ସୁହାନାକୁ କିସ୍ କଲେ ଓଠ କାଟିଦେବି,”ଶାହାରୁଖ ଖାନ ଝିଅର ବଏଫ୍ରେଣ୍ଡକୁ ଦେଇଥିଲେ ଚେତାବନୀ ! ଜାଣନ୍ତୁ ପୁରା ଘଟଣା

ବଲିଉଡ୍ ବାଦଶାହା ଶାହାରୁଖ ଖାନର ଝିଅ ସୁହାନା ଖାନ ଯଦିଓ ଏପର୍ଯ୍ୟନ୍ତ ବଲିଉଡ୍ ଡେବ୍ୟୁ କରିନାହାନ୍ତି, କିନ୍ତୁ ସେ କିଛି ନା କିଛି କାରଣରୁ ଚର୍ଚ୍ଚିତ ରହିଥାନ୍ତି|ସେଭଳି ଶାହାରୁଖ ଖାନ ମଧ୍ୟ ସାଧାରଣ ଵାପା ଭଳି ନିଜ ଛୁଆକୁ ନେଇ ଓଭର ପୋଜେସିଭ୍ ରହିଥାନ୍ତି|ଏବେ ସରିଥିବା କରଣ ସିଜନ-୫ ଏକ ଭିଡିଓ ଏଵେ ସୋସିଆଲ ମିଡିଆରେ ଭାଇରାଲ ହେଉଛି,ଯେଉଁଥିରେ ସୁହାନା ଖାନର ବଏଫ୍ରେଣ୍ଡର ପ୍ରଶ୍ନ ଉପରେ କିଛି ଜଵାବ ଦେଇଛନ୍ତି ଯାହାକୁ ପଢିକି ଆପଣ ହସ ରୋକିପାରିବେ ନାହିଁ|ଏହି ଏପିସୋଡରେ ସେ ଆଲିଆ ଭଟ୍ଟ ସହ ଏପିସୋଡକୁ ଆସିଥିଲେ|

ସିଜନ ୫ର ଏହି ଏପିସୋଡରେ କରନ ,ଆଲିଆକୁ ପଚାରେ ଯେ ଆପଣଙ୍କ କେତେବର୍ଷରେ ପ୍ରଥମ ବଏଫ୍ରେଣ୍ଡ କରିଥିଲେ|ଏହା ଉପରେ ଆଲିଆ ଜବାବ ଦେଇ କହିଥିଲେ ସେ ସେତେବେଳେ ୧୬ ବର୍ଷର ହୋଇଥିଲେ|ଏହା ଉପରେ କରଣ ସାହାରୁଖ ଖାନକୁ ପଚାରିଲେ ଯେ ଯଦି ଆପଣଙ୍କ ଝିଅ ସୁହାନାର ୧୬ଵର୍ଷ ବୟସରେ ବୟଫ୍ରେଣ୍ଡ୍ ରହେ ଓ ସେ କିସ କରିବାକୁ ଚେଷ୍ଟା କରେ ଆପଣ କ’ଣ କରିବେ|

ଏହା ଉପରେ ଶାହାରୁଖ ମଜାଦାର ଜବାବ ଦେଇ କହିଛନ୍ତି ଯେ ମୋ ଝିଅକୁ ତା ବୟଫ୍ରେଣ୍ଡ୍ କିସ କରିବା ପାଇଁ ଚେଷ୍ଟା କରେ ତେବେ ତାର ଓଠ କାଟିଦେବି|କରଣ କହିଲେ ମୋତେ ଜଣାଥିଲା ତୁମେ ଏପରି କରିବ|ଏଥିପାଇଁ ମୋ ଝିଅ ସୁହାନାର ବୟଫ୍ରେଣ୍ଡ୍ ନାହିଁ କାରଣ ତାକୁ ଜଣାଅଛି|

କିଛି ଦିନ ପୂର୍ବେ ଶାହାରୁଖଙ୍କ ଫଟୋ ଭାଇରାଲ ହୋଇଥିଲା,ଯେଉଁଥିରେ ସେ ନିଜ ଝିଅକୁ ଏୟାରପୋର୍ଟ ଛାଡିବା ପାଇଁ ଯାଇଥିଲେ|କହିରଖେ ଯେ ତାଙ୍କ ଝିଅ ସୁହାନା ନ୍ୟୁୟର୍କରେ ପଢେ|ସୁହାନା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହିଥାନ୍ତି ଓ ସବୁବେଳେ ନ୍ୟୁୟର୍କରେ ନିଜର ସୁନ୍ଦର ଫଟୋ ଓ ଭିଡ଼ିଓ ଫ୍ୟାନଙ୍କ ସହ ସେୟାର କରିଥାନ୍ତି|

Leave a Reply

Your email address will not be published. Required fields are marked *