କରୋନା ଭାଇରସ ଠାରୁ ମୁକ୍ତି ପାଇଲା ପରେ ତୁରନ୍ତ ଏହି ସବୁ ଟେଷ୍ଟ କରାଇ ନିଅନ୍ତୁ,ଅବହେଳା କଲେ ପଡିପାରେ ଭାରି,ଜାଣନ୍ତୁ ସମସ୍ତ ଟେଷ୍ଟ ବିଷୟରେ

ପୋଷ୍ଟ ରିକଭରି କାହିଁକି ଆବଶ୍ୟକ ?

ଡାକ୍ତରଙ୍କ ଅନୁଯାୟୀ, କରୋନା ଭାଇରସ ମଣିଷର ଇମ୍ୟୁନ ସିଷ୍ଟମ ଏଵଂ ଅନ୍ୟ କେତେକ ଅଙ୍ଗକୁ କ୍ଷତି ପହଞ୍ଚାଇଥାଏ। ଯାହା ପରେ ମଧ୍ୟ ବଡ଼ ସମସ୍ୟାର କାରଣ ମଧ୍ୟ ହୋଇପାରେ । ଏପରି ପରିସ୍ଥିତିରେ ଯଦି ଆପଣ ପୋଷ୍ଟ ରିକଭରି ଟେଷ୍ଟ କରନ୍ତି, ତେବେ ଏହା ସ୍ପଷ୍ଟ ହୋଇଯିବ ଯେ ଭାଇରସ ଆପଣଙ୍କ ଶରୀରକୁ କେତେ କ୍ଷତି ପହଞ୍ଚାଇଛି ? ଏବଂ ତାର କଣ୍ କଣ୍ ସାଇଡ ଇଫେକ୍ଟ ହୋଇପାରେ ? ଯାହାଦ୍ବାରା ଠିକ୍ ସମୟରେ ଚିକିତ୍ସା କରାଇ ରୋଗୀର ଜୀବନ ରକ୍ଷା କରାଯାଇ ପାରିବ ।

ଆଣ୍ଟିବଡି ଟେଷ୍ଟ:-

ଯେକୌଣସି ରୋଗରୁ ମୁକ୍ତ ହେବାପରେ ଆମ ଶରୀର ଆଣ୍ଟିବଡିଜ ପ୍ରଡ୍ୟୁସ କରିଥାଏ। ଆଣ୍ଟିବଡିଜ ର ଲେଭଲ ଆମ ଶରୀରରେ ଯେତେ ଅଧିକ ହୋଇଥାଏ, ଆମ ଇମ୍ୟୁନ ସିଷ୍ଟମ ସେତେ ଅଧିକ ସେଫ୍ ରହିଥାଏ। ସାଧାରଣତଃ ମଣିଷ ଶରୀର 1 ରୁ 2 ସପ୍ତାହରେ ଆଣ୍ଟିବଡିଜ ପ୍ରସ୍ତୁତ କରିନିଏ । ତେଣୁ ସ୍ବାସ୍ଥ୍ୟ ବିଶେଷଜ୍ଞ କରୋନା ରୁ ମୁକ୍ତ ହେବାର 2 ସପ୍ତାହ ପରେ ମଧ୍ୟ igG ଆଣ୍ଟିବଡି ଟେଷ୍ଟ କରିବାକୁ ପରାମର୍ଶ ଦିଅନ୍ତି।

କମ୍ପ୍ଲିଟ ବ୍ଲଡ଼ କାଉଣ୍ଟ ଟେଷ୍ଟ :-

କମ୍ପ୍ଲିଟ ବ୍ଲଡ଼ କାଉଣ୍ଟ ଟେଷ୍ଟ(CBC Test) ମଣିଷ ଶରୀରରେ ବିଭିନ୍ନ ପ୍ରକାରର ସେଲର ଯାଞ୍ଚ ପାଇଁ କରାଯାଇଥାଏ। ଏହାଦ୍ବାରା ରୋଗୀକୁ ଏହା ଜଣାପଡେ ଯେ କରୋନା ସଂକ୍ରମଣ ବିରୋଧରେ ତା ଶରୀର କିପରି ପ୍ରତିକ୍ରିୟା କରୁଛି। କରୋନା ରୁ ରିକଭରି ପରେ ଲୋକମାନେ ଏହି ଟେଷ୍ଟ କରିବା ଉଚିତ୍ । ତେବେ ଯାଇ ଆପଣଙ୍କ ପ୍ରତିକ୍ରିୟା ସିଷ୍ଟମ ବିଷୟରେ ଜଣାପଡ଼ିବ ।

ନ୍ୟୁରୋ ଫଂକ୍ସନ୍ ଟେଷ୍ଟ :-

କରୋନାରୁ ସୁସ୍ଥ ଥିବା ରୋଗୀମାନଙ୍କର ମସ୍ତିଷ୍କରେ ଯଦି ବ୍ରେନ୍ ଫଗ, ଚିନ୍ତା, କମ୍ପନ ଏବଂ ହତାଶ ଭଳି ଲକ୍ଷଣ ଥାଏ, ତା’ପରେ ସୁସ୍ଥ ହେବାର ଏକ ସପ୍ତାହ ପରେ ସେମାନଙ୍କୁ ମସ୍ତିଷ୍କ ଏବଂ ସ୍ନାୟୁଗତ କାର୍ଯ୍ୟ ପରୀକ୍ଷା କରିବାକୁ ପରାମର୍ଶ ଦିଆଯାଉଛି | ଯଦି ଆପଣଙ୍କର କୌଣସି ସମ୍ପର୍କୀୟଙ୍କର ଏପରି ଲକ୍ଷଣ ଅଛି, ତେବେ ସେମାନଙ୍କର ତୁରନ୍ତ ଚେକଅପ କରାନ୍ତୁ |

ଭିଟାମିନ ଡି ଟେଷ୍ଟ :-

କରୋନାକୁ ନେଇ କରାଯାଇଥିବା ଅନେକ ଷ୍ଟଡିରେ ଏହା ଦାବି କରାଯାଇଛି ଯେ ରିକଭରୀ ସମୟରେ ଭିଟାମିନ-ଡି ସପ୍ଲିମେଣ୍ଟେସନ ରୋଗୀମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ |ଏଥିପାଇଁ ଶରୀରରେ ଭିଟାମିନ-ଡିର ଅଭାବ ଠାରୁ ବଞ୍ଚିବାପାଇଁ ଏହାର ଏକ ଟେଷ୍ଟ ନିଶ୍ଚିତ ଭାବେ କରିବା ଉଚିତ | ଏହା ଭବିଷ୍ୟତରେ ମଧ୍ୟ ଆପଣଙ୍କୁ ଅନ୍ୟ କୌଣସି ରୋଗଠାରୁ ବଞ୍ଚିବାପାଇଁ ସାହାଯ୍ୟ କରିବ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *