ବାରମ୍ବାର ରିଚାର୍ଜ ଟେନସନ ଗଲା : ଏବେ ମାତ୍ର 125 ଟଙ୍କା ରିଚାର୍ଜ କରି ପାଆନ୍ତୁ ପୁରା ଗୋଟିଏ ବର୍ଷର ସେବା,ଜାଣନ୍ତୁ ପୁରା ପ୍ଲାନ୍ ବିଷୟରେ

କିଛି ଲୋକ ବାରମ୍ବାର ରିଚାର୍ଜ କରାଇବାରେ ଚିନ୍ତିତ ହୋଇଯାଆନ୍ତି । ଯଦି ଆପଣଙ୍କୁ ପ୍ରତି ଏକମାସ କିମ୍ବା ପ୍ରତି ଦୁଇମାସର ବ୍ୟବଧାନରେ ରିଚାର୍ଜ କାରବାରେ ସମସ୍ୟା ହେଉଛି ତାହେଲେ ଏହି ଖବର ଆପଣଙ୍କୁ ଫାଇଦା ଦେବ । ରିଲାଏନ୍ସ ଜିଓ, ଏୟାର୍ଟେଲ, ଭୋଡ଼ାଫୋନ- ଆଇଡ଼ିଆ ପାଖରେ ଏମିତି ପ୍ଲାନ ରହିଛି ଯାହାକୁ ଆପଣ ଥରେ ରିଚାର୍ଜ କରାଇବା ଦ୍ୱାରା ଏକବର୍ଷ ଚାଲିଥାଏ । ଦେଖିବାକୁ ଗଲେ ଏହି ପ୍ଲାନର ମୂଲ୍ୟ ବହୁତ ଶସ୍ତା ଅଟେ । ଜିଓ, ଏୟାର୍ଟେଲ, ଭୋଡ଼ାଫୋନ ଓ ଆଇଡ଼ିଆର ଏହି ପ୍ଲାନ ମୂଲ୍ୟ 125 ଟଙ୍କା ଯାହାକି ବହୁତ ଶସ୍ତା ମଧ୍ୟ । ଆସନ୍ତୁ ଜାଣିବା ଏହାର ଫାଇଦା ସମ୍ପର୍କରେ ।

ଜିଓ ପ୍ଲାନରେ ମିଳିବ 336 ଦିନର ଭ୍ୟାଲିଡ଼ିଟି ସହିତ 24 ଜିବି ଡାଟା :-

ରିଲାଏନ୍ସ ଜିଓ ପାଖରେ 1299 ଟଙ୍କାର ବହୁତ ବଢିଆ ପ୍ୟାକ ରହିଛି । ଜିଓ ର ଏହି ପ୍ଲାନରେ 336 ଦିନର ଭ୍ୟାଲିଡିଟି ରହିଛି। ଏହି ପ୍ଲାନ ଆପଣଙ୍କୁ 118 ଟଙ୍କା ହିସାବରେ ପଡିବ । ଏଥିରେ ଆପଣଙ୍କୁ 24 ଜିବି ଡାଟା ମିଳେ, ଏହାର ଲିମିଟ କ୍ରସ ହେବାପରେ ଡାଟା 64Kbps ରେ ଚାଲିଥାଏ । ଏହି ପ୍ଲାନରେ ଆପଣ ଯେକୌଣସି ନେଟୱର୍କକୁ ଫ୍ରି କଲ ପାଇବେ । ଏଥିସହ ଆପଣ ଜିଓ ଟିଭି, ଜିଓ ସିନେମା, ଜିଓ ସଭାନ ଭଳି ସୁବିଧା ପାଇପାରିବେ ।

ଏୟାର୍ଟେଲ ପ୍ଲାନରେ ବର୍ଷ ସାରା ଭ୍ୟାଲିଡିଟି ଓ ଫ୍ରି କଲିଂ :-

ଏୟାର୍ଟେଲ ପାଖରେ ବର୍ଷ ସାରା ସେବା ଦେବାରେ 1498 ଟଙ୍କିଆ ପ୍ଲାନ ରହିଛି । ଏହି ପ୍ଲାନ ରିଚାର୍ଜ କଲେ ଆପଣଙ୍କୁ ମାସିକ ଖର୍ଚ୍ଚ 124.8 ଟଙ୍କା ହିସାବରେ ପଡିବ । ଏୟାର୍ଟେଲର ଏହି ପ୍ଲାନରେ ଆପଣଙ୍କୁ 24 ଜିବିର ଡାଟା ମିଳିବ । ଆପଣଙ୍କୁ ଏହି ପ୍ଲାନରେ ଦେଶର ଯେକୌଣସି ନେଟୱର୍କକୁ ଫ୍ରି କଲିଂର ସୁବିଧା ମଧ୍ୟ ମିଳିବ । ଏଥିସହ ଆପଣଙ୍କୁ 3600 ଏସଏମଏସ ସୁବିଧା ମିଳିବାସହ ଏୟାର୍ଟେଲ ଏକ୍ସଟ୍ରିମ ଓ ପ୍ରିମିୟମ, ହେଲଟ୍ୟୁନ୍ସ, ଫ୍ରି ଉଇଙ୍କ ମ୍ୟୁଜିକ ମଧ୍ୟ ମିଳିବ ।

ଭୋଡ଼ାଫୋନ- ଆଇଡ଼ିଆର ବାର୍ଷିକ ପ୍ଲାନ :-

Vodafone Idea ପାଖରେ ମଧ୍ୟ ବାର୍ଷିକ ପ୍ଲାନ ରହିଛି । ଏହି ପ୍ଲାନ ଆପଣଙ୍କୁ 1499 ଟଙ୍କା ପଡିବ । ଏହାର ଅର୍ଥ ଗୋଟିଏ ମାସର ଖର୍ଚ୍ଚ 124.91 ଟଙ୍କା ଦେବାକୁ ହେବ । ଆପଣଙ୍କୁ ଏହି ପ୍ଲାନରେ ଦେଶର ଯେକୌଣସି ନେଟୱର୍କକୁ ଫ୍ରି କଲ ସେବା ମିଳିବ । ଏଥିସହ 3600 ଏସଏମଏସ ଓ 24 ଜିବିର ଡାଟା ମଧ୍ୟ ମିଳିଯିବ । ଏୟାର୍ଟେଲ ଭଳି ଭୋଡ଼ାଫୋନ ଆଇଡ଼ିଆ ମଧ୍ୟ ଫ୍ରି ଭଏସ କଲ ସୁବିଧା ଦେଉଛନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *