ମହେନ୍ଦ୍ର ସିଂହ ଧୋନୀଙ୍କୁ କଟାକ୍ଷ କଲା ଆଇସିସି । କହିଲା ଅରିଜିନାଲ ଫିନିସର ହେଉଛନ୍ତି ମାଇକେଲ ବେବନ, ଫ୍ୟାନମାନେ ଦେଲେ ଏମିତି ପ୍ରତିକ୍ରିୟା

ଅଷ୍ଟ୍ରେଲିଆର ପୂର୍ବ ବ୍ୟାଟ୍ସମ୍ୟାନ ମଇକେଲ ବେବନ ଶନିବାର ଦିନ ନିଜର 51 ତମ ଜନ୍ମ ଦିବସ ପାଳିଲେ । ଆଇସିସି ଏହି ଖେଳାଳିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ନିଜର ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଖେଳାଳିଙ୍କ ଫୋଟୋ ପୋଷ୍ଟ କରିଥିଲା ।

ଫୋଟୋ ସହିତ ଆଇସିସି କ୍ୟାପ୍ସନରେ ଲେଖିଥିଲେ, ଆଇସ କୁଲ ୟାଙ୍କୁ ବର୍ଣ୍ଣନା କରିବାରେ ତାଙ୍କ ପାଖରେ ମଧ୍ୟ ପହଞ୍ଚିପାରିବେ ନାହିଁ । ଅରିଜିନାଲ ମ୍ୟାଚ ଫିନିସର ମଇକେଲ ବେବନଙ୍କୁ ତାଙ୍କ ଜନ୍ମଦିନର ଶୁଭେଚ୍ଛା । ଏହି ଫୋଟୋକୁ ଦେଖି ଲାଗୁଥିଲା କି, ବୋଧହୁଏ ଆଇସିସି ଭାରତୀୟ ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ଟ୍ରୋଲ କରୁଛି । ଏମିତିରେ ଧୋନୀଙ୍କ ଫ୍ୟାନମାନେ କ୍ରୋଧରେ ଜର୍ଜିତ ହୋଇଗଲେ ।

ବେବନ ଏହାପୂର୍ବରୁ କହିସାରିଛନ୍ତି କି, ନିଜ ନିଜ ଦଳ ପାଇଁ ମଇକେଲ ହସି ଓ ମହେନ୍ଦ୍ର ସିଂହ ଧୋନୀ ଏକ ଭଲ ଫିନିସର ଅଟନ୍ତି । ଧୋନୀ ଗତବର୍ଷ ଅଗଷ୍ଟ 15 ତାରିଖରେ ଇଣ୍ଟରନାଶନାଲ କ୍ରିକେଟକୁ ଅବସର ଜଣାଇଥିଲେ କିନ୍ତୁ ବର୍ତ୍ତମାନ ସେ ଆଇପିଏଲ ଖେଳୁଛନ୍ତି ।

ବେବନ ଓ ଧୋନୀଙ୍କୁ ବେଷ୍ଟ ଫିନିସର ମାନାଯାଏ :-

ବର୍ତ୍ତମାନ ସମୟରେ ବେବନ ଓ ଧୋନୀଙ୍କୁ ମ୍ୟାଚ ଫିନିସର ମାନାଯାଉଛି । ବେବନ 1999 ଓ 2003 ମସିହାରେ ଅଷ୍ଟ୍ରେଲିଆକୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେହିପରି ମହେନ୍ଦ୍ର ସିଂହ ଧୋନୀ ଭାରତକୁ ବିଶ୍ୱକପ ଜିତାଇବାରେ ସାହାର୍ଯ୍ୟ କରିଥିଲେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *