୮୦୯ ଟଙ୍କାର ଗ୍ୟାସ ସିଲିଣ୍ଡର ମାତ୍ର ୯ ଟଙ୍କାରେ କିଣିବାର ଚମତ୍କାର ସୁଯୋଗ, ଜାଣନ୍ତୁ କିପରି କରିବେ ବୁକିଂ

ଯେଉଁଠାରେ ଗୋଟେପଟେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବଢିଚାଲିଛି, ଏପରି ପରିସ୍ଥିତିରେ LPG ଗ୍ରାହକଙ୍କ ପାଇଁ ବଡ଼ ଖୁସି ଖବର ସାମ୍ନାକୁ ଆସିଛି | ଯାହାକୁ ପେଟିଏମ ଦ୍ୱାରା ଉପଲବ୍ଧ କରାଯାଉଛି | ୟୁଜର୍ସ ଏଲପିଜି ସିଲିଣ୍ଡର ଉପରେ ୮୦୦ ତାଙ୍କ ପର୍ଯ୍ୟନ୍ତ ଡ଼ିସକାଉଣ୍ଟ ପାଇପାରିବେ | ଆସନ୍ତୁ ଜାଣିବା ଏହା କିପରି ସମ୍ଭବ ହେବ |

ଏଲପିଜି ଗ୍ୟାସର ବୁକିଂ ଏବଂ ଦେୟ ଉପରେ ସାଧାରଣ ଲୋକଙ୍କ ବୋଝକୁ କମ କରିବାପାଇଁ ପେଟିଏମ ପୁଣିଥରେ ନିଜ ଗ୍ରାହକମାନଙ୍କ ପାଇଁ ଏକ ଧମାକାଦାର ଅଫର ନେଇ ଆସିଛି | ଏହି ଅଫର ଅନୁଯାୟୀ, ଗ୍ରାହକ ୮୦୯ ଟଙ୍କାର ମୂଲ୍ୟ ଥିବା ସିଲିଣ୍ଡର ମାତ୍ର ୯ ଟଙ୍କାରେ କିଣିପାରିବେ | ପେଟିଏମ କ୍ୟାସବ୍ୟାକ ପ୍ରଦାନ କରିଛି | ଏହି କ୍ୟାସବ୍ୟାକ ଅଫର ଅଧୀନରେ ଯଦି କୌଣସି ଗ୍ରାହକ ପେଟିଏମ ମାଧ୍ୟମରେ ଗ୍ୟାସ ସିଲିଣ୍ଡର ବୁକ କରୁଛନ୍ତି, ତେବେ ତାଙ୍କୁ ୮୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ ମିଳିପାରେ |

ଜାଣନ୍ତୁ କଣ ରହିଛି ପୁରା ଅଫର :-

ଏପରି ପରିସ୍ଥିତିରେ ଯଦି ଆପଣ ମଧ୍ୟ ପେଟିଏମ ଅଫରର ଲାଭ ଉଠାଇବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଖରେ ମେ ୩୧ ତାରିଖ ୨୦୨୧ ପର୍ଯ୍ୟନ୍ତ ଶେଷ ସୁଯୋଗ ରହିଛି | ଏହି ଅଫର କେବଳ ସେହି ଉପଭୋକ୍ତାମାନଙ୍କ ପାଇଁ ଯେଉଁମାନେ ପ୍ରଥମଥର ଏଲପିଜି ସିଲିଣ୍ଡର ବୁକ କରିବେ ଏବଂ ପେଟିଏମରୁ ଟଙ୍କା ଦେବେ | ଯେତେବେଳେ ଆପଣ ଏଲପିଜି ସିଲିଣ୍ଡର ପାଇଁ ବୁକିଂ ଏବଂ ଦେୟ ପ୍ରଦାନ କରିବେ, ସେତେବେଳେ ଆପଣଙ୍କୁ ଅଫର ଅନୁଯାୟୀ ଏକ ସ୍କ୍ରାଚ କାର୍ଡ ମିଳିବ, ଯାହାର କ୍ୟାସବ୍ୟାକ ମୂଲ୍ୟ ୮୦୦ ଟଙ୍କା ହେବ | ଏହି ଅଫର ଅଟୋମେଟିକଲି ସର୍ଵପ୍ରଥମେ LPG ସିଲିଣ୍ଡରର ବୁକିଂରେ ଆପଲାଏ ହୋଇଯିବ | ଏହି ଅଫରର ଲାଭ ନ୍ୟୁନତମ ୫୦୦ ଟଙ୍କାର ପେମେଣ୍ଟ ଉପରେ ମିଳିବ |

କ୍ୟାସବ୍ୟାକର ଲାଭ ଉଠାଇବାପାଇଁ ଗ୍ରାହକଙ୍କୁ ସ୍କ୍ରାଚ କାର୍ଡକୁ ଖୋଲିବାକୁ ପଡିବ, ଯାହା ଆପଣଙ୍କୁ ବିଲ ପେମେଣ୍ଟ ପରେ ମିଳିବ | ଆପଣଙ୍କୁ କହିରଖୁଛୁ ଯେ ଏହି କ୍ୟାସବ୍ୟାକର ଆମାଉଣ୍ଟ ୧୦ ଟଙ୍କାରୁ ନେଇ ୮୦୦ ଟଙ୍କା ମଧ୍ୟରେ ହୋଇପାରେ | ଧ୍ୟାନ ହେବ ଯେ ଆପଣଙ୍କୁ ଏହି ସ୍କ୍ରାଚ କାର୍ଡ ୭ ଦିନ ମଧ୍ୟରେ ଓପନ କରିବାକୁ ପଡିବ | ଯଦି ଆପଣ ୭ ଦିନ ପରେ ଏହାକୁ ଓପନ କରିବେ, ତେବେ ଏହା ଆପଣଙ୍କର କୌଣସି କାମରେ ଆସିବ ନାହିଁ |

ଯଦି ଆପଣ ଏହି ଅଫରର ଲାଭ ଉଠାଇବାପାଇଁ ଚାହୁଁଛନ୍ତି, ତେବେ ସର୍ବପ୍ରଥମେ ଆପଣଙ୍କୁ ନିଜର ସ୍ମାର୍ଟଫୋନରେ ପେଟିଏମ ଆପ ଡାଉନଲୋଡ଼ କରିବାକୁ ପଡିବ | ଏହାପରେ ଆପଣଙ୍କ ଗ୍ୟାସ ଏଜେନ୍ସିଠାରୁ ସିଲିଣ୍ଡର ବୁକ କରିବାକୁ ପଡିବ | ଏଥିପାଇଁ ପେଟିଏମ ଆପରେ Show More ଉପରକୁ ଯାଆନ୍ତୁ ଏବଂ କ୍ଲିକ କରନ୍ତୁ, ତା’ପରେ Recharge ଏବଂ Pay Bills ଉପରେ କ୍ଲିକ କରନ୍ତୁ | ଏହାପରେ ଆପଣଙ୍କୁ ସିଲିଣ୍ଡର ବୁକ କରିବାର ବିକଳ୍ପ ଦେଖାଯିବ | ତାପରେ ଗ୍ୟାସ ପ୍ରୋଭାଇଡରକୁ ସିଲେକ୍ଟ କରନ୍ତୁ | ବୁକିଂ ପୂର୍ବରୁ ଆପଣଙ୍କୁ FIRSTLPG ପ୍ରୋମୋ କୋଡ଼ ଦେବାକୁ ପଡିବ | ବୁକିଂର ୨୪ ଘଣ୍ଟା ମଧ୍ୟରେ ଆପଣଙ୍କୁ କ୍ୟାସବ୍ୟାକ ସ୍କ୍ରାଚ କାର୍ଡ ମିଳିବ, ଯାହାର ବ୍ୟବହାର ଆପଣଙ୍କୁ ୭ ଦିନ ମଧ୍ୟରେ କରିବାକୁ ପଡିବ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *