ହୁ ହୁ ହୋଇ ବଢ଼ିବାରେ ଲାଗିଛି ଆ-କ୍ରା-ନ୍ତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ୧୦,୬୩୫ ଜଣ ପଜିଟିଭ ଚିହ୍ନଟ,୧୯ ଜଣ ମୃ-ତ

ଦିନକୁ ଦିନ ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି କରୋନା ଆ-କ୍ରା-ନ୍ତଙ୍କ ସଂଖ୍ୟା। ଆଜି ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୧୦୬୩୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନ ସେଣ୍ଟରରୁ ୬୦୧୨ ଜଣ ଚିହ୍ନଟ ହୋଇଥିବା ସମୟରେ ଲୋକାଲ କେ-ସ ୪୬୨୩ ଜଣ ଚିହ୍ନଟ ହୋଇଛନ୍ତି। ଆଜି ରାଜ୍ୟରୁ ୧୯ ଜଣ କରୋନା ଜନିତ ମୃ-ତ୍ୟୁ ବ-ର-ଣ କରିଛନ୍ତି। ମୃତକଙ୍କ ମଧ୍ୟରୁ କଳାହାଣ୍ଡି ଜିଲ୍ଲାରୁ ୩ ଜଣ,ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ ରହିଥିବା ସମୟରେ ଅନୁଗୁଳ,ବଲାଙ୍ଗୀର,ଭଦ୍ରକ,ଢେଙ୍କାନାଳ,ଗଞ୍ଜାମ,ଗଜପତି,ଯାଜପୁର,ଝାରସୁଗୁଡ଼ା,ପୁରୀ,ରାୟଗଡ଼ା,ସମ୍ବଲପୁର,ସୋନପୁର ଓ ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ ଆ-କ୍ରା-ନ୍ତଙ୍କର ମୃ-ତ୍ୟୁ ହୋଇଛି।

ସେହିପରି ନୂଆପଡ଼ା ଜିଲ୍ଲାରୁ ୩୨୪ ଜଣ,କଳାହାଣ୍ଡି ଜିଲ୍ଲାରୁ ୪୬୮ ଜଣ,ସୁନ୍ଦରଗଡ ଜିଲ୍ଲାରୁ ୯୪୩ ଜଣ,ଅନୁଗୁଳ ଜିଲ୍ଲାରୁ ୫୫୯ ଜଣ,ବାଲେଶ୍ଵର ଜିଲ୍ଲାରୁ ୩୦୧ ଜଣ,ବରଗଡ ଜିଲ୍ଲାରୁ ୪୪୩ ଜଣ,ଭଦ୍ରକ ଜିଲ୍ଲାରୁ ୧୦୦ ଜଣ,ବଲାଙ୍ଗୀର ଜିଲ୍ଲାରୁ ୩୧୮,ବୌଦ୍ଧ ଜିଲ୍ଲାରୁ ୧୭୯ ଜଣ,କଟକ ଜିଲ୍ଲାରୁ ୮୮୭ ଜଣ,ଦେବଗଡ ଜିଲ୍ଲାରୁ ୧୩୭ ଜଣ,ଢେଙ୍କାନାଳ ଜିଲ୍ଲାରୁ ୧୪୬ ଜଣ,ଗଞ୍ଜାମ ଜିଲ୍ଲାରୁ ୨୬୬ ଜଣ,ଯାଜପୁର ଜିଲ୍ଲାରୁ ୨୯୦ ଜଣ,ଝାରସୁଗୁଡ଼ା ଜିଲ୍ଲାରୁ ୪୫୬ ଜଣ,କେନ୍ଦୁଝର ଜିଲ୍ଲାରୁ ୧୯୩ ଜଣ,ଖୋର୍ଦ୍ଧା ଜିଲ୍ଲାରୁ ୧୫୬୪ ଜଣ,କୋରାପୁଟ ଜିଲ୍ଲାରୁ ୧୨୭ ଜଣ ଆ-କ୍ରା-ନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ମୋଟ ଆ-କ୍ରା-ନ୍ତଙ୍କ ସଂଖ୍ୟା ୫୩୪୮୪୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସମୟରେ ୪୩୯୩୨୨ ଜଣ ସୁସ୍ଥ ହୋଇସାରିଲାଣି। ୯୩୨୯୭ ଜଣ ଏବେ ବି ଚିକିତ୍ସାଧୀନରେ ଅଛନ୍ତି। ଏ ପର୍ଯ୍ୟନ୍ତ ସୁଦ୍ଧା ରାଜ୍ୟରେ ୧୦୫୧୭୮୩୮ ତି ସାମ୍ପୁଲ ଟେଷ୍ଟ ହୋଇସାରିଛି। ଆଜି ରାଜ୍ୟରେ ୧୯ ଜଣ ପ୍ରା-ଣ ହରାଇଛନ୍ତି। ଆଉ ଏହାକୁ ମିଶାଇ ମୋଟ ୨୧୮୦ ଜଣ ପ୍ରା-ଣ ହରାଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *