ଭାରତକୁ କେବେ ମିଳିବ କରୋନାର ଦ୍ୱିତୀୟ ଲହରରୁ ମୁକ୍ତି ? ବୈଜ୍ଞାନିକମାନେ କହିଲେ ସଠିକ୍ ସମୟ,ଜାଣନ୍ତୁ ସମ୍ପୂର୍ଣ୍ଣ ସୂଚନା

ଦେଶରେ କରୋନାର ଦ୍ୱିତୀୟ ଲହର ହଇଚଇ ସୃଷ୍ଟି କରିଛି | ପ୍ରତିଦିନ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଛି | ସମସ୍ତେ ଏହା ଜାଣିବାକୁ ଚେଷ୍ଟା କରୁଛନ୍ତି ଯେ ପ୍ରକୃତରେ କରୋନାର ନୂତନ ସଂକ୍ରମଣରୁ କେବେ ମୁକ୍ତି ମିଳିବ | ଗତ କିଛି ଦିନରେ ଦେଶର କିଛି ଏକ୍ସପର୍ଟ କହିଥିଲେ ଯେ ମେ ୭ ପରେ କରୋନା ସଂଖ୍ୟାରେ ହ୍ରାସ ପାଇବା ଆରମ୍ଭ କରିବ, କିନ୍ତୁ କରୋନାର ବଢୁଥିବା କେସକୁ ଦୃଷ୍ଟିରେ ରଖି ସବୁ ଅନୁମାନ ଭୁଲ ପ୍ରମାଣିତ ହେବାକୁ ଲାଗିଛି |

କରୋନାର ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଅନୁମାନ କରାଯାଉଛି ଯେ ମେ ମାସ ମଧ୍ୟଭାଗରେ ସମଗ୍ର ଦେଶ କରୋନା ଶିଖରରେ ରହିବ ଏବଂ ଏହା ପରେ ମାମଲା ହ୍ରାସ ହେବାକୁ ଲାଗିବ | ଭାରତରେ ଗତ ତିନି ଦିନ ଧରି କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୪ ଲକ୍ଷ ଅତିକ୍ରମ କରିଛି | ଗତ ୨୪ ଘଣ୍ଟାର କଥା କହିବାକୁ ଗଲେ ଦେଶରେ କରୋନାର ୪,୦୧,୦୭୮ ନୂତନ ମାମଲା ସାମ୍ନାକୁ ଆସିଛି, ଯେତେବେଳେକି କରୋନାରେ ୪,୧୮୭ ଲୋକଙ୍କୁ ନିଜ ଜୀବନ ହରାଇବାକୁ ପଡିଛି |

କରୋନାର ବୃଦ୍ଧି ମାମଲା ମଧ୍ୟରେ ବ୍ଲୁମବର୍ଗ ହାଇଦ୍ରାବାଦରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (IIT) ରେ ପ୍ରଫେସର ମାଥୁକୁମଲ୍ଲୀ ବିଦ୍ୟାସାଗରଙ୍କ ଉଦ୍ଧେଶ୍ୟରେ କହିଛନ୍ତି, ବର୍ତ୍ତମାନ ଯେପରି କରୋନା ମହାମାରୀର ମାମଲା ଦେଖାଯାଉଛି, ସେହି ଅନୁଯାୟୀ ଆସନ୍ତା କିଛି ଦିନ ମଧ୍ୟରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ହ୍ରାସ ହେବା ଆରମ୍ଭ ହୋଇଯିବ | ସେ କାନପୁର ଆଇଆଇଟିର ପ୍ରଫେସର ମଣିନ୍ଦ୍ର ଅଗ୍ରୱାଲଙ୍କ ଗାଣିତିକ ମଡେଲକୁ ଉଲ୍ଲେଖ କରିଛନ୍ତି ଏବଂ କହିଛନ୍ତି ଯେ ଏକ ଅନୁମାନ ଅନୁଯାୟୀ, ଜୁନ ଶେଷ ସୁଦ୍ଧା ଆମକୁ ପ୍ରତିଦିନ ୨୦ ହଜାର ମାମଲା ଦେଖିବାକୁ ମିଳିବ | ତେବେ ସେ କହିଛନ୍ତି ଯେ କରୋନା କେସକୁ ଦୃଷ୍ଟିରେ ରଖି ଏହି ସଂଖ୍ୟା ମଧ୍ୟ ବଦଳିପାରେ |

ଦେଶରେ କରୋନା ବୃଦ୍ଧି ମାମଲା କଲା ତାଣ୍ଡବ :-

ଦେଶରେ କରୋନାର ଦ୍ୱିତୀୟ ଲହର ତାଣ୍ଡବ କରୁଛି | ଦେଶରେ ପ୍ରତ୍ୟେକଦିନ ମୃତ୍ୟୁ ସଂଖ୍ୟା ବଢିଚାଲିଛି | ୨୫ ଦିନ ପୂର୍ବରୁ ଯେଉଁଠାରେ କରୋନା ରୋଗୀଙ୍କ ସଂଖ୍ୟା ୧ ହଜାର ଥିଲା, ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ୪ ହଜାର ଅତିକ୍ରମ କରିଛି | ଏହାପୂର୍ବରୁ ଏପ୍ରିଲ ୧୩ ରେ ମୃତ୍ୟୁ ସଂଖ୍ୟା ୧ ହଜାର ଅତିକ୍ରମ କରିଥିଲା, ଯେତେବେଳେକି ୨ ହଜାର ସଂଖ୍ୟା ଏପ୍ରିଲ ୨୦ ରେ ଏବଂ ୩ ହଜାର ସଂଖ୍ୟା ଏପ୍ରିଲରେ ୨୭ରେ ପାର କରିଥିଲା | ଗତ ୧୦ ଦିନ ମଧ୍ୟରେ କରୋନାରେ ହେଉଥିବା ମୃତ୍ୟୁ ସଂଖ୍ୟା ୪ ହଜାରକୁ ମଧ୍ୟ ପାର କରିଛି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *