ଏୟାରପୋର୍ଟରେ PPE କିଟ ପିନ୍ଧି ସ୍ତ୍ରୀ କଲା ଜବରଦସ୍ତ ଡ୍ୟାନ୍ସ, ସେମିତି ଚାହିଁରହିଲା ସ୍ୱାମୀ, ଦେଖନ୍ତୁ ମଜାଳିଆ ଭିଡିଓ

ପ୍ରତିଦିନ ବ୍ୟାପି ଚାଲିଥିବା କରୋନା ଭାଇରସର ସଂକ୍ରମଣକୁ ଅଣଦେଖା କରିହେବନାହିଁ, କିନ୍ତୁ ଆମେ ଖୁସି ହେବାପାଇଁ କିଛି ନା କିଛି ବାହାନା ନିଶ୍ଚିତ ଭାବେ ଖୋଜିନିଅନ୍ତି | ଅନେକଥର ଏପରି କିଛି ମୁହୂର୍ତ୍ତ ମଧ୍ୟ ଆଖି ସାମ୍ନାକୁ ଚାଲିଆସେ, ଯେତେବେଳେ ନ ଚାହିଁ ମଧ୍ୟ ହସିବାକୁ ପଡେ | ଦେଶର ଅନେକ ଭାଗରେ ଲକଡାଉନ ଲାଗିଛି ଏବଂ ଲୋକମାନେ ନିଜ ଘରୁ ବହୁତ କମ ବାହାରକୁ ବାହାରୁଛନ୍ତି | ସେହିପରି, ଯେଉଁ ଲୋକମାନେ ଅତି ଜରୁରୀ କାମରେ ବାହାରକୁ ବାହାରୁଛନ୍ତି, ସେମାନେ ବହୁତ ଅଧିକ ଧ୍ୟାନ ଦେଇଥାନ୍ତି | ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ଭିଡିଓ ଖୁବ ଭାଇରଲ ହୋଇଚାଲିଛି |

ସ୍ୱାମୀଙ୍କୁ ଦେଖି ଏୟାରପୋର୍ଟରେ ନାଚିବାକୁ ଲାଗିଲା ଝିଅଟି :-

ଇଣ୍ଟରନେଟରେ ଭାଇରଲ ହେଉଥିବା ଏହି ଭିଡିଓରେ ଦେଖାଯାଇପାରେ ଯେ ଜଣେ ମହିଳା ପିପିଇ କିଟ ପିନ୍ଧି ଯାତ୍ରୀଙ୍କୁ ହସାଇବା ପାଇଁ ଡ୍ୟାନ୍ସ କରୁଛନ୍ତି | ସ୍ୱମୀଙ୍କ ଏୟାରପୋର୍ଟ ଆସିବା ଉପରେ ସେ ଏତେ ଖୁସି ହୋଇଯାଇଛନ୍ତି ଯେ ପିପିଇ କିଟରେ ହିଁ ଜବରଦସ୍ତ ଡ୍ୟାନ୍ସ କରିବାକୁ ଲାଗିଛନ୍ତି | ଭିଡିଓ ଦେଖିବାପରେ ଏପରି ଲାଗୁଛି ଯେ ପିପିଇ କିଟରେ ସେହି ବ୍ୟକ୍ତି କରୋନା ଭାଇରସର ଭୟକୁ କମ କରିବାକୁ ଚେଷ୍ଟା କରୁଛି |

ପାର୍ଟନର ଆସିବାରୁ ଜବରଦସ୍ତ ଡ୍ୟାନ୍ସ କଲେ ଝିଅ :-

ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ଇଣ୍ଡିଆନ ବ୍ରାଇଡାଲ ବ୍ଲଗ ନିଜ ଆକାଉଣ୍ଟରେ ସେୟାର କରିଛନ୍ତି | ଏହି ଭିଡିଓ ମାଧ୍ୟମରେ ଅନୁମାନ କରାଗଲେ, ଏମାନେ ଏକ ଦମ୍ପତି ଅଟନ୍ତି, ଯିଏକି ନିଜ ସ୍ୱାମୀ ଫେରିବା ପରେ ଖୁସିରେ ନାଚୁଛନ୍ତି |

ସେ ଏତେ ଖୁସି ଯେ ତାଙ୍କୁ ଦେଖିବା ପରେ ସେ ଏୟାରପୋର୍ଟରେ ହିଁ ଡ୍ୟାନ୍ସ କରିବାକୁ ଲାଗିଲେ | ଏହି ଭିଡିଓକୁ ପ୍ରାୟ ୨ ଲକ୍ଷ ଲୋକ ଦେଖିସାରିଲେଣି ଏବଂ ଏହାଉପରେ ଲୋକମାନେ ନିଜ ନିଜର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *