ଚାକିରୀ କରୁଥିବା ଲୋକଙ୍କୁ ବର୍ତ୍ତମାନ ଫ୍ରି ରେ ମିଳିବ ୭ ଲକ୍ଷ ଟଙ୍କାର ଏହି ସୁବିଧା, ଜାରି ହେଲା ଅଧିସୂଚନା, ଜାଣନ୍ତୁ କପରି ଉଠାଇବେ ଲାଭ ?

କରୋନା କାଳରେ ମୋଦି ସରକାର ଚାକିରୀ କରୁଥିବା ଲୋକଙ୍କୁ ଏକ ଖୁସି ଖବର ଦେଇଛନ୍ତି | ଏମ୍ପ୍ଲଇ ଡିପୋଜିଟ ଲିଙ୍କଡ଼ ଇନ୍ସୁରାନ୍ସ ସ୍କିମ, ୧୯୭୬ ଅଧୀନରେ ଦିଆଯାଉଥିବା ବୀମା ରାଶିର ସୀମା ବର୍ତ୍ତମାନ ୬ ଲକ୍ଷରୁ ବଢି ୭ ଲକ୍ଷ ଟଙ୍କା କରି ଦିଆଯାଇଛି | କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ନିଜର ମେମ୍ବର ଏମ୍ପ୍ଲଇମାନଙ୍କୁ ଜୀବନ ବୀମା ସୁବିଧା ମଧ୍ୟ ଦେଇଥାଏ | EPFO ର ସମସ୍ତ ସବସକ୍ରାଇବର ଏମ୍ପ୍ଲଇଜ ଡିପୋଜିଟ ଲିଙ୍କଡ଼ ଇନ୍ସୁରାନ୍ସ ସ୍କିମ ୧୯୭୬ ଅଧୀନରେ କଭର ହୋଇଥାଏ | ବର୍ତ୍ତମାନ ଇନ୍ସୁରାନ୍ସ କଭରର ଧନ ରାଶି ମ୍ୟାକ୍ସିମମ ୭ ଲକ୍ଷ ଟଙ୍କା ହୋଇଯାଇଛି | ପୂର୍ବରୁ ଏହା ୬ ଲକ୍ଷ ଟଙ୍କା ଥିଲା | ନିକଟରେ ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗବାରଙ୍କ ଅଧ୍ୟକ୍ଷତା ଥିବା ଇପିଏଫଓର ସେଣ୍ଟ୍ରାଲ ବୋର୍ଡ ଅଫ ଟ୍ରଷ୍ଟିଜ ସେପ୍ଟେମ୍ବର ୯,୨୦୨୦ ରେ EDLI ଯୋଜନା ଅନୁଯାୟୀ ଅଧିକତମ ବୀମା ରାଶି ବଢ଼ାଇ ୭ ଲକ୍ଷ ଟଙ୍କା କରିବାକୁ ସ୍ଥିତ କରିଥିଲେ |

ବଢିଥିବା ଲିମିଟ ଲାଗୁ ହୋଇଯାଇଛି :-

ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟ ଏପ୍ରିଲ ୨୮ ତାରିଖରେ EDLI ଯୋଜନା ଅନୁଯାୟୀ ଅଧିକତମ ବୀମା ରାଶି ବଢ଼ାଇ ୭ ଲକ୍ଷ ଟଙ୍କା କରିବାର ନିଷ୍ପତ୍ତିକୁ ଲାଗୁ କରିବାପାଇଁ ଅଧିସୂଚନା ଜାରି କରି ଦେଇଛନ୍ତି | ଅଧିସୂଚନାର ତାରିଖ ଠାରୁ ହିଁ ଏହି ବଢିଥିବା ଲିମିଟ ଲାଗୁ ହୋଇଗଲା |

ଜାଣନ୍ତୁ କେବେ ନେଇପାରିବେ EDLI ସ୍କିମରେ କ୍ଲେମ :-

EDLI ସ୍କିମ ଅଧୀନରେ କ୍ଲେମ ମେମ୍ବର ଏମ୍ପ୍ଲଇର ନୋମିନି ତରଫରୁ ଏମ୍ପ୍ଲଇଙ୍କ ରୋଗ, ଦୁର୍ଘଟଣା କିମ୍ବା ସ୍ୱାଭାବିକ ମୃତ୍ୟୁ ହେବ ଉପରେ କରାଯାଇପାରେ | ବର୍ତ୍ତମାନ ଏହି କଭର ସେହି କର୍ମଚାରୀମାନଙ୍କ ପୀଡିତ ପରିବାରଙ୍କୁ ମଧ୍ୟ ମିଳିଥାଏ, ଯିଏକି ମୃତ୍ୟୁର ଠିକ ପୂର୍ବ ୧୨ ମାସ ଭିତରେ ଏକରୁ ଅଧିକ ପ୍ରତିଷ୍ଠାନରେ ଚାକିରୀ କରିଥିବେ | ଦେୟ ସିଧାସଳଖ ହୋଇଥାଏ | EDLI ରେ ଏମ୍ପ୍ଲଇଙ୍କୁ କୌଣସି ରାଶି ଦେବାକୁ ପଡ଼ିନଥାଏ | ଯଦି ସ୍କିମ ଅନୁଯାୟୀ କୌଣସି ନୋମିନେସନ ହୋଇନଥାଏ, ତେବେ କଭରେଜ ମୃତକ କର୍ମଚାରୀଙ୍କ ଜୀବନସାଥୀ, ଅବିବାହିତା ପିଲାମାନେ ଏବଂ ନାବାଳିକା ପୁଅ କିମ୍ବା ଝିଅ ଲାଭାର୍ଥି ହୋଇପାରିବେ |

କ୍ଲେମ ଆମାଉଣ୍ଟର କଲ୍କୁଲେସନ କିପରି ?

EDLI ସ୍କିମରେ କ୍ଲେମର ଗଣନା କର୍ମଚାରୀଙ୍କୁ ମିଳିଥିବା ଶେଷ ୧୨ ମାସର ବେସିକ ସ୍ୟାଲେରୀ +DA ଆଧାରରେ କରାଯାଇଥାଏ | ବର୍ତ୍ତମାନ ସଂଶୋଧନ ଅଧୀନରେ ଏହି ଇନ୍ସୁରାନ୍ସ କଭରର କ୍ଲେମ ଶେଷ ବେସିକ ସ୍ୟାଲେରୀ + DA ର ୩୫ ଗୁଣା ହେବ, ଯାହା ପୂର୍ବରୁ ୩୦ ଗୁଣା ହେଉଥିଲା | ଏହାସହିତ ବର୍ତ୍ତମାନ ୧.୭୫ ଲକ୍ଷ ଟଙ୍କାର ମ୍ୟାକ୍ସିମମ ବୋନସ ରହିବ, ଯାହା ପୂର୍ବରୁ ୧.୫୦ ଲକ୍ଷ ଟଙ୍କା ମ୍ୟାକ୍ସିମମ ଥିଲା | ଏହି ବୋନସ ଶେଷ ୧୨ ମାସ ସମୟରେ ଆଭରେଜ ପିଏଫ ବାଲାନ୍ସର ୫୦ ପ୍ରତିଶତ ମାନାଯାଏ | ଉଦାହରଣ ଭାବରେ ଶେଷ ୧୨ ମାସର ବେସିକ ସ୍ୟାଲେରୀ +DA ଯଦି ୧୫୦୦୦ ଟଙ୍କା ଅଟେ, ତେବେ ଇନ୍ସୁରାନ୍ସ କ୍ଲେମ (୩୫*୧୫,୦୦୦) +୧,୭୫,୦୦୦ =୭ ଲକ୍ଷ ଟଙ୍କା ହେଲା | ଏହା ମ୍ୟାକ୍ସିମମ କ୍ଲେମ ଅଟେ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *