ଆଜି ପୃଥିବୀରେ ମା-ଡ ହେବ ଚୀନ ରକେଟ : ଧ୍ୱଂ-ସ ପାଇବ ଅନେକ ଅଞ୍ଚଳ, କେଉଁ ସ୍ଥାନରେ ପଡିବ ତାହା ଅସ୍ପଷ୍ଟ

ପୃଥିବୀରେ ମାଡ ହେବ ଚାଇନା ରକେଟ। ମହାକାଶରେ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି ଚୀନ ରକେଟ ଲଙ୍ଗ ମାର୍ଚ୍ଚ ୫। ଏହି ରକେଟ ଆଜି ଭୂପୃଷ୍ଠରେ ଖସିବାର ସମ୍ଭାବନା ରହିଛି ବୋଲି ଆମେରିକାର ଏକ ମହାକାଶ ଗବେଷଣା ସଂସ୍ଥା ସୂଚନା ଦେଇଛନ୍ତି।

ବୈଜ୍ଞାନିକ ମାନଙ୍କର ଆକଳନ ଅନୁସାରେ ଏହି ଚୀନ ରକେଟ ନ୍ୟୁଜିଲାଣ୍ଡର ଆଖପାଖ ସ୍ଥାନରେ ମା-ଡ ହୋଇପାରେ। ଏହି ରକେଟ ଜନବସତି ଅଞ୍ଚଳରେ କିମ୍ବା ସମୁଦ୍ରରେ ପଡିପାରେ ବୋଲି ସୂଚନା ମିଳିଛି। ଭାରତୀୟ ସମୟ ଅନୁଯାୟୀ, ମେ ମାସ ୯ ତାରିଖ ରାତି ୧୨ଟାରୁ ଭୋର ସାଢେ ୪ଟା ମଧ୍ୟରେ ପୃଥିବୀ ପୃଷ୍ଠାରେ ମା-ଡ ହୋଇପାରେ। ଚୀନର ଏହି ରକେଟ ୧୦୦ ଫୁଟ୍ ଲମ୍ବା ଏବଂ ଓଜନ ୨୧ ଟନ ବୋଲି ଜଣାପଡିଛି। ଏହି ଭଳି ପୂର୍ବ ବର୍ଷା ମଧ୍ୟ ଚୀନର ଏକ ରକେଟ ଆଫ୍ରିକାରେ ଖସି ପଡିଥିଲା। ଆଉ ଏକ ଗାଁକୁ ସମ୍ପୂର୍ଣ୍ଣ ଧ୍ଵଂ-ସ କରିଦେଇଥିଲା।

ରିପୋର୍ଟ ଅନୁସାରେ, ଏହି ରକେଟ ଶେଷ ମୁହୂର୍ତ୍ତରେ ଗତିପଥ ବଦଳାଇ ପୃଥିବୀର ଅନ୍ୟସ୍ଥାନରେ ଖସିପାରେ। ଏହି ଚୀନ ରକେଟ ବାୟୁମଣ୍ଡଳ ମଧ୍ୟରେ ପ୍ରବେଶ କରିବା ମାତ୍ରେ ଏହାର କିଛି ଅଂଶ ଜଳିଯିବାର ମଧ୍ୟ ସମ୍ଭାବନା ରହିଛି। ଆଉ ଭୂପୃଷ୍ଠରେ ପହଞ୍ଚିବା ବେଳକୁ ରକେଟର କିଛି ଅଂଶ ରହିଥାଇପାରେ ବୋଲି ଆଶଙ୍କା କରାଯାଉଛି। ଏହି ରକେଟର ଅବଶିଷ୍ଟ ଅଂଶ ମଧ୍ୟ ବ୍ୟାପକ କ୍ଷ-ତି କରିପାରେ ବୋଲି ଆଶଙ୍କା କରାଯାଉଛି।

ଚୀନ ନୂଆ ମହାକାଶ କେନ୍ଦ୍ରରୁ ଲଙ୍ଗ ମାର୍ଚ୍ଚ ୫ ନାମରେ ଏକ ରକେଟ ଗତ ସପ୍ତାହରେ ପଠାଯାଇଥିଲା। କିନ୍ତୁ, ପଠାଇବାର କିଛି ସମୟ ପରେ ଏହି ରକେଟ ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *