ଭାରତୀୟ ଦଳରେ ସାମିଲ ହୋଇଥିବା ଅରଜାନ ନାଗବାସବାଲା ଏହି ମ୍ୟାଚ ପରେ ଚର୍ଚ୍ଚାକୁ ଆସିଥିଲେ , ନେଇଥିଲେ ମୋଟ 10ଟି ଉଇକେଟ,ଦେଖନ୍ତୁ ଭିଡିଓ

ଗୁଜୁରାଟର ଦ୍ରୁତ ବୋଲର ଅରଜାନ ନାଗବାସବାଲାଙ୍କୁ ପ୍ରଥମଥର ପାଇଁ ଭାରତୀୟ ଦଳରେ ସାମିଲ କରାଗଲା । ସେ ଇଂଲଣ୍ଡ ଯାଉଥିବା ଭାରତୀୟ ଦଳର ଭାଗିଦାର ଅଟନ୍ତି । ବାମହାତୀ ଏହି ବୋଲରଙ୍କୁ ଭାରତୀୟ ଦଳର ଷ୍ଟାଣ୍ଡବାଇ ଦଳରେ ସାମିଲ କରାଯାଇଛି । ଅରଜାନ ନାଗବାସବାଲାଙ୍କୁ ଲାଗାତର ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରିବା କାରଣରୁ ଉପହାର ମିଳିଥିଲା ।

ବିଗତ ବର୍ଷ ରଣଜୀ ଟ୍ରଫିରେ ସେ ପଞ୍ଜାବ ବିପକ୍ଷରେ ଶାନନ୍ଦର ବୋଲିଂ କରି ମ୍ୟାଚରେ 10ଟି ଉଇକେଟ ନେଇଥିଲେ । ଅରଜାନ ପ୍ରଥମ ଶ୍ରେଣୀରେ ଡେବ୍ୟୁ 2018-19 ରେ କରିଥିଲେ । ସେ ମୁମ୍ବାଇ ବିପକ୍ଷ ମ୍ୟାଚରେ ପାଞ୍ଚ ଉଇକେଟ ନେଇଥିଲେ । କିନ୍ତୁ 2019-20 ମସିହା ମ୍ୟାଚରେ ସେ ଚର୍ଚ୍ଚାକୁ ଆସିଥିଲେ ।

ଏହି ସିଜିନରେ ସେ 39.4 ହାରରେ 41 ଉଇକେଟ ନେଇଥିଲେ । ଅରଜାନ ଏହାମଧ୍ୟରେ ତିନୋଟି 5ହଲ ଉଇକେଟ ନିଜ ନାମରେ କରିଥିଲେ । ଏହାମଧ୍ୟରୁ ପ୍ରଥମ ପାଞ୍ଚ ଉଇକେଟ ପଞ୍ଜାବ ବିପକ୍ଷରେ ଆସିଥିଲା । ଏହାମଧ୍ୟରେ ଅରଜାନ ଉଭୟ ପାଳିରେ 5 ଉଇକେଟ ନେଇଥିଲେ । ମ୍ୟାଚରେ ତାଙ୍କ ନାମରେ 10 ଉଇକେଟ ଥିଲା ।

ଅରଜାନ ନିଜର ବୋଲିଂରେ ପଞ୍ଜାବର ଟପ ଅର୍ଡର କୁ ଧ୍ୱସ୍ତ କରିଦେଇଥିଲେ । ସେ ନିଜର ସ୍ୱିଙ୍ଗ ବୋଲିଂରେ ପଞ୍ଜାବ ବ୍ୟାଟ୍ସମ୍ୟାନଙ୍କୁ କ୍ରିଜରେ ଅଟକି ରହିବାକୁ ଦେଇନଥିଲେ । ଅରଜାନ ପ୍ରଥମ ପାଳିରେ 64 ରନ ଦେଇ 5 ଉଇକେଟ ନେଇଥିଲେ ଓ ଦ୍ଵିତୀୟ ପାଳିରେ 50 ରନ ଦେଇ 5 ଉଇକେଟ ନେଇଥିଲେ ।

ଅରଜାନଙ୍କ ଏହି କାରନାମା ଇତିହାରେ ଦାରଜ ହୋଇଯାଇଛି। ସେ ବର୍ତ୍ତମାନ ଭାରତୀୟ ଦଳ ସହିତ ଇଂଲଣ୍ଡ ଯିବେ ଓ ଏହା ତାଙ୍କ କ୍ୟାରିଅରର ନୂଆ ପ୍ରାରମ୍ଭ ହେବ । 23 ବର୍ଷର ଏହି ଖେଳାଳିଙ୍କୁ ଏହି ସିରିଜରେ ବହୁତ କିଛି ଶିଖୁବାକୁ ମିଳିବ । ସେ ନେଟସରେ ବିରାଟ କୋହଲି, ରୋହିତ ଶର୍ମାଙ୍କୁ ମଧ୍ୟ ବୋଲିଂ କରିବେ ।

ତଳେ ଦିଆଯାଇଥିବା ଲିଙ୍କକୁ କ୍ଲିକ କରି ଦେଖନ୍ତୁ ଭିଡିଓ :-

https://www.bcci.tv/videos/144983/arzan-nagwaswalla-s-five-wicket-haul

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *