ଯଦି ଆଇପିଏଲ ସେପ୍ଟେମ୍ବର ମାସରେ ହୁଏ ତାହେଲେ ଆହତ କାରଣରୁ ବାହାର ହୋଇଥିବା ଏହି ଚାରିଜଣ ଷ୍ଟାର ଖେଳାଳି ପୁଣି ନିଜ ଫ୍ରାଞ୍ଚାଇଜକୁ ପ୍ରତ୍ୟାବର୍ତ୍ତନ କରିବେ,ଜାଣନ୍ତୁ କିଏ କିଏ ?

କେତେକ ଟିମର ବାୟୋବବଲ ରେ କରୋନାର ବଢୁଥିବା ମାମଲାକୁ ଦେଖି ମେ 4 ତାରିଖରେ ବିସିସିଆଇ ଆଇପିଏଲକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ କରିଦେଇଛନ୍ତି । ଏହି ଥର ସିଜିନ 14 ରେ ଆଘାତକୁ ନେଇ କେତେକ ଖେଳାଳି ନିଜ ଦଳରୁ ବାହାରେ ଥିଲେ । ହୁଏତ ଏବେ ଆଇପିଏଲର ବଳକା ମ୍ୟାଚ ଯଦି ସେପ୍ଟେମ୍ବର ମାସର୍ଵ ଖେଳାଯାଏ ତାହେଲେ କିଛି ଟିମକୁ ତାଙ୍କର ମୁଖ୍ୟ ଖେଳାଳି ପୁଣି ଫେରିବେ ।

ଶ୍ରେୟସ ଆୟର :-

ଦିଲ୍ଲୀ କ୍ୟାପିଟାଲସର ଅଧିନାୟକ ଶ୍ରେୟସ ଆୟର ଏହିଥର ନିଜର କାନ୍ଧରେ ଆଘାତ ଲାଗିବା କାରଣରୁ ଆଇପିଏଲ 2021 ରେ ଉପସ୍ଥିତ ନଥିଲେ । ଆୟରଙ୍କ ସ୍ଥାନରେ ଦଳର ଉଇକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କୁ ଦଳର ଅଧିନାୟକ ଭାବରେ ନିଯୁକ୍ତ କରାଯାଇଥିଲା । ଯଦି ସେପ୍ଟେମ୍ବର ମାସରେ ଆଇପିଏଲ ଆୟୋଜିତ ହୁଏ ତାହେଲେ ଶ୍ରେୟାସ ଆୟର ନିଶ୍ଚିତ ରୂପରେ ଖେଳିବେ । 2020 ମସିହାରେ ଆୟରଙ୍କ ଅଧିନାୟକତ୍ୱରେ ଦଳ ପ୍ରଥମ ଥର ଭାବରେ ଆଇପିଏଲ ଇତିହାସରେ ଫାଇନାଲ୍ ରେ ପ୍ରବେଶ କରିଥିଲା ।

ବେନ ଷ୍ଟୋକସ :-

ରାଜସ୍ଥାନ ରୟାଲସ ପାଇଁ ଖେଳୁଥିବା ଇଂଲଣ୍ଡର ପ୍ରସିଦ୍ଧ ଅଲରାଉଣ୍ଡର ବେନ ଷ୍ଟୋକସ ପଞ୍ଜାବ କିଙ୍ଗସ ବିପକ୍ଷରେ ଆଙ୍ଗୁଠିରେ ଆଘାତ ଲାଗିବା କାରଣରୁ ସମ୍ପୂର୍ଣ୍ଣ ସିଜିନରୁ ବାଦ ପଡ଼ିଥିଲେ । ଯଦି ଆଇପିଏଲ ସେପ୍ଟେମ୍ବର ମାସରେ ଖେଳାଯିବ ତାହେଲେ ଷ୍ଟୋକସଙ୍କ ପାଇଁ ପୁଣି ଫେରିବାକୁ ଯଥେଷ୍ଟ ସମୟ ରହିବ । ଷ୍ଟୋକସ ଆସିବାପରେ ଅଧିନାୟକ ସଞ୍ଜୁ ସାମସନଙ୍କୁ ଏକ ମଜବୁତ ବିକଳ୍ପ ମିଳିଯିବ ।

ଟି ନଟରାଜନ:-

ଭାରତର ଫେମସ ବାମହାତୀ ଦ୍ରୁତ ବୋଲର ଟି ନଟରାଜନ ଆଇପିଏଲ 2021 ରେ କେବଳ 2ଟି ମ୍ୟାଚ ଖେଳି ଆଣ୍ଠୁରେ ଯନ୍ତ୍ରଣା କାରଣରୁ ଡ଼କ୍ଟର ଉପଦେଶ ଦେଇଥିଲେ କି, ସମ୍ପୂର୍ଣ୍ଣ ଆଇପିଏଲରୁ ବାଦ ପଡିବାକୁ କାରଣ ତାଙ୍କ ଗୋଡ ସର୍ଜରୀ ହେବାର ଥିଲା । ଏମିତିରେ ହାଇଦ୍ରାବାଦ ଟିମକୁ ଆଶା ରହିଛି, ନଟରାଜନ ଖୁବ ଶୀଘ୍ର ନିଜକୁ ପ୍ରତ୍ୟାବର୍ତ୍ତନ କରିବେ ।

ଜୋଫ୍ରା ଆର୍ଚ୍ଚର :-

ଆଇପିଏଲ 2021 ଆରମ୍ଭ ହେବାପୂର୍ବରୁ ହିଁ ରାଜସ୍ଥାନର ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଦଳରୁ ବାଦ ପଡ଼ିଥିଲେ । 2020 ଆଇପିଏଲରେ ଆର୍ଚ୍ଚର ରାଜସ୍ଥାନ ତରଫରୁ ସର୍ବାଧିକ ଉଇକେଟ ନେବାର ବ୍ୟାଟ୍ସମ୍ୟାନ ହୋଇଗଲେ । ଯଦି ଆଇପିଏଲ 2021 ସେପ୍ଟେମ୍ବର ମାସରେ ଆରମ୍ଭ ହେବ ତାହେଲେ ଆର୍ଚ୍ଚର ପୁଣିଥରେ ନିଜର ପୁରୁଣା ଅନ୍ଦାଜକୁ ଫେରିବେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *