ଦେଖନ୍ତୁ ଭିଡିଓ : ନିଜ ସାଥୀକୁ ଅସୁବିଧାରେ ପଡିଥିବାର ଦେଖି କୁକୁରଟି ନିଜ ଜୀବନକୁ ବାଜି ଲଗାଇ ବଞ୍ଚାଇଲା ସାଥୀର ଜୀବନ । ଶେଷରେ ମଣିଷକୁ ଶିଖାଇଦେଇ ଗଲା ମାନବିକତା

କୁହାଯାଏ ତ୍ୟାଗ ଓ ଦୟାଳୁତା କେବଳ ମଣିଷ ଠାରେ ଦେଖାଯାଏ । ଜାନୁଆର ମାନଙ୍କ ଠାରେ ଏହି ସବୁ ଭାବନାର ଅଭାବ ରହିଥାଏ । କିନ୍ତୁ ଏମିତି ବିଲକୁଲ ନୁହେଁ ଜାନୁଆର ମାନଙ୍କୁ ମଧ୍ୟ ପରସ୍ପର ପ୍ରତି ଭଲ ପାଇବା ରହିଥାଏ । ଦରକାର ପଡ଼ିଲେ ସେମାନେ ମଧ୍ୟ ନିଜର ଜୀବନ ବାଜିରେ ଲଗାଇଥାନ୍ତି। ସୋସିଆଲ ମିଡିଆରେ ଆପଣଙ୍କୁ ଏହି ଭିଡ଼ିଓ ଦେଖିବାପରେ ବିଶ୍ୱାସ ହୋଇଯିବ କି, ମଣିଷ ଠାରୁ ଅଧିକ ମାନବିକତା କୁକର ଠାରେ ରହିଛି । କୁକୁର ମାନଙ୍କ ବନ୍ଧୁତ୍ୱର ଏହି ଭିଡ଼ିଓ ଆପଣଙ୍କୁ ଏକ ଶିକ୍ଷା ଦେଇଯିବ ।

ସୋସିଆଲ ମିଡିଆରେ ଆପଣ ଦେଖିପାରିବେ କେମିତି ଗୋଟିଏ କୁକୁର ଅନ୍ୟ କୁକୁରଟିକୁ ବଞ୍ଚାଇବାକୁ ଯାଇ ନିଜର ଜୀବନକୁ ବାଜିରେ ଲାଗାଇଦେଉଛି । ଭିଡ଼ିଓରେ ଦେଖିପାରିବେ ଗୋଟିଏ କୁକୁର ନଦୀରେ ବୁଡ଼ିଯାଉଛି ଓ ଅନ୍ୟ କୁକୁରଟି ଆସି ତାକୁ ବଞ୍ଚାଇବାକୁ ଯାଇ ନଦୀରେ ଡେଇଁ ପଡୁଛି। କୁକୁରଟି ନିଜର ସାଥି କୁକୁରକୁ ନିଜ ପିଠିରେ ବସାଇ ନଦୀରୁ ନେଇ ଆସୁଛି । ଏହି ସମୟରେ ସେ ମଧ୍ୟ ନଦୀରେ ବୁଡ଼ିଯାଉଛି ଓ ପାଣିରୁ ନିଜର ଜୀବନ ବଞ୍ଚାଇବାକୁ ମଧ୍ୟ ଚେଷ୍ଟା କରୁଛି ।

ଏହି ଭିଡ଼ିଓକୁ ଟ୍ୱିଟରରେ ଆଇପିଏସ ଅଫିସର ଦୀପାନଶୁ କାବରା ଶେୟର କରିଛନ୍ତି । ଭିଡ଼ିଓର କ୍ୟାପ୍ସନରେ ଲେଖିଥିଲେ, ଅସୁବିଧାରେ ପଡ଼ିବା ସମୟରେ ମଣିଷ ସାହାର୍ଯ୍ୟ କରିନଥାଏ କିନ୍ତୁ କୁକୁରଟି ନିଜର ସାଥିକୁ ବଞ୍ଚାଇବାକୁ ଯାଇ ନିଜ ଜୀବନ ମଧ୍ୟ ବାଜିରେ ଲଗାଇ ଦେଉଛି । ମାନବିକତା ମଣିଷ ମାନଙ୍କୁ ଏହି ପଶୁ ମାନଙ୍କ ଠାରୁ ଶିଖିବାକୁ ହେବ । ସୋସିଆଲ ମିଡିଆରେ ଏହି ଭିଡ଼ିଓ ଲୋକମାନଙ୍କୁ ବହୁତ ପସନ୍ଦ ଆସୁଛି । ଲୋକମାନେ ଏହାକୁ ପରସ୍ପର ସହ ଶେୟର କରିବା ସହ ଏଥିରେ କମେଣ୍ଟ ମଧ୍ୟ ଦେଉଛନ୍ତି । ଜଣେ ୟୁଜର୍ସ ଲେଖିଥିଲେ, ମଣିଷ ଠାରୁ କୁକୁର ଭଲ ଅଟନ୍ତି ସେହିପରି ଆଉଜଣେ ୟୁଜର୍ସ ଲେଖିଥିଲେ ମଣିଷଙ୍କୁ ଏହି ଜାନୁଆର ମାନଙ୍କ ଠାରୁ ମାନବିକତା ଶିଖିବାକୁ ପଡିବ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *