ବୋହୂର ଏପରି ଜବରଦସ୍ତ ଷ୍ଟାଇଲରେ ହେଲା ସ୍ୱାଗତ, ଲୋକେ କହିଲେ-‘ବୋହୂର ଏଣ୍ଟ୍ରି ହେଉଛି ନା ଅଣ୍ଡରଟେକରର’, ଦେଖନ୍ତୁ ଭିଡିଓ

ବିବାହ ପ୍ରତ୍ୟେକ ଝିଅ ଜୀବନର ସ୍ୱପ୍ନ ହୋଇଥାଏ | ପ୍ରତ୍ୟେକ ଝିଅ ଚାଁହାନ୍ତି ଯେ ସେମାନଙ୍କ ବିବାହର ଦିନ ସେମାନଙ୍କ ଜୀବନର ସ୍ମୃତିପୂର୍ଣ୍ଣ ଦିନ ହେଉ | ଏପରି ପରିସ୍ଥିତିରେ ଯଦି ବିବାହ ଦିନ ଝିଅ ପାଇଁ ଘରଲୋକ କିଛି ଖାସ କିମ୍ବା ଅନନ୍ୟ କରିବେ, ତେବେ ଏହାଠାରୁ ବଡ଼ କଥା ଆଉ କଣ ହୋଇପାରେ | ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରଲ ହେଉଛି, ଯାହାକୁ ଦେଖି ଯେକୌଣସି ଝିଅ ମଧ୍ୟ ଚାହିଁବେ ଯେ ବିବାହରେ ତାଙ୍କର ମଧ୍ୟ ଘରେ ଏପରି ସ୍ୱାଗତ କରାଯାଉ |

ଦେଖନ୍ତୁ ଭିଡିଓ :-

ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ ଦ୍ରୁତ ଗତିରେ ଭାଇରଲ ହେଉଛି | ଏହି ଭିଡିଓକୁ @gostudyiqraa ନାମକ ୟୁଜର ଟ୍ୱିଟରରେ ସେୟାର କରିଛନ୍ତି | ଭିଡିଓ ସହିତ କ୍ୟାପ୍ସନରେ ଲେଖାଯାଇଛି, ” ଏହା ସବୁ ଝିଅମାନଙ୍କର ସ୍ୱପ୍ନ ଥାଏ |” ଭିଡିଓରେ ଆପଣ ଦେଖିପାରିବେ ଯେ ଘର ଆଗରେ ବର-କନ୍ୟା ଠିଆ ହୋଇଛନ୍ତି ଏବଂ ସେମାନଙ୍କ ସହିତ ବହୁତ ଲୋକ ମଧ୍ୟ ଅଛନ୍ତି | ଘରର ସାଜସଜ୍ଜା ବହୁତ ରୟାଲ ଷ୍ଟାଇଲରେ କରାଯାଇଛି | ଘରେ ବୋହୂ ଏଣ୍ଟ୍ରି କରିବାମାତ୍ରେ ଜବରଦସ୍ତ ଷ୍ଟାଇଲରେ ସ୍ୱାଗତ କରାଯାଏ | ସାରା ଘରେ ବିଭିନ୍ନ ପ୍ରକାରାର ଆଲୋକ, ବାଣ ଇତ୍ୟାଦି ଜଳୁଛି |

ଏହି ଭିଡିଓକୁ ଲୋକମାନେ ଖୁବ ପସନ୍ଦ କରୁଛନ୍ତି | ଭିଡିଓ ଦେଖି ଏପରି ଲାଗୁଛି ଯେ ଯେପରି WWE ର ଫାଇଟ ପୂର୍ବରୁ ଅଣ୍ଡରଟେକରର ଏଣ୍ଟ୍ରି ହେବାକୁ ଯାଉଛି | ଯଦି ଆପଣ କେବେ WWE ଫାଇଟ ଦେଖିଥିବେ ତେବେ ଆପଣଙ୍କୁ ମଧ୍ୟ ସେହି ସୀନ ମନେ ପଡ଼ିଯିବ | ବର୍ତ୍ତମାନ ସୁଦ୍ଧା ଏହି ଭିଡିଓକୁ ୧ ଲକ୍ଷରୁ ଅଧିକଥର ଦେଖାଯାଇଛି | ଲୋକମାନେ ଏହି ଭିଡିଓକୁ ଖୁବ ପ୍ରଶଂସା କରୁଛନ୍ତି, ଏହାସହିତ ମଜାଳିଆ କମେଣ୍ଟସ ମଧ୍ୟ କରୁଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *