ଆଇସିସି WTC ଫାଇନାଲ୍ : ଶେଷ ହୋଇଗଲା କି ହାର୍ଦିକ ପାଣ୍ଡ୍ୟାଙ୍କ ଟେଷ୍ଟ କ୍ୟାରିଅର ! ଜାଣନ୍ତୁ ଏହା ବିଷୟରେ ସବୁକିଛି

ଆଇସିସି ବିଶ୍ୱ ଟେଷ୍ଟ ଚମ୍ପିୟାନସିପ ଓ ଇଂଲଣ୍ଡ ବିପକ୍ଷରେ ହେବାକୁ ଥିବା ଭାରତର 5 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ 24 ଦଳୀୟ ଟିମ ଘୋଷଣା ହୋଇସାରିଛି । ଏହାମଧ୍ୟରେ କେତେକ ଯୁବ ଖେଳାଳି ମାନଙ୍କୁ ନଜର ଅନ୍ଦାଜ କରିଦିଆଯାଇଛି । ଏଥିରେ ହାର୍ଦିକ ପାଣ୍ଡ୍ୟାଙ୍କ ନାମ ରହିଛି । ଯିଏକି ବର୍ତ୍ତମାନ ଆଉ ଅଲରାଉଣ୍ଡର ଭାବରେ ନୁହେଁ ବରଂ ଜଣେ ମିଡ଼ିଲ ଅର୍ଡର ବ୍ୟାଟ୍ସମ୍ୟାନ ରୂପରେ ପରିଚିତ ହେବାରେ ଲାଗିଛନ୍ତି ।

ବହୁତ ଦିନ ହେବ ହାର୍ଦିକ ଭାରତୀୟ ଦଳରେ କେବଳ ଫିନିସର ଦାୟିତ୍ୱ ନିଭାଉଛନ୍ତି । ଇଂଲଣ୍ଡ ଗସ୍ତରେ ତାଙ୍କୁ ଦଳରେ ସାମିଲ ନକରିବା କେତେକ ଆଲୋଚନା ନେଇଆସିଛି । ଏମିତିରେ ପ୍ରଶ୍ନ ଉଠୁଛି କି, ହାର୍ଦିକ ପାଣ୍ଡ୍ୟାଙ୍କ ଟେଷ୍ଟ କ୍ୟାରିଅର ଶେଷ ହୋଇଗଲା କି ଆଉ ?

ଇଂଲଣ୍ଡ ଗସ୍ତ ପାଇଁ ଟିମ ଇଣ୍ଡିଆରେ ସିଲେକ୍ଟ ହୋଇନାହାଁନ୍ତି ହାର୍ଦିକ ପାଣ୍ଡ୍ୟା :-

ଏକ ଲମ୍ବା ସମୟ ହେବ ହାର୍ଦିକ ପାଣ୍ଡ୍ୟା ଭାରତ ପାଇଁ ଏକ ହିଟିଙ୍ଗ ଓ ଫିନିସର ଦାୟିତ୍ୱ ତୁଲାଉଛନ୍ତି । ଶୁକ୍ରବାର ଦିନ ବିଶ୍ୱ ଟେଷ୍ଟ ଚମ୍ପିୟାନସିପର ଫାଇନାଲ୍ ଓ ଇଂଲଣ୍ଡ ବିପକ୍ଷରେ ହେବାକୁ ଥିବା ସିରିଜ ପାଇଁ ଟିମ ଇଣ୍ଡିଆର ସ୍କ୍ୱାର୍ଡ ଘୋଷଣା କରାଯାଇଛି କିନ୍ତୁ ଏଥିରେ ହାର୍ଦିକ ପାଣ୍ଡ୍ୟାଙ୍କ ନାମ ନାହିଁ ।

ଇଂଲଣ୍ଡର ସାଉଥହାମ୍ପଟନ ଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଜୁନ 18 ତାରିଖରୁ 22 ତାରିଖ ପର୍ଯ୍ୟନ୍ତ ଟେଷ୍ଟ ଚମ୍ପିୟାନସିପ ଫାଇନାଲ୍ ଖେଳାଯିବ । ଏହାପରେ ଇଂଲଣ୍ଡ ବିପକ୍ଷରେ ଭାରତର 5 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଅଗଷ୍ଟ 4 ତାରିଖରୁ ଆରମ୍ଭ ହୋଇଯିବ । ଏହି ଟେଷ୍ଟ ସିରିଜର ପ୍ରଥମ ମୁକାବିଲା ଟ୍ରେଣ୍ଟବ୍ରିଜରେ ଖେଳାଯିବ । ଦ୍ବିତୀୟ ମ୍ୟାଚ ଲର୍ଡ଼ସ, ତୃତୀୟ ମ୍ୟାଚ ଲିଡ଼ସ, ଚତୁର୍ଥ ମ୍ୟାଚ ଓଭାଲ ଓ ପଞ୍ଚମ ଅଥବା ଶେଷ ଟେଷ୍ଟ ମ୍ୟାଚ ଓଲଡ଼ ଟ୍ରାଫର୍ଡ଼ରେ ଖେଳାଯିବ ।

କଣ ଶେଷ ହେଉଛି କି, ପାଣ୍ଡ୍ୟାଙ୍କ ଟେଷ୍ଟ କ୍ୟାରିଅର :-

ଇଂଲଣ୍ଡ ବିପକ୍ଷରେ ହୋଇଥିବା ଘରୋଇ ଟେଷ୍ଟ ସିରିଜରେ ଚୟନକର୍ତା ହାର୍ଦିକ ପାଣ୍ଡ୍ୟାଙ୍କୁ ଦଳରେ ସ୍ଥାନ ଦେଇଥିଲେ । କିନ୍ତୁ ତାଙ୍କୁ ଦଳରେ ଖେଳିବାର ମୌକା ମିଳିନଥିଲା । ହାର୍ଦିକ ପାଣ୍ଡ୍ୟା ଏପର୍ଯ୍ୟନ୍ତ ଯେତେବେଳେ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ସେତେବେଳେ ସେ ନିଜର ବ୍ୟାଟିଂର ଦମରେ କରିଛନ୍ତି । ଏପରିକି ସେ ଆଇପିଏଲରେ ମଧ୍ୟ ଫିନିସିଂ ଦାୟିତ୍ୱ ନିଭାଇଛନ୍ତି । ଜଣାଇଦେଉଛୁ କି, 2018 ମସିହାରେ ସେ ଟେଷ୍ଟ କ୍ରିକେଟ ଖେଳିଥିଲେ ।

ହାର୍ଦିକଙ୍କୁ ଦଳରେ ନନେବାର କାରଣ ଚୟନକର୍ତା କହିଥିଲେ କି, ହାର୍ଦିକଙ୍କୁ ଆମେ କେବଳ ଦଳରେ ବ୍ୟାଟ୍ସମ୍ୟାନ ଭାବରେ ନେବାକୁ ଚାହୁଁନାହୁଁ । ଏମିତିରେ ସେ ଦୀର୍ଘ 3 ବର୍ଷ ହେବ କୌଣସି ଟେଷ୍ଟ ମ୍ୟାଚ ଖେଲିନାହାଁନ୍ତି । ଏପରିକି ବୋଲିଂରେ ମଧ୍ୟ ସେ ଖାଆସ ପ୍ରଦର୍ଶନ କରିପାରିନାହାନ୍ତି ।

ପାଣ୍ଡ୍ୟାଙ୍କ ଟେଷ୍ଟ କ୍ୟାରିଅର :-

ହାର୍ଦିକ ପାଣ୍ଡ୍ୟା ଭାରତ ପାଇଁ ଏପର୍ଯ୍ୟନ୍ତ 11ଟି ଟେଷ୍ଟ ମ୍ୟାଚ ଖେଳିସାରିଛନ୍ତି । 11 ମ୍ୟାଚରୁ 18 ଇନିଂସରେ 31.29 ହାରରେ ସେ 532 ରନ କରିଛନ୍ତି । ସେହିପରି ବୋଲିଂରେ ସେ 17ଟି ଉଇକେଟ ନେଇଛନ୍ତି । ବୋଲିଂ ନକରିବାରୁ ପାଣ୍ଡ୍ୟାଙ୍କ ଟେଷ୍ଟ କ୍ୟାରିଅର ଶେଷ ହେବା ଉପରେ ରହିଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *