ବେନ ଷ୍ଟୋକ୍ସଙ୍କ ଉପରେ ଭାରି ପଡ଼ିବେ ଅଶ୍ଵିନୀ, ଦ୍ରାବିଡ କହିଲେ କାରଣ,ଜାଣନ୍ତୁ କାରଣ

ଆସନ୍ତା ମାସରେ ଭାରତୀୟ ଦଳ ଇଂଲଣ୍ଡ ଗସ୍ତ କରିବ। ଏହାସହ ଜୁନ ୧୮ତାରିଖ ରୁ ୨୨ତାରିଖ ମଧ୍ୟରେ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ଆଇସିସି ବଶ୍ୱ ଚାମ୍ପିଅନସିପ ଖେଳିବ। ଏହାପରେ ଅଗଷ୍ଟ ୪ତାରିଖ ରୁ ଇଂଲଣ୍ଡ ବିପକ୍ଷରେ ୫ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ। ଚଳିତ ଥର ଭାରତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଜିତିବ ବୋଲି ପୂର୍ବାନୁମାନ କରିଛନ୍ତି ମହାନ କ୍ରିକେଟର ରାହୁଲ ଦ୍ରାବିଡ। ଏହାସହ କେଉଁ ବୋଲର ବେନ ଷ୍ଟୋକସଙ୍କ ଉପରେ ଅଧିକ ପ୍ରଭାବି ରହିବେ ତାହା ମଧ୍ୟ ରାହୁଲ ଦ୍ରାବିଡ କହିଛନ୍ତି।

ରାହୁଲ ଡ୍ରାବିଡ ଲାଇଭ ଆଡ ଇଣ୍ଡିଆ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ କହିଛନ୍ତିଯେ, ସିରିଜ ଜିତିବାର ସୁଯୋଗ ଭାରତ ପାଖରେ ରହିଛି। ଇଂଲଣ୍ଡର ବୋଲିଂ ବିଭାଗ ବିଷୟରେ କୌଣସି ସନ୍ଦେହ ନାହିଁ। ଇଂଲଣ୍ଡର ଟପ୭ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଜୋ ରୁଟ ଅଛନ୍ତି। ବେନ ଷ୍ଟୋକସ ମଧ୍ୟ ଭଲ ଅଲରାଉଣ୍ଡର। ସେ ଆର ଅଶ୍ୱିନଙ୍କ ବିପକ୍ଷରେ ଭଲ ପ୍ରଦର୍ଶନ କରି ପାରିବେ। ଏହା ଏକ ମଜାଦାର ମୁକାବିଲା ହେବ। ଷ୍ଟୋକସଙ୍କ ବିପକ୍ଷରେ ଅଶ୍ୱିନ ଭାରତରେ ଭଲ ବୋଲିଂ କରିଥିଲେ।

ରାହୁଲ ଦ୍ରାବିଡ ଆହୁରି କହିଛନ୍ତିଯେ, ଭାରତ ପାଖରେ ଆତ୍ମବିଶ୍ୱାସ ଭରପୁର ରହିଛି। ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଦଳ ୩-୨ରେ ସିରିଜ ଜିତିପାରେ। ଦଳ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ପାଇଁ ଏକ ମାସ ପାଇଁ ଇଂଲଣ୍ଡରେ ରହିବ। ଟେଷ୍ଟ ସିରିଜର ପ୍ରସ୍ତୁତି ପାଇଁ ପର୍ଯ୍ୟାପ୍ତ ସମୟ ରହିଛି। ତେବେ ସମସ୍ତ ପରିସ୍ଥିତି ଉପରେ ଧ୍ୟାନ ଦେବାକୁ ପଡିବ। ପରିସ୍ଥିତି ସହ ଖାପ ଖୁଆଇପାରିଲେ ବିଜୟ ସହଜ ହେବ। ୪୦-୫୦ ଓଭର ପରେ ବଲ ସ୍ୱିଂ ମଧ୍ୟ କରିପାରେ। ଭାରତ ୨୦ଜଣ ଖେଳାଳିଙ୍କୁ ଚୟନ କରିଛି। ଏହାସହ କିଛି ଅତିରିକ୍ତ ଖେଳାଳି ମଧ୍ୟ ରହିବେ। ଚୂଡାନ୍ତ ଏକାଦଶ ଉପରେ ସମସ୍ତଙ୍କ ନଜର ରହିବ ବୋଲି ରାହୁଲ ଦ୍ରାବିଡ କହିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *