ଗାର୍ଲଫ୍ରେଣ୍ଡ ର ବିବାହ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ : ମହୋଦୟ ଦୟାକରି ଶୀଘ୍ର ଲଗାନ୍ତୁ ଲକଡାଉନ, ବନ୍ଦ ହୋଇଯାଉ ବାହାଘର

ଦିନକୁ ଦିନ ଦେଶରେ କୋରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ସଂକ୍ରମଣ ସ୍ଥିତି କୁ ଦେଖି ଗେହଲତ ସରକାର ମେ ୫ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରିଛନ୍ତି। ମେ ମାସ ୧ ତାରିଖରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତ ନିଜର ଫେସବୁକ ପେଜରେ ଏହି ସମ୍ପର୍କରେ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କର ଏହି ପୋଷ୍ଟକୁ କେହି ଲାଇକ କରିବା ସହିତ କମେଣ୍ଟ ମଧ୍ୟ ଦେଇଛନ୍ତି

Google

ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟରେ ଲେଖାଥିଲା ଯେ, ଦୟାକରି ଯେଉଁମାନଙ୍କର ବାହାଘର ହେବାକୁ ଯାଉଛି,ସେମାନେ ଦୟାକରି ବାହାଘରକୁ କିଛି ଦିନ ଘୁଞ୍ଚାଇ ଦିଅନ୍ତୁ। କାରଣ, ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି। ଆଉ ଆପଣମାନେ ଆମକୁ ସହଯୋଗ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ। ତାଙ୍କ ନିଷ୍ପତ୍ତିକୁ ସ୍ୱାଗତ ଜଣାଇ କେହି କେହି ନିଷ୍ପତ୍ତି ସ୍ୱାଗତଯୋଗ୍ୟ ବୋଲି କହିଛନ୍ତି। ଏହି ପୋଷ୍ଟରେ ଦେଢହଜାରରୁ ଅଧିକ କମେଣ୍ଟ ସହିତ ୩୦ ହଜାରରୁ ଅଧିକ ଲାଇକ ଆସିଛି।

Google

କିନ୍ତୁ, ମେ ମାସ ୪ ତାରିଖରେ ପୋଷ୍ଟରେ ଏମିତି କିଛି କମେଣ୍ଟ ଆସିଥିଲା, ଯେଉଁଥିପାଇଁ ଏବେ ହଇଚଇ ସୃଷ୍ଟି ହୋଇଛି। ରାଜସ୍ଥାନର ଜଣେ ଯୁବକ ମୁଖ୍ୟମନ୍ତ୍ରୀଙ୍କୁ ନେହୁରା ହୋଇ ସାହାଯ୍ୟ ମାଗିଛନ୍ତି। ବ୍ୟକ୍ତି ଜଣକ ରାଜସ୍ଥାନର ଅଙ୍କୁର ଦରବାଲ। ଏହି ଯୁବକ ଜନକଙ୍କର କମେଣ୍ଟ ଏବେ ଭାଇରାଲ ହେବାରେ ଲାଗିଛି। ସେ କମେଣ୍ଟରେ ଲେଖିଥିଲେ ଯେ, ଦୟାକରି ଆପଣ ମେ ମାସ ୪ ତାରିଖ ରାତିରୁ ଏହି କଟକଣା ଲାଗୁ କରନ୍ତୁ, ଯାହାଦ୍ଵାରା କି ଫଳରେ ୫ ତାରିଖରେ ମୋ ପ୍ରେମିକାର ବିବାହ ବନ୍ଦ ହୋଇଯିବ। ନଚେତ, ମୋ ପ୍ରେମିକା ବାହାହୋଇ ଚାଲିଯିବ ତା ଶାଶୁ ଘରକୁ ଚାଲିଯିବ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *