁ ନାହାନ୍ତି, ଏହି କାରଣରୁ ସେମାନେ ଶିଶୁଟିକୁ consonant ରଖି ଦେଇଛନ୍ତି | ସମସ୍ତେ ପିଲାଟିକୁ consonant ଡାକୁଛନ୍ତି |

ଫେସବୁକରେ ଭାଇରଲ ହେଲା ନାମ :-

ଶିଶୁର ବାପାଙ୍କ ବନ୍ଧୁ ତାଙ୍କ ବାର୍ଥ ସାର୍ଟିଫିକେଟ ଫେସବୁକରେ ଅପଲୋଡ କରିଥିଲେ | ଦେଖୁ ଦେଖୁ ଏହି ପୋଷ୍ଟକୁ ୫୦ ହଜାରରୁ ଅଧିକ ଥର ସେୟାର କରାଗଲା | ଲୋକମାନେ ଶିଶୁର ନାମ ଉଚ୍ଚାରଣ କରିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ କେହି ମଧ୍ୟ ଏଥିରେ ସଫଳ ହୋଇନାହାଁନ୍ତି | ସେହିପରି ଶିଶୁର ବାପାମା କହିଛନ୍ତି ଯେ ଯେତେବେଳେ ତାଙ୍କ ପୁଅ ବଡ ହୋଇଯିବ, ସେତେବେଳେ ସେ ତାଙ୍କୁ ତାଙ୍କ ନାମ ଉଚ୍ଚାରଣ କରିବାକୁ ଶିଖାଇବେ |

ଘରେ ସମସ୍ତଙ୍କର ନାମ କଷ୍ଟକର ନାମ :-

ଶିଶୁର ବାପା Lhyrlon ଅଟେ, ସେହିପରି ବର୍ତ୍ତମାନ ପୁଅର ନାମ Ghlynnyl ରଖାଯାଇଛି | ପିଲା ବଡ ହେବା ପରେ ତାକୁ ତା ନାମର ଅର୍ଥ ଏବଂ ଏପରି ନାମ ରଖିବାର କାରଣ କୁହାଯିବ | ବର୍ତ୍ତମାନ ଲୋକମାନଙ୍କୁ ଏହି ନାମର ସ୍ପେଲିଂ ମନେ ପକାଇବାପାଇଁ ମଧ୍ୟ କଷ୍ଟ ଲାଗୁଛି | ତେବେ ୟୁନିକନେସ କାରଣରୁ ଏହି ନାମ ଭାଇରଲ ହେଉଛି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *