କୋଭିଡର ସହାୟତା ୨୫ଟି ରାଜ୍ୟକୁ ମିଳିଲା, ସେଥିରେ ଓଡିଶାକୁ ମିଳିବ ୩୩୩.୮ କୋଟି ଟଙ୍କା

କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ତରଫରୁ ବିଭିନ୍ନ ରାଜ୍ୟକୁ କୋଭିଡ ପାଇଁ ସହାୟତା ରାଶି ପ୍ରଦାନ କରାଯାଇଛି। ଅର୍ଥ ମନ୍ତ୍ରାଳୟ ୨୫ଟି ରାଜ୍ୟକୁ ଏହି ସହାୟତା ରାଶି ପ୍ରଦାନ କରିଛି। ସମୁଦାୟ ୮୯୨୩.୮ କୋଟି ଟଙ୍କାର ଏକ ସହାୟତା ରାଶି ଦିଆଯାଇଛି।

Google

ଆନ୍ଧ୍ରପ୍ରଦେଶକୁ ୩୮୭. ୮ କୋଟି ଟଙ୍କା, ଅରୁଣାଞ୍ଚଳ ପ୍ରଦେଶକୁ ୩୪ କୋଟି ଟଙ୍କା, ଆସାମକୁ ୨୩୭.୨ କୋଟି ଟଙ୍କା, ବିହାରକୁ ୭୪୧.୮ କୋଟି ଟଙ୍କା, ଛତିଶଗଡକୁ ୨୧୫ କୋଟି ଟଙ୍କା, ଗୁଜୁରାଟକୁ ୪୭୨.୪ କୋଟି ଟଙ୍କା, ହରିୟାଣାକୁ ୧୮୭ କୋଟି ଟଙ୍କା, ହିମାଚଳ ପ୍ରଦେଶକୁ ୬୩.୪ କୋଟି ଟଙ୍କା, ଝାଡଖଣ୍ଡକୁ ୨୪୯.୮ କୋଟି ଟଙ୍କା, କର୍ଣ୍ଣାଟକକୁ ୪୭୫.୪ କୋଟି ଟଙ୍କା, କେରଳକୁ ୨୪୦.୬ କୋଟି ଟଙ୍କା, ମଧ୍ୟ ପ୍ରଦେଶକୁ ୫୮୮.୮ କୋଟି ଟଙ୍କା, ମହାରାଷ୍ଟ୍ରକୁ ୮୬୧.୪ କୋଟି ଟଙ୍କା, ମଣିପୁରକୁ ୨୬.୨ କୋଟି ଟଙ୍କା, ମିଜୋରାମକୁ ୧୩.୮ କୋଟି ଟଙ୍କା, ଓଡିଶାକୁ ୩୩୩. ୮ କୋଟି ଟଙ୍କା ପ୍ରଦାନ କରାଯାଇଛି।

ଅନ୍ୟପକ୍ଷରେ ପଞ୍ଜାବକୁ ୨୦୫.୨ କୋଟି ଟଙ୍କା, ରାଜସ୍ଥାନକୁ ୫୭୦.୮ କୋଟି ଟଙ୍କା, ସିକିମକୁ ୬.୨ କୋଟି ଟଙ୍କା, ତାମିଲନାଡୁକୁ ୫୩୩.୨ କୋଟି ଟଙ୍କା, ତେଲେଙ୍ଗାନାକୁ ୨୭୩ କୋଟି ଟଙ୍କା, ତ୍ରିପୁରାକୁ ୨୮.୨ କୋଟି ଟଙ୍କା, ଉତ୍ତର ପ୍ରଦେଶକୁ ୧୪୪୧.୬ କୋଟି ଟଙ୍କା, ଉତ୍ତରାଖଣ୍ଡକୁ ୮୫ କୋଟି ଟଙ୍କା, ପଶ୍ଚିମବଙ୍ଗକୁ ୬୫୨. ୨ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *