ରକେଟ ବେବି : ବାଥରୁମକୁ ଟୟଲେଟ କରିବାକୁ ଯାଇଥିଲେ ମହିଳା, ୨୭ ସେକେଣ୍ଡ ପରେ ଟୟଲେଟରୁ ପିଲା ଧରି ବାହାରକୁ ବାହାରିଲେ..ଜାଣନ୍ତୁ ପୁରା ଘଟଣା

ଯେକୌଣସି ପାଇଁ ମା ହେବା ସବୁଠାରୁ ବିଶେଷ ଅନୁଭୂତି ହୋଇଥାଏ, କିନ୍ତୁ ଯନ୍ତ୍ରଣା ମଧ୍ୟ ଅଧିକ ଅସହନୀୟ ହୋଇଥାଏ | ଏହି ଯନ୍ତ୍ରଣା ଏକାବେଳେ ଅନେକ ହାଡ ଭାଙ୍ଗିବା ସହିତ ସମାନ ହୋଇଥାଏ | କିନ୍ତୁ ବ୍ରିଟେନରେ ଜଣେ ମହିଳା ମାତ୍ର ୨୭ ସେକେଣ୍ଡରେ ହିଁ ପିଲାକୁ ଜନ୍ମ ଦେଇ ରେକର୍ଡ ସୃଷ୍ଟି କରିଛନ୍ତି | ୨୯ ବର୍ଷୀୟ ସୋଫି ବଗ ଦୁନିଆର ସବୁଠାରୁ ଚ୍ୟାଲେଞ୍ଜ ପୂର୍ଣ୍ଣ ମହିଳାମାନଙ୍କ ମଧ୍ୟରୁ ଜଣେ ଅଟନ୍ତି, ଯାହାଙ୍କୁ କି ପିଲା ଜନ୍ମ କରିବାପାଇଁ ଯନ୍ତ୍ରଣା ହୋଇନଥିଲା |

କୁହାଯାଉଛି ଯେ ସୋଫି ବଗ ୩୮ ସପ୍ତାହ ଧରି ପ୍ରେଗ୍ନେଣ୍ଟ ଥିଲେ | ରାତି ଅଧରେ ଅଚାନକ ଟୟଲେଟ କରିବାପାଇଁ ବାଥରୁମ ଗଲେ | କିନ୍ତୁ ଟୟଲେଟ କରିବା ଜାଗାରେ ସୋଫି ନିଜ ପିଲାକୁ ଜନ୍ମ ଦେଲେ | ଏଥିରେ ସୋଫିଙ୍କୁ ମାତ୍ର ୨୭ ସେକେଣ୍ଡ ଲାଗିଲା ଏବଂ ଗୋଟିଏ ପୁସରେ ହିଁ ପିଲା ବାହାରକୁ ଆସିଗଲା |

ସୋଫି କହିଛନ୍ତି ଯେ ବାଥରୁମ ଯିବା ପୂର୍ବରୁ ସେ ନିଜ ସାଙ୍ଗ ସହିତ ମେସେଜରେ କଥା ହେଉଥିଲେ | ସୋଫି ନିଜ ସାଙ୍ଗକୁ ମେସେଜରେ ଏହା ମଧ୍ୟ କହିଥିଲେ ଯେ ମତେ ଭଲ ଲାଗୁନାହିଁ ଏବଂ ଏହାପରେ ଫୋନ ରଖି ବାଥରୁମକୁ ଚାଲିଗଲେ | ବାଥରୁମ ଭିତରେ ମାତ୍ର ୨୭ ସେକେଣ୍ଡ ମଧ୍ୟରେ ହିଁ କୌଣସି ଯନ୍ତ୍ରଣା ବିନା ସେ ନିଜ ପିଲାକୁ ଜନ୍ମ ଦେଇଦେଲେ |

ସୋଫିଙ୍କ ସ୍ୱାମୀ ମଧ୍ୟ ଏହି କଥାରେ ବହୁତ ଆଶ୍ଚର୍ଯ୍ୟ ଏବଂ ବିଚଳିତ ହୋଇଯାଇଥିଲେ | ବାଥରୁମରେ ଯେତେବେଳେ ସୋଫି ଗୋଡ ମଧ୍ୟରେ ନିଜ ପିଲାର ମୁଣ୍ଡକୁ ଦେଖିଲେ, ସେତେବେଳେ ସେ କ୍ରିସଙ୍କୁ ଡାକିଲେ | କ୍ରିସ ତୁରନ୍ତ ବାଥରୁମକୁ ଆସି ପିଲାକୁ ବାହାରକୁ ଟାଣି ଆଣିଲେ | ଘରେ ପିଲାର ଜନ୍ମ ହେବାପରେ କ୍ରିସ ପିଲା ଏବଂ ମାକୁ ନେଇ ହସ୍ପିଟାଲ ଗଲେ, ଯେଉଁଠାରେ ଡାକ୍ତର ସୋଫି ଏବଂ ତାଙ୍କ ପିଲାକୁ ସୁସ୍ଥ ବୋଲି କହିଥିଲେ |

ଡେଲି ମେଲର ରିପୋର୍ଟ ଅନୁଯାୟୀ, ମାତ୍ର ଗୋଟିଏ ପୁସରେ ହିଁ ସୋଫି ନିଜ ପିଲାକୁ ଜନ୍ମ ଦେଇଦେଲେ | କୁହାଯାଉଛି ଯେ ସୋଫି ଏହାପୂର୍ବରୁ ଦୁଇଥର ମା ହୋଇ ସାରିଛନ୍ତି, କିନ୍ତୁ ଏହା ତାଙ୍କର ସବୁଠାରୁ ଶୀଘ୍ର ଡେଲିଭରି ଥିଲା | ସୋଫି କହିଛନ୍ତି ଯେ ତାଙ୍କର ପ୍ରଥମ ପିଲା ମାତ୍ର ୧୨ ମିନିଟ ରେ ଜନ୍ମ ହୋଇଥିଲା |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *